ଯେଉଁ ଦିବ୍ୟାଙ୍ଗ ଫ୍ୟାନ୍ସଙ୍କୁ ଧକ୍କା ଦେଇଥିଲେ ନାଗାର୍ଜୁନ ବିମାନବନ୍ଦରରେ ତାଙ୍କୁ କଲେ ଆଲିଙ୍ଗନ – Kalinga News

[ad_1]
ନୂଆଦିଲ୍ଲୀ: ସାଉଥଷ୍ଟାର ନାଗାର୍ଜୁନ ନିଜର ଇମେଜ ମେକଓଭର କରିବା ଚେଷ୍ଟାର ଅଛନ୍ତି। ଏକଥା ନାଗାର୍ଜୁନଙ୍କ ନୂଆ ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ପ୍ରତିକ୍ରିୟା ଦେଇ କହୁଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
କିଛିଦିନ ପୂର୍ବରୁ ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଥିଲା ଅଭିନେତା ବିମାନବନ୍ଦରେ ଯାଉଥିବା ବେଳେ ତାଙ୍କର ଜଣେ ଦିବ୍ୟାଙ୍ଗ ଫ୍ୟାନ ଫଟୋ ଉଠାଇବା ପାଇଁ ନାଗାର୍ଜୁନଙ୍କ ପାଖକୁ ଧାଇଁ ଆସିଥିଲେ। ଏହି ସମୟରେ ନାଗାର୍ଜୁନଙ୍କ ଅଙ୍ଗରକ୍ଷୀ ଉକ୍ତ ଫ୍ୟାନଙ୍କୁ ଧକ୍କା ଦେଇ ଆଗକୁ ବଢ଼ି ଯାଇଥିଲେ।
ଏହି ଘଟଣା ନାଗାର୍ଜୁନ ଜାଣିବା ପରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି କ୍ଷମା ମାଗିଥିଲେ। ଆଗକୁ ଯେମିତି ଏମିତି ଘଟଣା ନଘଟେ ସେଥିପାଇଁ ଧ୍ୟାନ ରଖିବେ ବୋଲି କଥା ବି ଦେଇଥିଲେ।
ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଘୁରି ବୁଲୁଛି। ଯେଉଁଥିରେ ନାଗାର୍ଜୁନ ସେହି ଫ୍ୟାନଙ୍କୁ ଆଲିଙ୍ଗନ କରୁଛନ୍ତି ଯାହାଙ୍କୁ ତାଙ୍କ ଅଙ୍ଗରକ୍ଷୀ ଧକ୍କା ଦେଇ ରାସ୍ତାରୁ ହଟାଇ ଦେଇଥିଲେ।
ଏହି ଫଟୋ ଦେଖି ଲୋକେ ନାଗାର୍ଜୁନଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି। ଲୋକେ ନାଗାର୍ଜୁନଙ୍କୁ ଟ୍ରୋଲ କରି କହିଛନ୍ତି, ‘ଯଦି ଫ୍ୟାନ୍ସଙ୍କ ପ୍ରତି ଏତେ ଭଲପାଇବା ଅଛି ତେବେ ପ୍ରଥମେ କାହିଁକି ଏଭଳି ବ୍ୟବହାର ଦେଖାଇଲେ। ଯଦି ଅଙ୍ଗରକ୍ଷୀ ଦିବ୍ୟାଙ୍ଗ ଫ୍ୟାନଙ୍କୁ ଧକ୍କା ଦେଲେ ସେ ସମୟରେ ଉକ୍ତ ଫ୍ୟାନଙ୍କୁ ଡାକି କାହିଁକି ଆଲିଙ୍ଗନ କଲେ ନାହିଁ। ଏବେ କାହିଁକି ଏସବୁ ଡ୍ରାମା କରାଯାଉଛି।’
[ad_2]