ମନୋରଞ୍ଜନ

Bollywood ର 4 ଜଣ ଫେମସ ଷ୍ଟାର, ଯାହାଙ୍କୁ ରାସ୍ତାରେ ଦେଖା ଯାଇଥିଲା ଭିକ ମାଗୁଥିବାର, ଯାହାଙ୍କର ଅନ୍ତ ଥିଲା ବହୁତ ହିଁ କଷ୍ଟ ଦାୟକ

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ସମ୍ବନ୍ଧୀୟ ଖବର ସମ୍ପର୍କରେ କହିବାକୁ ଯାଉଛୁ। ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ନାମ କମାଇବା କେତେ ବଡ଼ ଖୁସି ର କଥା।ଅଭିନେତା ଏବଂ ଅଭିନେତ୍ରୀ ମାନେ ବଲିଉଡରେ ନିଜର ପରିଚୟ ସୃଷ୍ଟି କରି ଧନ ଅର୍ଜନ କରି ଆଡମ୍ବରପୂର୍ଣ ଜୀବନ ବିତାଉଛନ୍ତି।କିନ୍ତୁ ଏହି ବିଳାସପୂର୍ଣ ଜୀବନ ସେ ପର୍ଯ୍ୟନ୍ତ ବଜାୟ ରହିଥାଏ ଯେ ପର୍ଯ୍ୟନ୍ତ ବଲିଉଡରେ ଅଭିନୟ କରି ଧନ ଅର୍ଜନ କରିଥାନ୍ତି କିନ୍ତୁ ଯେବେ କାମ ମିଳିନଥାଏ ତେବେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

ବଲିଉଡ ଇଣ୍ଡଷ୍ଟ୍ରୀ ରେ କିଛି ଏଭଳି ଅଭିନେତା/ଅଭିନେତ୍ରୀ ଅଛନ୍ତି ଯେଉଁମାନେ ପରବର୍ତ୍ତୀ ସମୟରେ କାମ ନ ମିଳିଥିବାରୁ ବହୁତ ଅସୁବିଧାର ସମ୍ମୁଖିନ ହୋଇଛନ୍ତି ଏବଂ ସେମାନଙ୍କ ଅନ୍ତ ସମୟ ଅତ୍ୟନ୍ତ ଦୁଃଖଦ ଭାବେ ବିତିଛି। ଆଜି ଆମେ ସେହି ଅଭିନେତା/ ଅଭିନେତ୍ରୀ ଙ୍କ ସମ୍ବନ୍ଧରେ ଆପଣ ମାନଙ୍କୁ କହିବାକୁ ଯାଉଛୁ। ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି ଅଭିନେତା/ଅଭିନେତ୍ରୀ ଙ୍କ ବିଷୟରେ।

୧. ୨୦୧୮ ମସିହାରେ ‘ପାଖୀଜା’ ଫିଲ୍ମ ରେ ଅଭିନୟ କରିଥିବା ଅଭିନେତ୍ରୀ ‘ଗୀତା କପୁର’ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଗୀତା କପୁର ବହୁତ ଶୀଘ୍ର ବଲିଉଡ ଇଣ୍ଡଷ୍ଟ୍ରୀ ରୁ ବିଦାୟ ନେଇଥିଲେ । ସେ ନିଜର ବିବାହିତା ଜୀବନ କୁ ସମ୍ଭାଳିବା ପାଇଁ ଏବଂ ନିଜ ଛୁଆ ମାନଙ୍କ ପାଇଁ ବଲିଉଡ ଇଣ୍ଡଷ୍ଟ୍ରୀ ରୁ ବିଦାୟ ନେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଗୀତା ଙ୍କୁ ଏକ ବୃଦ୍ଧା ଆଶ୍ରମ ରେ ଦେଖିବାକୁ ମିଳିଥିଲା। ତାଙ୍କ ଛୁଆ ମାନେ ତାଙ୍କୁ ବୃଦ୍ଧା ଆଶ୍ରମ ରେ ଛାଡି ଦେଇଥିଲେ । ଉଭୟ ପୁଅ ଏବଂ ଝିଅ ତାଙ୍କ ସହ ସମ୍ପର୍କ ରଖିନଥିଲେ।

ଯେଉଁମାନଙ୍କ ପାଇଁ ଗୀତା ନିଜର କ୍ୟାରିଅର ଛାଡିଥିଲେ ସେମାନେ ହି ତାଙ୍କୁ ଶେଷ ସମୟରେ ନିରାଶ କରିଥିଲେ। ତାଙ୍କ ଦେହ ବହୁତ ଖରାପ ହୋଇଥିଲା।ସେ ନିଜର ଶେଷ ସମୟରେ ନିଜ ପୁଅଙ୍କୁ ବହୁତ ଖୋଜିଥିଲେ କିନ୍ତୁ ତାଙ୍କ ପୁଅ ଆସି ନଥିଲେ ଏବଂ ନିଜ ପୁଅକୁ ଝୁରି-ଝୁରି ସେ ଦୁନିଆ ଛାଡି ଦେଲେ ।

୨. ବଲିଉଡ ର ପ୍ରସିଦ୍ଧ ଅଭିନେତ୍ରୀ ‘ପରବିନ ବବି’ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ବଲିଉଡ ଇଣ୍ଡଷ୍ଟ୍ରୀ ରୁ ବିଦାୟ ନେଇଥିଲେ। ଶୁଣିବାକୁ ମିଳିଥିଲା ଯେ ସେ ନିଜର ମାନସିକ ସ୍ଥିତି ହରାଇ ଦେଇଥିଲେ। ତାଙ୍କ ସାମ୍ନାରେ ଯିଏ ବି ଆସୁଥିଲା ସେ ତାଙ୍କୁ ଦେଖି ଚିତ୍କାର କରୁଥିଲେ। ସେ ଅଭିନେତା ‘ଅମିତାଭ ବଚ୍ଚନ’ ଙ୍କୁ ମଧ୍ୟ ଦେଖି ତାଙ୍କ ଉପରେ ଆରୋପ ଲଗାଇଥିଲେ। କିନ୍ତୁ ଗୋଟେ ଦିନ ହଠାତ ଖବର ଆସିଲା ଯେ,ପରବିନ ବବି ଆଉ ଏହି ଦୁନିଆରେ ନାହାଁନ୍ତି ।

୩. ଅଭିନେତ୍ରୀ ‘ଅଚଲା ସଚଦେଵ’ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରିବାର ଦେଖିବାକୁ ମିଳନ୍ତି। ସେ ନିଜର ଅଧିକ ବୟସ ପାଇଁ ବଲିଉଡ ଇଣ୍ଡଷ୍ଟ୍ରୀ ରୁ ବିଦାୟ ନେଇଥିଲେ। ସେ ନିଜର ବାକି ଜୀବନ ନିଜ ସ୍ୱାମୀ ଙ୍କ ସହ ବିତାଇବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ସ୍ୱାମୀ ତାଙ୍କୁ ଛାଡିଦେଲେ ଏବଂ ତାଙ୍କ ଛୁଆ ମାନେ ମଧ୍ୟ ତାଙ୍କ ସହ କୌଣସି ସମ୍ପର୍କ ରଖୀ ନଥିଲେ। ବଲିଉଡ ଇଣ୍ଡଷ୍ଟ୍ରୀ ମଧ୍ୟ ତାଙ୍କୁ କୌଣସି ସାହଯ୍ୟ କରିନଥିଲା। ସେ ଯେଉଁ ଆଶ୍ରମ ରେ ଡୋନେସନ ଦେଉଥିଲେ ସେହି ଆଶ୍ରମ ତାଙ୍କୁ ସାହାଯ୍ୟ କରିଥିଲା ଏବଂ ହଠାତ ଶୁଣିବା କୁ ମିଳିଲା ଯେ , ସେ ଆଉ ଏହି ଦୁନିଆରେ ନାହାଁନ୍ତି ।

୪. ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ‘ରାଜ କିରନ’ ନିଜର ଅଭିନୟ ମାଧ୍ୟମରେ ନିଜ ପରିଚୟ ସୃଷ୍ଟି କରିଥିଲେ। କିନ୍ତୁ ହଠାତ ସେ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଦେଖିବାକୁ ମିଳିଲେ ନାହିଁ। ଶୁଣିବା କୁ ମିଳିଲା ଯେ ସେ ଆମେରିକା ର ମେଣ୍ଟାଲ ହସ୍ପିଟାଲରେ ଅଛନ୍ତି ଏବଂ ଏହି ଖବର ଋଷି କପୁର ଙ୍କ ମାଧ୍ୟମରୁ ଶୁଣିବାକୁ ମିଳିଥିଲା । ଋଷି ତାଙ୍କୁ ମେଣ୍ଟାଲ ହସ୍ପିଟାଲରେ ଦେଖିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ସହ କଣ ହୋଇଥିଲା ତାହା ଜଣା ପଡିନଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button