ଅପରାଧ

ମୋବାଇଲରେ କଥା ହେବାକୁ ବାରଣ କଲେ ବାପାମା’: ଝିଅର ପନିକି ଚୋଟରେ ହେଲେ ଗୁରୁତର – Kalinga News

[ad_1]

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ସରସଙ୍ଖ ପଞ୍ଚାୟତ ହାତିଗଡ଼ିଆ ଗ୍ରାମର ଜଣେ ଝିଅ ତାଙ୍କ ବାପା ମା’ଙ୍କୁ ପନିକିରେ ଆକ୍ରମଣ କରିବା ଫଳରେ ଉଭୟ ବାପା ମା ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଏହି ଗ୍ରାମର ରଞ୍ଜିତ ସିଂ(୩୮) ଓ ତାଙ୍କ ସ୍ତ୍ରୀ ବୁଦୁନି ସିଂ (୩୨)ଙ୍କ ବଡ଼ ଝିଅ କୁନି ସିଂ (୨୦) ବିବାହ ପରେ ମଧ୍ୟ ବାପଘରେ ଦୁଇବର୍ଷ ଧରି ରହୁଛନ୍ତି।

ଗତକାଲି ରାତିରେ ରଞ୍ଜିତ ଓ ତାଙ୍କ ସ୍ତ୍ରୀ ବୁଦୁନି ଖାଇବାକୁ ବସିଥିବା ବେଳେ ତାଙ୍କ ବଡ଼ ଝିଅ କୁନି ସିଂ ମୋବାଇଲରେ କଥା ହେଉଥିବାରୁ ବୁଦୁନି ତାଙ୍କ ଉପରେ ବିରକ୍ତ ହୋଇ ସାନ ଝିଅକୁ ପ୍ରଶଂସା କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଝିଅ କୁନି ତାଙ୍କୁ ଏକ ପନିକିରେ ଆକ୍ରମଣ କରିଥିଲେ । ପରେ ସ୍ତ୍ରୀକୁ ବଞ୍ଚାଇବାକୁ ଯାଇଥିବା ରଞ୍ଜିତ ମଧ୍ୟ ଝିଅର ପନିକି ଚୋଟର ଶିକାର ହୋଇ ଗୁରୁତର ଭାବେ ଆହତ ହୋଇଥିଲେ। ଏଥିରେ ରଂଜିତଙ୍କ ପେଟ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ମା ବୁଦୁନିଙ୍କ ହାତ ଓ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।

ସ୍ଥାନୀୟ ଲୋକେ ସୋର ପୁଲିସକୁ ଖବର ଦେବା ସହିତ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖନାରେ ଭର୍ତ୍ତି କରିଥିବା ବେଳେ ସେଠାରେ ରଂଜିତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଝିଅ କୁନିକୁ ଥାନାରେ ଅଟକ ରଖିଥିଲା।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button