ଶ୍ରେଣୀଗୃହରେ ମଦନିଶାରେ ଟଳମଳ ଶିକ୍ଷକ: ଛାତ୍ରଛାତ୍ରୀ ଭୟଭୀତ – Kalinga News

[ad_1]
ସାଗର: ମଧ୍ୟପ୍ରଦେଶର ସାଗର ଜିଲ୍ଲାର ରହଲି ଥାନା ଅନ୍ତର୍ଗତ ଜମନାପୁର ପରାସିଆ ଗ୍ରାମରେ ଏକ ସରକାରୀ ବିଦ୍ୟାଳୟର ଜଣେ ଶିକ୍ଷକ ମଦ୍ୟପାନ କରି ସ୍କୁଲ ଆସିଥିବା ଅଭିଯୋଗ ହୋଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣାକୁ ନେଇ ଗ୍ରାମବାସୀ ଅଭିଯୋଗ କରି କହିଛନ୍ତି, ‘ଏଠାରେ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ଟ ହୋଇ ଆସିଥିବା ଶିକ୍ଷକ ରାମଲାଲ ଅହିରୱାର ପ୍ରାୟତଃ ମଦ୍ୟପାନ କରି ସ୍କୁଲକୁ ଆସିଥାଆନ୍ତି। ଆମେ ତାଙ୍କୁ ଏନେଇ ବାରଣ ବି କରିଛୁ। କିନ୍ତୁ ସେ ତାଙ୍କ ଅଭ୍ୟାସ ଜାରି ରଖିଛନ୍ତି। ଏମିତି କି ସେ ଅଭିଭାବକମାନଙ୍କୁ ହରିଜନ ଅଧିନିୟମ ଅନୁଯାୟୀ ମାମଲା ଦାୟର କରିବେ ବୋଲି ବି ଧମକ ଦେଇଛନ୍ତି।
ଏତେ ମାତ୍ରାରେ ସେ ମଦ ପିଇ ଆସିଥାଆନ୍ତି କି ପିଲାଙ୍କୁ ପାଠପଢ଼ାଇବା ତ ଦୂରର କଥା ସେ ଠିକ ଭାବେ ଛିଡ଼ା କି କଥା ବି ହୋଇପାରନ୍ତି ନାହିଁ। ଏନେଇ ଆମେ ବ୍ଲକ ଶିକ୍ଷାଧିକାରୀ ଅଜୟ ନଗରିୟା ଏବଂ ଦେବରି ବିଆରସି ବ୍ରହ୍ମାନନ୍ଦ ବଚକଇୟାଙ୍କ ନିକଟରେ ଅଭିଯୋଗ କରିଥିଲୁ। କିନ୍ତୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା।
ଦିନକୁଦିନ ଶିକ୍ଷକଙ୍କ ଅଭଦ୍ରାମୀ ବୃଦ୍ଧି ପାଇଥିଲା। ନିକଟରେ ସେ ଶ୍ରେଣୀଗୃହରେ ପିଲାଙ୍କ ମଝିରେ ଶୋଇପଡ଼ିଥିବା ଦେଖି ଆମେ ତାଙ୍କର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରି ୧୦୦କୁ ଫୋନ କରି ଅଭିଯୋଗ କରିଥିଲୁ। ଏହାପରେ ପୁଲିସ ସ୍କୁଲରେ ପହଞ୍ଚିବା ପରେ ଶିକ୍ଷକ ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ତାଙ୍କୁ ମାଡ଼ି ବସିଥିଲେ।
[ad_2]