ଅପରାଧ

ମା’କ୍ଷୀର ବିକ୍ରି ବନ୍ଦ: ଫାସାଇର କଠୋର ଆଦେଶ, ଉଲ୍ଲଂଘନ କଲେ ୫ ଲକ୍ଷ ଜରିମାନା, ୬ମାସ ଜେଲ୍ – Kalinga News

[ad_1]

ନୂଆଦିଲ୍ଲୀ: ଭାରତରେ ମ‌ା’କ୍ଷୀର କିମ୍ବା କ୍ଷୀରରୁ ପ୍ରସ୍ତୁତ ଦ୍ରବ୍ୟ ବିକ୍ରୟକୁ ଅନୁମତି ଦିଆଯାଇପାରିବ ନାହିଁ। ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (ଫାସାଇ) ଏ ସମ୍ପର୍କରେ ଚେତାବନୀ ଦେଇଛି। ଫାସାଇ କହିଛି ଯେ ଖାଦ୍ୟ ସୁରକ୍ଷା ଏବଂ ମାନକ (ଏଫଏସଏସ) ଅଧିନିୟମ, ୨୦୦୬ ଅନୁଯାୟୀ ଦେଶରେ ମାନବ କ୍ଷୀର ପ୍ରକ୍ରିୟାକରଣ କିମ୍ବା ବିକ୍ରୟ ଅନୁମତି ଦିଆଯାଇପାରିବ ନାହିଁ। ମା’କ୍ଷୀର କାରବାର ବିଷୟରେ ଅଭିଯୋଗ ମିଳିବା ପରେ ଫାସାଇ ଏହି ଚେତାବନୀ ଦେଇଛି ।

ଫାସାଇ ଦ୍ବାରା ଜାରି କରାଯାଇଥିବା ନୋଟ୍‌ରେ ଏହା କୁହାଯାଇଛି, ଏପରି ଅନେକ ଅଭିଯୋଗ ଆସିଛି ଯେଉଁଥିରେ ମା’କ୍ଷୀର ଏବଂ ସେହି କ୍ଷୀରରୁ ପ୍ରସ୍ତୁତ ସାମଗ୍ରୀ ସମାଜରେ ତଥା ଅନ୍ୟାନ୍ୟ ସ୍ଥାନରେ ବିକ୍ରି ହେଉଛି। ଫାସାଇ କହିଛି ମା’କ୍ଷୀର ବିକ୍ରୟ କରିବା ସମ୍ପୂର୍ଣ୍ଣ ନିଷେଧ। ଏହାକୁ ନେଇ ବେପାର କରାଯାଇପାରିବ ନାହିଁ । କେବଳ ଏତିକି ନୁହେଁ, ମା’କ୍ଷୀରରୁ ନିର୍ମିତ ଜିନିଷ ମଧ୍ୟ ପ୍ରକ୍ରିୟାକରଣ ଏବଂ ବିକ୍ରୟ ହୋଇପାରିବ ନାହିଁ । ଫାସାଇ କହିଛି ମାନବ କ୍ଷୀର ଏବଂ ଏଥିରୁ ପ୍ରସ୍ତୁତ ଦ୍ରବ୍ୟ ବିକ୍ରୟକୁ ତୁରନ୍ତ ନିଷିଦ୍ଧ କରାଯିବା ଜରୁରୀ।

ଏହା ମଧ୍ୟ ଦେଖାଯାଇଛି ଯେ ରାଜ୍ୟ ତଥା କେନ୍ଦ୍ରର ଅନେକ ଲାଇସେନ୍ସ ପ୍ରଦାନକାରୀ କର୍ତ୍ତୃପକ୍ଷ ମଧ୍ୟ ମାନବ କ୍ଷୀର ବିକ୍ରୟ ପାଇଁ ଅନୁମୋଦନ ଦେଉଛନ୍ତି। ଫାସାଇ ଏପରି ଅଧିକାରୀମାନଙ୍କୁ ଚେତାବନୀ ଦେଇଛି ଏବଂ ଏପରି କୌଣସି ଅନୁମୋଦନ ଦେବାକୁ ମନା କରିଦେଇଛି। ଏହା ବ୍ୟତୀତ ଏହି କର୍ତ୍ତୃପକ୍ଷଙ୍କୁ ଏପରି କୌଣସି ଖାଦ୍ୟ ଅପରେଟରଙ୍କୁ ଏଭଳି ଲାଇସେନ୍ସ କିମ୍ବା ପଞ୍ଜୀକରଣ ନ କରିବାକୁ କୁହାଯାଇଛି।

ଫାସାଇ କହିଛି ମା’କ୍ଷୀରକୁ ବିକ୍ରି କରାଯାଇ ପାରିବ ନାହିଁ। ଆବଶ୍ୟକସ୍ଥଳେ ଏହାକୁ କେବଳ ଅଭାବୀ ପିଲାକୁ ଦିଆଯାଇପାରିବ । ଯେଉଁ ମା’ମାନଙ୍କର କ୍ଷୀର ହେଉନାହିଁ ସେମାନଙ୍କ ପିଲାଙ୍କୁ ଏହା ଦାନ କରାଯାଇ ପାରିବ। ଫାସାଇ କହିଛି ଯେ ଏଠାରେ ଦୁଗ୍ଧ ଦାନ କରିବା ଅର୍ଥ କ୍ଷୀର ମାଗଣାରେ ଯୋଗାଇବା। କ୍ଷୀର ଦାନ କରୁଥିବା ମହିଳା ସ୍ୱେଚ୍ଛାକୃତ ଭାବେ ଦାନ କରିଥାନ୍ତି । ଅନେକ କ୍ଷେତ୍ରରେ ମା’ନିଜ ନବଜାତ ଶିଶୁକୁ କ୍ଷୀର ଦେବାକୁ ଅସମର୍ଥ ହୋଇଥାନ୍ତି। ଏପରିକ୍ଷେତ୍ରରେ କ୍ଷୀର ହେଉଥିବା ଅନ୍ୟ ଜଣେ ମା’ଙ୍କର କ୍ଷୀରକୁ ବ୍ୟବହାର କରାଯାଇ ପାରିବ। ସମ୍ପୃକ୍ତ ମା’କୌଣସି ଲାଭ ବିନା କ୍ଷୀର ହେଉ ନଥିବା ମା’ଙ୍କର ଶିଶୁକୁ ସ୍ତନ୍ୟପାନ କରାଇ ପାରିବେ।

ଯଦି କୌଣସି ବ୍ୟକ୍ତି ମାନବ କ୍ଷୀର ବିକ୍ରୟ କରନ୍ତି, ତେବେ ଖାଦ୍ୟ ସୁରକ୍ଷା ଏବଂ ମାନକ (ଏପଏସଏସ) ଅଧିନିୟମ, ୨୦୦୬ ଅନୁଯାୟୀ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଏହି ଅଧିନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତେବେ ସେହି ବ୍ୟକ୍ତିଙ୍କ ଉପରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯାଇପାରେ କିମ୍ବା ତାଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ କରାଯାଇପାରେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button