ମନୋରଞ୍ଜନ

ଅତିଥୀଙ୍କ ଘରେ ପହଞ୍ଚିଥିବା ଅନନ୍ତ ଓ ରାଧିକାଙ୍କ ବିବାହ କାର୍ଡରେ ରହିଛି ଏସବୁ ସ୍ବତନ୍ତ୍ରତା – Kalinga News

[ad_1]

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଏବଂ ତାଙ୍କ ପ୍ରେମିକା ରାଧିକା ମର୍ଚ୍ଚାଣ୍ଟଙ୍କ ମୁମ୍ବାଇର ବିକେସିସ୍ଥିତ ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଜୁଲାଇ ୧୨ ତାରିଖରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ହେବ। ଏହି ବିବାହ ଚଳିତବର୍ଷ ସବୁଠାରୁ ବଡ଼ ବିବାହ ହେବ।

ବିବାହକୁ ଆଉ କିଛିଦିନ ବାକିଥିବା ବେଳେ ଅନନ୍ତ ଓ ରାଧିକାଙ୍କ ବିବାହ କାର୍ଡ ଚର୍ଚ୍ଚାରେ ରହିଛି। ଅତିଥୀମାନଙ୍କ ଘରେଘରେ ଅନନ୍ତ ଓ ରାଧିକାଙ୍କ ବିବାହ ନିମନ୍ତ୍ରଣ କାର୍ଡ ପହଞ୍ଚି ଯାଇଛି। ଏହାର ଏକ ଭିଡିଓ ବି ସାମ୍ନାକୁ ଆସିଛି। ମୁକେଶ ଅମ୍ବାନୀ ତାଙ୍କ ପୁଅ ବିବାହ କାର୍ଡକୁ ଅତି ସ୍ବତନ୍ତ୍ର ଭାବେ ତିଆରି କରିଛନ୍ତି।

ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଏକ ବକ୍ସ ରହିଛି। ଏହି ବକ୍ସକୁ ଖୋଲିବା ପରେ ତା’ ଭିତରେ ଏକ ମନ୍ଦିର ରହିଛି। କାର୍ଡଟି ରୁପାରେ ତିଆରି ଭଗବାନଙ୍କ ମୂର୍ତ୍ତିରେ ସଜା ଯାଇଥିବା ଦେଖିବାକୁ ମିଳୁଛି।

ଅନନ୍ତ ଓ ରାଧିକାଙ୍କ ବିବାହ ନିମନ୍ତ୍ରଣ କାର୍ଡକୁ ଭଗବାନ ରାମ, ଗଣେଶ, କୃଷ୍ଣ ଓ ରାଧାଙ୍କ ସମେତ ମା’ ଦୁର୍ଗାଙ୍କ ମୂର୍ତ୍ତିରେ ସଜା ଯାଇଛି। କେବଳ ଏତିକି ନୁହେଁ ଅତିଥୀମାନଙ୍କୁ ଏହି କାର୍ଡ ସହିତ ସ୍ବତନ୍ତ୍ର ଉପହାର ବି ପ୍ରଦାନ କରାଯାଇଛି। ଯାହାକୁ ସମସ୍ତେ ଖୁବ ପସନ୍ଦ ବି କରୁଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button