ରାଜନୀତି

ବବି, ପାଣ୍ଡିଆନଙ୍କ ଉପରେ ବର୍ଷିଲେ ପ୍ରଭାତ: ଦଳର ବଡ଼ କ୍ଷତି କଲେ, କର୍ମଫଳ ଭୋଗିଲେ – Kalinga News

[ad_1]

କଟକ-ମହାନଦୀବିହାର: ସାଧାରଣ ନିର୍ବାଚନରେ ବିଜେଡିର ପରାଜୟକୁ ନେଇ ଆଜି ସିଧାସଳଖ ଭି. କେ. ପାଣ୍ଡିଆନ ଓ ବିଜେଡିର ସଙ୍ଗଠନ ସଂପାଦକ ପ୍ରଣବପ୍ରକାଶ ଦାସ (ବବି)ଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ। ଚୌଦ୍ବାର-କଟକରେ ସୌଭିକ ବିଶ୍ବାଳଙ୍କ ବିଜୟ ପାଇଁ କଟକର ମହାନଦୀବିହାରସ୍ଥିତ ସେଲିବ୍ରେସନ ମଣ୍ଡପରେ ଆୟୋଜିତ ବିଜେଡି କର୍ମୀଙ୍କୁ ଧନ୍ୟବାଦ ପ୍ରଦାନ ସମାରୋହରେ ଉଦ୍‌ବୋଧନ ଦେଇ ପ୍ରଭାତ ଅତ୍ୟନ୍ତ କଡ଼ା ଶବ୍ଦରେ ପାଣ୍ଡିଆନ ଓ ବବିଙ୍କୁ ସମାଲୋଚନା କରିଥିଲେ। ପ୍ରଭାତ କହିଥିଲେ ଯେ ବବି ଓ ତାଙ୍କ ମା’ ନିର୍ବାଚନରେ ହାରିବା ଘଟଣା ହେଉଛି ସେମାନଙ୍କର କର୍ମଫଳ। ପାଣ୍ଡିଆନ ଯେତେବେଳେ ନିର୍ବାଚନ ପୂର୍ବରୁ ସାରା ରାଜ୍ୟ ଗସ୍ତ କରିବା ଆରମ୍ଭ କଲେ, ସେତେବେଳେ ଲୋକଙ୍କ ଭିତରେ ତାହାକୁ ନେଇ ସୃଷ୍ଟି ହେଉଥିବା ପ୍ରତିକ୍ରିୟା ସଂପର୍କରେ ସେ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ଭେଟି ସୂଚାଇବା ସହିତ ତାମିଲ ବିପଦ ସଂପର୍କରେ ବି ଅବଗତ କରିଥିଲେ।

ଦଳ ଆଉ ଦଳର ମୁଖ୍ୟଙ୍କ ପ୍ରତି ରହିଥିବା ଭଲ ପାଇବା ଯୋଗୁଁ ସେ ଅନେକ ସମୟରେ ଦଳର କ୍ଷତି କରୁଥିବା ଲୋକଙ୍କ ସଂପର୍କରେ ସୂଚନା ଦେବାକୁ ଉଦ୍ୟମ କରିଥିଲେ। ଏମିତିକି ୨୦୧୯ ନିର୍ବାଚନ ପରେ ଯେତେବେଳେ ମନ୍ତ୍ରିମଣ୍ଡଳ ଗଠନ ହେଲା, ସେତେବେଳେ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ମନ୍ତ୍ରୀ କରିବା ପାଇଁ ସେ ଲେଖି କରି ଦେଇଥିଲେ ବି ସେମାନେ ସେହି କାଗଜକୁ ଚିରି ଫିଙ୍ଗି ଦେଇଥିଲେ। ତାଙ୍କ ବିରୋଧରେ ଚୌଦ୍ବାର-କଟକ ନିର୍ବାଚନମଣ୍ଡଳୀରେ ଲୋକଙ୍କୁ ଉସୁକାଇବା କାମ ସେମାନେ ‌କରି ଆସୁଥିଲେ। କିଏ ଚୋର ଆଉ କିଏ ସାଧୁ, ତାର ସବୁ ପ୍ରମାଣ ତାଙ୍କର ମୋବାଇଲ୍ ଫୋନରେ ଅଛି। ନିଜେ ଚୋରି କରି ତାଙ୍କ ମୁଣ୍ଡରେ ସେମାନେ ଅଠା ବୋଳିବାକୁ ଚେଷ୍ଟା କରିଛନ୍ତି। ପ୍ୟାରୀ ବାବୁଙ୍କୁ ନେଇ ମେ’ ୨୯ ଘଟଣାରେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରିଛନ୍ତି।
ସେ ସବୁର ଫଳ ଏବେ ସେମାନେ ପାଉଛନ୍ତି। ପ୍ରଭାତ କହିଛନ୍ତି, ସେ ପାଣ୍ଡିଆନଙ୍କୁ କହିଥିଲେ, ନବୀନ ବାବୁଙ୍କ ଆଗରେ ନରହି ପଛରେ ରହିଲେ ଭଲ ବୋଲି। କିନ୍ତୁ ସ୍ଥିତି ଏମିତି ହେଲା ଯେ ପାଣ୍ଡିଆନ ଆଉ ବବିଙ୍କ ଫଟୋ ଥିବା ପୋଷ୍ଟର ମାରିବାକୁ କୁହାଗଲା। ଏହା ଦଳର ବହୁତ ବଡ଼ କ୍ଷତି କଲା ବୋଲି ପ୍ରଭାତ କହିଛନ୍ତି।

କର୍ମୀମାନଙ୍କୁ ଆହ୍ବାନ ଦେଇ ପ୍ରଭାତ କହିଛନ୍ତି ଯେ ଆଗକୁ ପୌର ନିର୍ବାଚନରେ ନିଜ ସ୍ଥିତି ରଖିବାକୁ ହେଲେ ଏବେଠୁ କାମ ଆରମ୍ଭ କରିବାକୁ ପଡିବ। ବିଜେପି ଏବେ ଚୌଦ୍ବାର-କଟକରେ ବିଜେଡିର ପାଖାପାଖି ସ୍ଥିତିରେ ରହିଛି। କିନ୍ତୁ ଦଳକୁ ମଜଭୁତ କରିବା ପାଇଁ କାମ କରିବା ସହିତ ଯାହା ପାଖରେ ଟଙ୍କା ଅଛି ସେ ନିର୍ବାଚନ ଲଢିବାକୁ ଆଗକୁ ଆସନ୍ତୁ ବୋଲି ପ୍ରଭାତ ପରାମର୍ଶ ଦେଇଛନ୍ତି। ଟଙ୍କା ନଥିଲେ ନିର୍ବାଚନ ଲଢି ଜିତିବା ଅସମ୍ଭବ ବୋଲି ପ୍ରଭାତ କହିବା ସହିତ ସେ ଓ ତାଙ୍କ ପୁଅ ଏଯାଏ ନିର୍ବାଚନ ଲଢିବାରେ ୮୮ କୋଟି ଟଙ୍କା ଖର୍ଚ୍ଚ କରି ସାରିଲେଣି ବୋଲି କହିଛନ୍ତି। କିନ୍ତୁ ସେ ଟଙ୍କା ପାଇଁ ରାଜନୀତି କରୁ ନାହାନ୍ତି କି ଦଳ ଛାଡି ଯିବା ଲୋକ ନୁହନ୍ତି। ତେଣୁ ବିଜେଡିକୁ ଆହୁରି ସୁଦୃଢ କରିବା ପାଇଁ ସମସ୍ତେ ଲୋକଙ୍କ ପାଇଁ କାମ କରନ୍ତୁ, ଲୋକଙ୍କ ପାଖରେ ପହଞ୍ଚନ୍ତୁ ଏବଂ ପରିଶ୍ରମ କରନ୍ତୁ ବୋଲି ପ୍ରଭାତ ଆହ୍ବାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଯେଉଁ ୱାର୍ଡରେ ବିଜେଡି ଅଧିକ ଭୋଟ ବ୍ୟବଧାନ ପାଇବାରେ ସଫଳ ହୋଇଛି, ସେହି ୱାର୍ଡର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଧାୟକ ସୌଭିକ ବିଶ୍ବାଳ, ଡେପୁଟି ମେୟର ଦମୟନ୍ତୀ ମାଝୀ, ଶିବେନ୍ଦ୍ର ହାତୀ, ମହେନ୍ଦ୍ର ନାୟକଙ୍କ ସମେତ ବିଭିନ୍ନ ୱାର୍ଡର କର୍ମକର୍ତ୍ତା, କର୍ପୋରେଟର ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button