ଅପରାଧ

ଅଭିଯୁକ୍ତକୁ ଧରି ଆଣିଲେ ପୁରସ୍କାର ରାଶି ବାବଦକୁ ୫୦ପଇସା ମିଳିବା ଘଟଣାକୁ ନେଇ ଏସପିଙ୍କ ପ୍ରତିକ୍ରିୟା – Kalinga News

[ad_1]

ଜୟପୁର: ରାଜସ୍ଥାନର ଝୁନଝୁନ ଏସପି ଦେବେନ୍ଦ୍ର କୁମାର ବିଶ୍ନୋଇ ନିକଟରେ ଜଣେ ଫେରାର ଅଭିଯୁକ୍ତକୁ ଧରି ଆଣିଲେ ପୁରସ୍କାର ରାଶିର ଘୋଷଣା କରିଛନ୍ତି। ତେବେ ସେ ଯେଉଁ ପୁରସ୍କ‌ାର ରାଶି ଘୋଷଣା କରିଥିଲେ ତାହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲିବା ସହ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।

ସୂଚନାଯୋଗ୍ୟ, ପୁଲିସ ଅପରାଧୀ ଯୋଗେଶକୁ ଧରିବା ପାଇଁ ଅନେକ ଯୋଜନା ଓ ଚେଷ୍ଟା କରିଥିଲେ ହେଁ ବିଫଳ ରହିଛି। ଏମିତି କି ଯୋଗେଶକୁ ବାରମ୍ବାର ସମନ ଜାରି ହୋଇଥିଲେ ମଧ୍ୟ ସେ କୋର୍ଟରେ ହାଜର ହେବାକୁ ଆସୁ ନାହିଁ।  ଶେଷରେ କୋର୍ଟ ଫେରାର ଅଭିଯୁକ୍ତ ଯୋଗେଶ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରି ତାକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ପୁଲିସ ଏକ ନିର୍ଦ୍ଦେଶାନାମା ଜାରି କରିଛି।  ଏଥିରେ ଏସପି ଦେବେନ୍ଦ୍ର କୁମାର ଦସ୍ତଖତ ବି କରିଛନ୍ତି। ଜାରି ନିର୍ଦ୍ଦେଶାନାମାରେ ଉଲ୍ଲେଖ ରହିଛି କି ଅଭିଯୁକ୍ତକୁ ଯେଉଁ ବ୍ୟକ୍ତି ଧରି ଆଣି‌ବେ ତାଙ୍କୁ ୫୦ପଇସା ପୁରସ୍କାର ରାଶି ପ୍ରଦାନ କରାଯିବ। ତେବେ ଏହି ରାଶିକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏସପି ଏହି ନିର୍ଦ୍ଦେଶାନାମାକୁ ନେଇ କହିଛନ୍ତି, ‘ପଳାତକ ଅଭିଯୁକ୍ତକୁ ଧରି ଆଣିଲେ ସାଧାରଣତଃ ପୁରସ୍କାର ରାଶି ବାବଦକୁ ୫୦୦ରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯାଇଥାଏ।

ଏହାଦ୍ବାରା ଅଭିଯୁକ୍ତ ନିଜକୁ ବଡ଼ ମନେ କରେ। ସେ ଭାବେ ତାକୁ ଧରିବା ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। ମୋ ମତରେ ପ୍ରତ୍ୟେକ ଅପରାଧୀ ସମାନ। ସେ ଛୋଟ ଅପରାଧ କରିଥାଉ କି ବଡ଼। ତେଣୁ ଅଭିଯୁକ୍ତକୁ ଧରି ଆଣିବା ପାଇଁ ୫୦ପଇସା ଘୋଷଣା କରି ତାର ‌ମୂଲ୍ୟ କେତେ ଜଣାଯାଇଛି।’



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button