ଲୋକସଭା ନିର୍ବାଚନ ନଲଢ଼ିବାର କାରଣ କହିଲେ ସୋନିଆ ଗାନ୍ଧୀ – Kalinga News
[ad_1]
ନୂଆଦିଲ୍ଳୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଆଜି ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦର୍ଶାଇ ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଗତକାଲି ସେ ରାଜ୍ୟସଭା ନିର୍ବାଚନ ପାଇଁ ରାଜସ୍ଥାନରୁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି।
“ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବୟସ ବୃଦ୍ଧି ହେତୁ ମୁଁ ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ। ଏହି ନିଷ୍ପତ୍ତି ପରେ ମୁଁ ଆପଣଙ୍କୁ ସିଧାସଳଖ ସେବା କରିବାର ସୁଯୋଗ ପାଇବି ନାହିଁ, କିନ୍ତୁ ନିଶ୍ଚିତ ଭାବରେ ମୋର ହୃଦୟ ଏବଂ ଆତ୍ମା ସର୍ବଦା ଆପଣମାନଙ୍କ ସହିତ ରହିବ” ବୋଲି ଶ୍ରୀମତୀ ଗାନ୍ଧୀ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ଗତକାଲି କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ ରାଜସ୍ଥାନରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ତାଙ୍କ ସହ ପୁଅ ରାହୁଲ ଗାନ୍ଧୀ ଏବଂ ଝିଅ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଯାଇ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସୋନିଆ ଗାନ୍ଧୀ ସକାଳେ ରାହୁଲଙ୍କ ସହ ଜୟପୁରରେ ପହଞ୍ଚିଥିଲେ।
୧୯୯୮ ମସିହାରୁ ୨୦୨୨ ମସିହା ମଧ୍ୟରେ ପ୍ରାୟ ୨୨ ବର୍ଷ ଧରି କଂଗ୍ରେସ ସଭାପତି ଥିବା ସୋନିଆ ଗାନ୍ଧୀ ପାଞ୍ଚ ଥର ଲୋକସଭାର ସାଂସଦ ହୋଇଛନ୍ତି। ଏହା ପ୍ରଥମ ଥର ହେବ ଯେ ସେ ରାଜ୍ୟସଭାରୁ ପ୍ରତିନିଧିତ୍ୱ କରିବେ। ପ୍ରଶ୍ନ ହେଉଛି ବର୍ତ୍ତମାନ ତାଙ୍କ ନିର୍ବାଚନ ମଣ୍ଡଳୀ ରାଏବରେଲୀ ଆସନରେ କ’ଣ ହେବ? ସୂଚନା ଅନୁଯାୟୀ, ଝିଅ ପ୍ରିୟଙ୍କା ରାଏରେଲୀରୁ ଲୋକସଭାରେ ପ୍ରବେଶ କରିପାରନ୍ତି।
[ad_2]