ଅପରାଧ

ମୁକ-ବଧିର ପୁଅକୁ କୁମ୍ଭୀର ଥିବା ପାଣି ଭିତରକୁ ଫିଙ୍ଗିଦେଲେ ମାଆ – Kalinga News

[ad_1]

ବେଙ୍ଗାଲୁରୁ:କର୍ଣ୍ଣାଟକର ଉତ୍ତର କନ୍ନଡରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ୩୨ ବର୍ଷ ବୟସ୍କା ମହିଳା ତାଙ୍କ ୬ ବର୍ଷର ପୁଅକୁ କୁମ୍ଭୀର ବସବାସ କରୁଥିବା ଏକ କେନାଲରେ ଫିଙ୍ଗିବା ପରେ ଶିଶୁଟିର ମୃତ୍ୟୁ ଘଟିଛି। ପୁଲିସ୍‌ ଏବେ ଏହି ଘଟଣାର ପ୍ରାରମ୍ଭିକ ତଦନ୍ତ କରି ହତ୍ୟା ଅଭିଯୋଗରେ ମହିଳାଙ୍କୁ ଗିରଫ କରିିଛି।

ଶନିବାର ରାତିରେ ହାଲାମଦି ଗ୍ରାମରେ ଏହି ଘଟଣା ଘଟିଛି। ରବି କୁମାର (୩୬)ଙ୍କ ପତ୍ନୀ ସାବିତ୍ରୀ ନାମକ ଏହି ମହିଳା ନିଜର ଦିବ୍ୟାଙ୍ଗ ପୁଅ ସହ ଏପରି କରିଥିବା ଜଣାପଡ଼ିଛି। ସୂଚନା ରହିଛି ଯେ ପୁଅ ବିନୋଦର ଶୁଣିବା ଓ କହିବାରେ ସମସ୍ୟା ଥିବାରୁ ପତି-ପତ୍ନୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ଏପରିକି ଏହି ଘଟଣାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବି ବାରମ୍ବାର ପାଟିତୁଣ୍ଡ ହେଉଥିଲା।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଘଟଣା ଘଟିବା ଦିନ ତୀବ୍ର ଯୁକ୍ତିତର୍କ ପରେ ସାବିତ୍ରୀ ରାତି ପ୍ରାୟ ୯ଟା ସମୟରେ ବିନୋଦକୁ ଏକ କେନାଲରେ ଫିଙ୍ଗିଥିଲେ। ଏହି କେନାଲଟି କୁମ୍ଭୀର ରହୁଥିବା କାଳୀ ନଦୀକୁ ସଂଯୋଗ କରେ।

ପୁଲିସ ଏବଂ ଅଗ୍ନିଶମ ବାହିନୀର ବହୁ ଉଦ୍ୟମ ସତ୍ତ୍ବେ ବି ଶନିବାର ରାତିରେ ବିନୋଦର ମୃତଦେହ ମିଳିପାରିନଥିଲା। ରବିବାର ସକାଳେ ସର୍ଚ୍ଚ ଟିମ୍ ଶିଶୁଟିର ମୃତଦେହକୁ ଉଦ୍ଧାର କରିଥିଲା। ଉଦ୍ଧାର ପରେ ଶିଶୁଟିର ଶରୀରରେ ଗଭୀର ଆଘାତ ଏବଂ କାମୁଡ଼ା ଚିହ୍ନ ଥିବା ଜଣାପଡିଛି।

ଜଣେ ଗୃହ ସହାୟିକା ଭାବରେ କାର୍ଯ୍ୟ କରୁଥିବା ସାବିତ୍ରୀ ଏବଂ ରବି କୁମାର କୋର୍ଟରେ ହାଜର ହେବା ପରେ ସେମାନଙ୍କୁ ୧୪ ଦିନଆ ହେପାଜଜରେ ପଠାଯାଇଛି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସାବିତ୍ରୀ ତାଙ୍କ ସ୍ୱାମୀ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବାର ଅଭିଯୋଗ କରିଛନ୍ତି ଏବଂ ପୁଅର ମୃତ୍ୟୁ ପାଇଁ ତାଙ୍କୁ ଦାୟୀ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button