ଖେଳ ଖବର

କୋହଲି, ଧୋନିଙ୍କ ଅବସର ଆଭାସ – Kalinga News

[ad_1]

‘‘ଲକ୍ଷ୍ୟରେ ପହଞ୍ଚିବା ପରେ ଦୂରେଇ ଯିବି’’

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର ଚେହେରା ପାଲଟିଥିବା ତାରକା କ୍ରିକେଟର୍‌ ବିରାଟ କୋହଲି ଅବସର ଆଭାସ ଦେଇଛନ୍ତି। ଆଇପିଏଲ୍‌ରେ ଏକାଧିକଥର ନାରଙ୍ଗୀ ଟୋପି ପାଇଥିଲେ ମଧ୍ୟ ନିଜ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି)କୁ ବିଜେତା କରାଇବାରେ ସଫଳ ହୋଇପାରି ନାହାନ୍ତି। କିନ୍ତୁ ସଫଳତା ପାଇବା ପର୍ଯ୍ୟନ୍ତ ‌ସେ ଚେଷ୍ଟା ଜାରି ରଖିବେ ଏବଂ ଥରେ ସଫଳତା ପାଇବା ପରେ ସେ ଦୂରେଇ ଯିବେ। ତେଣୁ ସେପର୍ଯ୍ୟନ୍ତ ସେ ଖେଳକୁ ସବୁକିଛି ଅବଦାନ ଦେଇଚାଲିବେ ବୋଲି ଆର୍‌ସିବିର ଏକ ରାତ୍ରିଭୋଜନ କାର୍ଯ୍ୟକ୍ରମରେ କହିଛନ୍ତି। ଅଧିନାୟକ ଫାଫ୍‌ ଡୁପ୍ଲେସିସ୍‌ଙ୍କ ସହ ମଞ୍ଚରେ କୋହଲି ବସିବା ସହ ଅନେକ ପ୍ରଶ୍ନର ଜବାବ ରଖିଥିଲେ। କିନ୍ତୁ ରନ୍‌ ପାଇଁ ସବୁବେଳେ ଭୋକିଲା ରହୁଥିବାରୁ ଏଥିପାଇଁ ତାଙ୍କୁ କ’ଣ ପ୍ରେରିତ କରୁଛି ବୋଲି ପ୍ରଶ୍ନରେ କୋହଲି ଅବସର ବିଷୟରେ ସଙ୍କେତ ଦେଇଥିଲେ। କୋହଲି କହିଥି‌ଲେ, ‌ଜଣେ କ୍ରୀଡ଼ାବିତ୍‌ ଭାବେ ଦିନେନା ଦିନେ ଆମ କ୍ୟାରିୟର ଶେଷ ହେବ। ତେଣୁ ମୁଁ କେବଳ ମୋ କର୍ତ୍ତବ୍ୟ କରିଚାଲିଛି। ମୋ କ୍ୟାରିୟରକୁ କିଛି ପାଇପାରି ନଥିବା ଭଳି ସ୍ଥିତିରେ ଛାଡ଼ିପାରିବିନି। ଆଜି ଯାହା ମୁଁ କରିପାରୁଛି, ସବୁବେଳେ ସେମିତି ଖେଳିପାରିବିନି। ତେଣୁ ମୋର କୌଣସି କାମକୁ ଅଧାବାଟରେ ଛାଡ଼ିପାରିବିନି, ଯେଉଁଥିପାଇଁ ପଶ୍ଚାତାପ କରିବାକୁ ପଡ଼ିବ। ଏପରି କରିବାକୁ ମୁଁ ଆଦୌ ଚାହିବିନି ବୋଲି କୋହଲି କହିଛନ୍ତି। ସେ ପୁଣି କହିଛନ୍ତି, ଯେତେବେଳେ ଥରେ ମୁଁ ମୋ ଲକ୍ଷ୍ୟରେ ପହଞ୍ଚିଯିବି, ତାପରଠୁ ସବୁଦିନ ପାଇଁ ଚାଲିଯିବି। ଏହାପରେ କିଛି ଦିନ ପାଇଁ ମୋତେ କେହି ଦେଖିବାକୁ ପାଇବେନି। ଭବିଷ୍ୟତ ବିଷୟରେ ଏହି ସମୟରେ ଚିନ୍ତା କରିବି। ତେଣୁ ଯେପର୍ଯ୍ୟନ୍ତ ଖେଳୁଥିବି, ସେତେବେଳ ପର୍ଯ୍ୟନ୍ତ କ୍ରିକେଟ୍‌କୁ ସବୁକିଛି ଦେଇଦେବି। ଏହା ହିଁ ମୋତେ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଉଛି ବୋଲି କୋହଲି କହିଛନ୍ତି।

ମାଇକ୍‌ ହସି କହିଲେ ‘ମାହିଙ୍କ ଶେଷ ଆଇପିଏଲ୍‌’

ବେଙ୍ଗାଲୁରୁ: ଭାରତୀୟ କ୍ରିକେଟ୍‌ କିଂବଦନ୍ତି ମହେନ୍ଦ୍ର ସିଂହ ଧୋନି ଚଳିତ ସଂସ୍କରଣ ପରେ ଆଉ ଆଇପିଏଲ୍‌ରେ ଖେଳିବେ ନାହିଁ। ଗୁରୁବାର ଏକାଧିକ ସଙ୍କେତରୁ ଏଭଳି ବିଶ୍ବାସ କରାଯାଉଛି। ଶନିବାର ଚେନ୍ନାଇ ସୁପର୍ କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବାକୁ ଥିବାବେଳେ ମାହି ତାଙ୍କ ପରିବାର ସହ ବେଙ୍ଗାଲୁରୁ ପହଞ୍ଚିଛନ୍ତି। ‌‌ସିଏସ୍‌‌କେ ଏହି ମ୍ୟାଚ୍‌ ହାରିଲେ ଅଭିଯାନ ଶେଷ ହେବା ଆଶଙ୍କା ଥିବାରୁ ଧୋନିଙ୍କ ପାଇଁ ଏହା ବିଦାୟୀ ମ୍ୟାଚ୍‌ ‌ହୋଇପାରେ। ଆଉ ଏକ ଖବର ମଧ୍ୟ ଧୋନିଙ୍କ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ସିଏସ୍‌କେର ପୂର୍ବତନ ଖେଳାଳି ତଥା ବର୍ତ୍ତମାନର ବ୍ୟାଟିଂ ପ୍ରଶିକ୍ଷକ ମାଇକ ହସି ଗୁରୁବାର ଏକ ସାକ୍ଷାତକାର ବେଳେ କହିଛନ୍ତି ‘ଏହା ମହେନ୍ଦ୍ର ସିଂହ ଧୋନିଙ୍କ ଶେଷ ଆଇପିଏଲ୍ ହେବାକୁ ଯାଉଛି’। ସୂଚନାଯୋଗ୍ୟ, ମାହିଙ୍କ ନେତୃତ୍ବରେ ସିଏସ୍‌‌କେ ୫ ଥର ବିଜେତା‌ ହୋଇଛି। ଭାରତକୁ ଦୁଇ ଥର ବିଶ୍ବକପ୍‌ (ଦିନିକିଆ ଓ ଟ୍ବେଣ୍ଟି-୨୦) ଦେଇଥିବା ମାହି ୨୦୨୦ରୁ ଅନ୍ତର୍ଜାତୀୟ କ୍ରିକେଟ୍ ଛାଡ଼ି ସାରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button