ରାଜନୀତି

ୟୁପି ବିଧାନ ସଭାରେ ପାସ୍ ହେଲା ‘ଲଭ ଜିହାଦ ବିଲ୍‌’ ଏବେ ଦୋଷୀଙ୍କୁ ମିଳିବ ଆଜୀବନ ଜେଲ ଦଣ୍ଡ ..

ଆସିଲା ଐତିହାସିକ ବିଲ । ବିଧାନ ସଭାରେ ଲଭ୍ ଜିହାଦ ବିଲ ପାସ । ଏଥର ଦୋଷୀଙ୍କୁ ମିଳିବ ଆଜୀବନ ଜେଲ୍‌ ଦଣ୍ଡ  । ଉତ୍ତରପ୍ରଦେଶ ବିଧାନସଭାରେ ମଙ୍ଗଳବାର ଲଭ୍ ଜିହାଦ ବିଲ ଅର୍ଥାତ୍ ବେଆଇନ ଧର୍ମ ପରିବର୍ତ୍ତନ ନିଷେଧ  ବିଲ୍ ୨୦୨୪ ପାସ ହୋଇଯାଇଛି। ଏଥିରେ ପୂର୍ବରୁ ରହିଥିବା ଦଣ୍ଡକୁ ଦୁଇଗୁଣ କରିଦିଆଯାଇଛି । ଏଥିସହିତ ନୂଆ ଅପରାଧ ମଧ୍ୟ ସାମିଲ୍‌ କରାଯାଇଛି । ଯେଉଁଥିରେ ଆଜୀବନ ଜେଲ୍‌ର ପ୍ରାବଧାନ ରହିଛି ।

ଏହି ବିଲ୍‌ ଅନୁସାରେ, କୋର୍ଟ ପୀଡ଼ିତଙ୍କ ଖର୍ଚ୍ଚ ଏବଂ ପୁନର୍ବାସ ପାଇଁ ନ୍ୟାୟୋଚିତ ରାଶି ଜରିମାନା ରୁପେ ନିର୍ଦ୍ଧାରଣ କରିପାରିବେ ।ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ଯୋଗୀ ସରକାର ୨୦୨୧ରେ ହିଁ ଉତ୍ତରପ୍ରଦେଶ ବେଆଇନ ଧର୍ମ ପରିବର୍ତ୍ତନ ନିଷେଧ ବିଲ୍ ୨୦୨୧ ଗୃହରେ ପାରିତ କରିଥିଲେ, ଯାହା ପରେ ସଂଶୋଧିତ ବିଲ୍ ୨୯ ଜୁଲାଇ ୨୦୨୪ ସୋମବାର ଆଗତ କରାଯାଇଥିଲା । ନୂଆ ସଂଶୋଧିତ ବିଲ୍ ରେ ପ୍ରଥମ ଥର ପାଇଁ ଏହି ଅପରାଧ ପାଇଁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button