ଖେଳ ଖବର

ଅଷ୍ଟ୍ରେଲିଆ ଦଳ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ: ଟାର୍ଗେଟ ୫୩୪, ଅଷ୍ଟ୍ରେଲିଆ ୧୨/୩

ଅଷ୍ଟ୍ରେଲିଆର ପର୍ଥରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଭାରତର ଦବଦବା ଦେଖିବାକୁ ମିଳିଛି। ପ୍ରଥମ ଇନିଂସରେ ଭାରତୀୟ ଟିମ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ବୋଲିଂରେ ନିଜେ ଅଧିନାୟକ ଯଶପ୍ରୀତ ବୁମ୍ରା କମାଲ କରିବା ସହ ଅଷ୍ଟ୍ରେଲିଆକୁ ମାତ୍ର ୧୦୪ରେ ଅଲଆଉଟ କରିଦେଇଥିଲେ।

ଭାରତ ୪୬ ରନର ଲିଡ୍‌ ହାସଲ କରିବା ପରେ ପର୍ଥରେ ଦେଖାଇଥିଲା ନିଜର ଜଳୱା। ଦ୍ୱିତୀୟ ଇନିଂସରେ ଭାରତ ପ୍ରାୟ ଦେଢ଼ ଦିନ ବ୍ୟାଟିଂ କରି ୬ ୱିକେଟ ବଳରେ ୪୮୭ ରନ କରିବା ପରେ ପାଳି ଘୋଷଣା କରିଛି। ଯଶସ୍ୱୀ ଜୈସୱାଲ ୧୬୧, ବିରାଟ କୋହଲି ଅପରାଜିତ ୧୦୦ ଓ କେଏଲ ରାହୁଲ ୭୭ ରନର ଦମଦାର ଇନିଂସ ଖେଳିଛନ୍ତି।

ଅଷ୍ଟ୍ରେଲିଆ ୫୩୪ ରନର ଟାର୍ଗେଟ ପାଇଥିବା ବେଳେ ଆଜି ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ହେଲେ ଦଳ ପୁଣି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦ୍ୱିତୀୟ ଇନିଂସରେ ଆଜି ଅଷ୍ଟ୍ରେଲିଆ ୪.୨ ଓଭର ବ୍ୟାଟିଂ କରିଥିଲେ ହେଁ ୧୨ ରନରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଛି। ବୁମ୍ରା ନିଜର ପ୍ରଥମ ଓଭରରେ ନାଥନ ମ୍ୟାକସ୍ୱିନୀଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ରଥମେ ଆଉଟ କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button