ଖେଳ ଖବର

ପ୍ୟାରିସ୍ ଅଲିମ୍ପିଆନ୍‌ଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା – Kalinga News

[ad_1]

ଅଲିମ୍ପିକ୍ସରେ ଇନ୍‌ଫ୍ରାରେଡ୍‌ କ୍ୟାମେରାରୁ ବର୍ତ୍ତିବା ପାଇଁ ଜାପାନୀ କ୍ରୀଡ଼ାବିତ୍‌ଙ୍କ ନୂଆ ତରିକା

ନୂଆଦିଲ୍ଲୀ: ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ କ୍ରୀଡ଼ାବିତ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହିତ ୨୦୩୬ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ ପାଇଁ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ)ର ପ୍ରୟାସକୁ ମଧ୍ୟ ରାଷ୍ଟ୍ରପତି ପ୍ରଶଂସ‌ା କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ମିଳିତ ଗୃହକୁ ସମ୍ବୋଦନ କରି କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ସରକାରଙ୍କ ଦୃଢ଼ ଉଦ୍ୟମ ଦ୍ବାରା ଭାରତୀୟ କ୍ରୀଡ଼ାବିତ୍‌ମାନେ ବିଶ୍ବସ୍ତରରେ ରେକର୍ଡ ସଂଖ୍ୟକ ‌ପଦକ ଜିତିବାରେ ସଫଳ ହୋଇଛନ୍ତି। ପ୍ୟାରିସ୍‌ ଅଲିମ୍ପିକ୍ସ ଆଉ କିଛି ଦିନ ପରେ ଆରମ୍ଭ ହେଉଛି। ଯେଉଁ କ୍ରୀଡ଼ାବିତ୍‌ମାନେ ଅଲିମ୍ପିକ୍ସରେ ଭାରତକୁ ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି, ସେମାନଙ୍କ ପାଇଁ ଆମେ ଗର୍ବିତ। ମୁଁ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି। ଭାରତୀୟ ଅଲିମ୍ପିକ ସଂଘ ୨୦୨୬ ଅଲିମ୍ପିକ୍ସ ଆୟୋଜନ ପାଇଁ ପ୍ରସ୍ତୁତ ହେଉଥିବାରୁ ଏହି ସଫଳତାକୁ ଏହା ଆଉ ପାଦେ ଆଗେଇ ନେଇଥିବା ରାଷ୍ଟ୍ରପତି କହିଛନ୍ତି। ସୂଚନାଯୋଗ୍ୟ ଅଲିମ୍ପିକ୍ସ ପାଇଁ ୧୦୦ରୁ ଊର୍ଦ୍ଧ୍ବ ଭାରତୀୟ କ୍ରୀଡ଼ାବିତ୍‌ ଯୋଗ୍ୟତା ଅର୍ଜନ କରିଥିଲା ବେଳେ ବନ୍ଧୁକଚାଳନାରୁ ସବୁଠୁ ଅଧିକ ୨୧ ଜଣ ଏହି କ୍ରୀଡ଼ା ମହାକୁମ୍ଭରେ ଭାରତର ପ୍ରତିନିଧିତ୍ବ କରିବେ।

ଟୋକିଓ: ପ୍ୟାରିସ୍‌ ଅଲିମ୍ପିକ୍ସରେ ଇନ୍‌ଫ୍ରାରେଡ୍‌ କ୍ୟାମେରା ଲାଇଟ୍‌ଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଜାପାନ୍‌ର କ୍ରୀଡ଼ାବିତ୍‌ମାନେ ନୂଆ ତରିକା ଆପଣାଇବାକୁ ଯାଉଛନ୍ତି। କ୍ରୀଡ଼ାବିତ୍‌ମାନେ ସେମାନଙ୍କ ‌କ୍ରୀଡ଼ା ପୋଷାକକୁ ଏକ ନୂଆ ଧରଣର କପଡ଼ାରେ ତିଆରି କରିଛନ୍ତି, ଯାହା ଇନ୍‌ଫ୍ରାରେଡ୍‌ ଆଲୋକକୁ ଶୋଷିନେବ। ଏହି କପଡାରେ ଇନ୍‌ଫ୍ରାରେଡ୍ ଆଲୋକକୁ କ୍ୟାମେରା ଓ ସେନ୍ସରଠାରୁ ଦୂରରେ ରଖି ବିମାନ ଚୋରି ଭଳି କାର୍ଯ୍ୟରେ ଲାଗୁଥିବା ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରାଯାଇଛି। ଏଭଳି ଇନ୍‌ଫ୍ରାରେଡ୍‌ ବ୍ୟବସ୍ଥା କେତେକ ମୋବାଇଲ୍‌ ଫୋନ୍‌ରେ ବ୍ୟବହାର ହେଉଛି। ଏହାଦ୍ବାରା ଏକ ଆପ୍ଲିକେସନ୍‌ ମାଧ୍ୟମରେ ଉଠାଯାଉଥିବା ଫଟୋଟି ରଂଜନରଶ୍ମି ଭଳି କାର୍ଯ୍ୟ କରିଥାଏ। ଯେଉଁ ମନୁଷ୍ୟଙ୍କ ଫଟୋ ଉତ୍ତୋଳନ କରାଯାଏ, ତାଙ୍କ ଅନ୍ତଃବସ୍ତ୍ରଗୁଡ଼ିକ ଏଥିରେ ସ୍ପଷ୍ଟ ଭାବେ ଦେଖାଯାଇଥାଏ। ୨୦୨୦ରେ ଏଭଳି କିଛି ଅଭ‌ିଯୋଗ ଜାପାନୀ ଅଲିମ୍ପିକ କମିଟି ପାଖକୁ ଆସିଥିବାରୁ କ୍ରୀଡ଼ାବିତ୍‌ଙ୍କ ପାଇଁ ସ୍ବତନ୍ତ୍ର ପୋଷାକ ନିର୍ମାଣ କରାଯାଇଥିବା କୁହାଯାଇଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button