ଅପରାଧ

ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିଲେ, ମନ୍ଦିରରେ ନିଆଁ ଲଗାଇଲେ ଦୁର୍ବୃତ୍ତ – Kalinga News

[ad_1]

ଗୋଷାଣୀ: ଗଜପତି ଜିଲ୍ଲା ଗୋଷଣୀ ବ୍ଲକ ଅଧୀନ ଗାରବନ୍ଧ ଥାନା ଅନ୍ତର୍ଗତ ଲାବାଣ୍ୟଗଡ଼ ଗ୍ରାମରେ ଗୁରୁବାର ବିଳମ୍ବିତ ରାତ୍ର ସମୟରେ ଦୃର୍ବୃତ୍ତ କଳାକନା ବୁଲାଇଥିବା ବେଳେ ମନ୍ଦିରର ଲୁହା ଗ୍ରୀଲ୍ ତାଡ଼ି କାଠ ସାମଗ୍ରୀ ପୋଡି ଦେଇଛନ୍ତି। ଖବର ପାଇ ଗାରବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିସିକାଙ୍କ ନେତୃତ୍ବରେ ପୁଲିସ ଟିମ୍ ପହଞ୍ଚି ତନାଘନା କରୁଥିବାର ଜଣାପଡ଼ିଛି।

ସୂଚନା ମୁତାବକ ଶୁକ୍ରବାର ବିଳମ୍ବିତ ରାତିରେ ଲାବାଣ୍ୟଗଡ଼ ମୁଖ୍ୟ ରାସ୍ତାକଡ଼ରେ ଥିବା ହେମା ପାରିଗା ଏବଂ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଘରର ତାଲା ଭାଙ୍ଗିଥିଲେ। ଶ୍ରୀ ବେହେରା ଅନୁପସ୍ଥିତ ରହିବା ସହ ଘରେ କିଛି ଟଙ୍କା କିମ୍ବା ଅଳଙ୍କାର ରଖି ନଥିଲେ। ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘରର ସମସ୍ତ ସ୍ଥାନରେ ଖୋଜାଖୋଜି କରି ଫେରିଥିଲେ। ହେଲେ ତାଙ୍କ ପଡିଶାରେ ରହୁଥିବା ହେମା ପାରିଗାଙ୍କ ଘରେ ତାଙ୍କ ପୁଅ ଥିଲେ। ସେ ଛାତ ଉପରେ ଶୋଇଥିବା ବେଳେ ଦୁର୍ବୃତ୍ତମାନ ତଳ ମହଲାରେ ଥିବା ଆଲମିରା ଭାଙ୍ଗି ୭ ତୋଳା ସୁନା ଅଳଙ୍କାର ସହ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଥିଲେ। ଦୃର୍ବୃତ୍ତଙ୍କ ଏତିକିରେ ମନଭରିଲାନି ଯେ ଗ୍ରାମଦେବୀ ମନ୍ଦିରର ଲୁହା ଗ୍ରିଲ୍ କବାଟକୁ ତାଡ଼ି ଭିତରେ ପଶିଥିଲେ। ସେଠାରେ ସେପରି କୌଣସି ମୂଲ୍ୟବାନ ସାମଗ୍ରୀ କିମ୍ବା ଟଙ୍କା ନ ମିଳିବାରୁ ପୂଜାରେ ବ୍ୟବହୃତ କାଠଖଣ୍ଡ ଗୁଡ଼ିକୁ ବାହାରକୁ ଆଣି ପୋଡ଼ିଦେଇଥିଲେ।

ଆଜି ଗାରବନ୍ଧ ପୁଲିସ ସମେତ ସାଇଣ୍ଟିଫିକ୍ ଟିମ୍, ସନ୍ଧାନୀ କୁକୁର ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚାଲୁ ରଖିଛି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button