ଖେଳ ଖବର

ସିଲି ପଏଣ୍ଟ୍‌: ବଡୋସାଙ୍କଠାରୁ ଅଲଗା ହେଲେ ସିସିପାସ୍ – Kalinga News

[ad_1]

ଟେନିସ୍‌ର ଚର୍ଚ୍ଚିତ ଯୋଡ଼ି ପାଓଲା ବଡୋସା ଓ ଷ୍ଟିଫାନେସ୍ ସିସିପାସ୍‌ଙ୍କ ପ୍ରେମ ସଂପର୍କରେ ପୂର୍ଣ୍ଣଛେଦ ପଡ଼ିଛି। ସେମାନେ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ଗତବର୍ଷ ଫ୍ରେଞ୍ଚ ଓପନ୍ ଅବସରରେ ଉଭୟ ନିଜ ସଂପର୍କକୁ ସର୍ବସାଧାରଣରେ ସ୍ବୀକାର କରିଥିଲେ। ଏବର୍ଷର ଫ୍ରେଞ୍ଚ୍ ଓପନ୍ ପୂର୍ବରୁ କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଅଲଗା ହୋଇଯାଇଥିବାର ଖବର ପ୍ରଶଂସକଙ୍କୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦେଇଛନ୍ତି। ପୂର୍ବତନ ବିଶ୍ବ ନମ୍ବର ଦୁଇ ଖେଳାଳି ୨୬ ବର୍ଷୀୟା ବଡୋସା ବାରମ୍ବାର ଆହତ ହେବା ପରେ ସଂପ୍ରତି ବିଶ୍ବ ମାନ୍ୟତାର ୧୨୬ତମ ସ୍ଥାନକୁ ଖସି ଯାଇଛନ୍ତି। ୨୫ ବର୍ଷୀୟ ସିସିପାସ୍ ମଧ୍ୟ ଗତ ଏକବର୍ଷ ହେବ ଆଶାଜନକ ସଫଳତା ପାଇ ନାହାନ୍ତି। ଏହା ହିଁ ଉଭୟ ଅଲଗା ହେବାର ପ୍ରମୁଖ କାରଣ ବୋଲି କୁହାଯାଉଛି। ଦୁଇ ଜଣ ଯାକ ଏବେ ଟେନିସ୍ ଉପରେ ଅଧିକ ଧ୍ୟାନ ଦେବେ ବୋଲି କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button