ଜିମ୍ବାୱେ ଗସ୍ତ ପାଇଁ ଗିଲ୍ ଅଧିନାୟକ: ଅଭିଷେକ, ପରାଗ, ତୁଷାର ଓ ନୀତୀଶଙ୍କୁ ସୁଯୋଗ – Kalinga News

[ad_1]
ମୁଖ୍ୟ ପ୍ରଶିକ୍ଷକ ପଦରେ ରହିବେ ଭିଭିଏସ୍ ଲକ୍ଷ୍ମଣ
ନୂଆଦିଲ୍ଲୀ: ଆଇପିଏଲ୍ରେ ପ୍ରଭାବୀ ପ୍ରଦର୍ଶନ କରିବାର ପୁରସ୍କାର ଚାରି ଭାରତୀୟ ଯୁବ ତାରକା ଅଭିଷେକ ଶର୍ମା, ରିୟାନ ପରାଗ, ତୁଷାର ଦେଶପାଣ୍ଡେ ଓ ନୀତୀଶ କୁମାର ରେଡ୍ଡୀଙ୍କୁ ମିଳିଛି। ଆସନ୍ତାମାସରେ ହେବାକୁ ଥିବା ଜିମ୍ବାୱେ ଗସ୍ତ ଲାଗି ଭାରତୀୟ ଦଳକୁ ଡାକରା ପାଇଛନ୍ତି ସମସ୍ତେ। ଏମାନଙ୍କ ସହ ମୋଟ ୫ ଜଣ ଉଦୀୟମାନ ତାରକା ପ୍ରଥମ ଥର ଲାଗି ଜାତୀୟ ଦଳ ଲାଗି ବଛା ହୋଇଛନ୍ତି। ସେହିଭଳି ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତୀୟ ଦଳରେ ସଂରକ୍ଷିତ ଖେଳାଳି ଭାବେ ରହି ଆମେରିକା ପର୍ଯ୍ୟାୟ ପରେ ସ୍ବଦେଶ ଫେରିଥିବା ଶୁବମନ ଗିଲ୍ଙ୍କୁ ତାଙ୍କ ଧୈର୍ଯ୍ୟ ଓ ଏକାଗ୍ରତାର ମନମୁତାବକ ପ୍ରତୀକ୍ଷିତ ଫଳ ମିଳିଛି। ଜିମ୍ବାୱେ ଗସ୍ତରେ ସେ ଭାରତୀୟ ଦଳର ନେତୃତ୍ବ ନେବେ ବୋଲି ବିସିସିଆଇ ସୋମବାର ଘୋଷଣା କରିଛି। ଆଇପିଏଲ୍ରେ ଗୁଜରାଟ ଟାଇଟନ୍ସର ଅଧିନାୟକ ଦାୟିତ୍ବ ତୁଲାଇ ସାରିଥିବା ଗିଲ୍ ପ୍ରଥମ ଥର ଲାଗି ଭାରତୀୟ ଦଳର ଅଧିନାୟକ ପଦ ପାଇଛନ୍ତି। ଏହି ଗସ୍ତରେ ଭାରତ ପାଞ୍ଚ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ। ଶୃଙ୍ଖଳା ଜୁଲାଇ ୬ରୁ ଆରମ୍ଭ ହୋଇ ୧୪ ତାରିଖରେ ଶେଷ ହେବ। ସବୁ ମ୍ୟାଚ୍ ଜିମ୍ବାୱେର ରାଜଧାନୀ ହରାରେଠାରେ ଖେଳାଯିବ। ବିଶ୍ବକପ୍ ଦଳରେ ସଂରକ୍ଷିତ ଖେଳାଳି ଥିବା ଦ୍ରୁତ ବୋଲର ଆୱେସ ଖାନ୍ଙ୍କ ସହ ଖଲିଲ ଅହମ୍ମଦ ୧୫ଜଣିଆ ଭାରତୀୟ ଦଳରେ ରହିଛନ୍ତି। ଖଲିଲ ୫ ବର୍ଷ ପରେ ଭାରତୀୟ ଟ୍ବେଣ୍ଟି-୨୦ ଦଳକୁ ଫେରିଛନ୍ତି। ୱିକେଟ୍ ରକ୍ଷକ ଧ୍ରୁବ ଜୁରେଲ ମଧ୍ୟ ପ୍ରଥମ ଥର ଜାତୀୟ ଟ୍ବେଣ୍ଟି-୨୦ ଦଳରେ ସାମିଲ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ବକପ୍ ଚୂଡ଼ାନ୍ତ ଦଳରେ ଅପ୍ରତ୍ୟାଶିତ ଭାବେ ସ୍ଥାନ ପାଇ ନଥିବା ରିଙ୍କୁ ସିଂହଙ୍କୁ ମଧ୍ୟ ସୁଯୋଗ ମିଳିଛି। ଭାରତୀୟ ଦଳରେ ଥାଇ ମଧ୍ୟ ଏପର୍ଯ୍ୟନ୍ତ ବିଶ୍ବକପ୍ର ଗୋଟିଏ ହେଲେ ବି ମ୍ୟାଚ୍ ଖେଳି ନଥିବା ଯଶସ୍ବୀ ଜୟସ୍ବାଲ୍ ଓ ସଞ୍ଜୁ ସାମସନ ନିଜନିଜ ସ୍ଥାନ ବଜାୟ ରଖିଛନ୍ତି। ନିୟମିତ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରେ ପରେ ଶେଷ ହେଉଥିବାରୁ ଭିଭିଏସ୍ ଲକ୍ଷ୍ମଣ ଏହି ଶୃଙ୍ଖଳାରେ ଭାରତର ପ୍ରଶିକ୍ଷକ ଦାୟିତ୍ବ ତୁଲାଇବେ ବୋଲି କହିଛି ବିସିସିଆଇ। ଟ୍ବେଣ୍ଟି-୨୦ ବିଶ୍ବକପ୍ ଶେଷ ହେବାର ମାତ୍ର ସପ୍ତାହକ ପରେ ଏହି ଶୃଙ୍ଖଳା ଆରମ୍ଭ ହେଉଥିବାରୁ ଚୟନକର୍ତ୍ତାମାନେ ନିୟମିତ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମ୍ରା ଓ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇଛନ୍ତି। ଯାହା ଅଭିଷେକ, ରିୟାନ, ତୁଷାର ଓ ନୀତୀଶଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ସନ୍ରାଇଜର୍ସ ହାଇଦ୍ରାବାଦ ଅଲରାଉଣ୍ଡର୍ ଅଭିଷେକ ଆଇପିଏଲ୍-୨୦୨୪ରେ ନିଜ ଶକ୍ତିଶାଳୀ ବ୍ୟାଟିଂର ପରିଚୟ ଦେଇ ୨୦୪ ଷ୍ଟ୍ରାଇକ୍ ରେଟ୍ରେ ୪୮୪ ରନ୍ କରିଛନ୍ତି। ସେଥିମଧ୍ୟରେ ରହିଛି ତିନିଟି ଅର୍ଦ୍ଧଶତକ। ଅଭିଷେକ ଖେଳିଥିବା ୧୬ ମ୍ୟାଚ୍ରେ ମଧ୍ୟ ୪୨ ଛକା ମାରିଥିଲେ। ସେହିଭଳି ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ବ କରି ପରାଗ ୧୬ ମ୍ୟାଚ୍ରୁ ୫୨ ହାରରେ ୫୭୩ ରନ୍ କରିଛନ୍ତି। ସନ୍ରାଇଜର୍ସ ହାଇଦ୍ରାବାଦର ଶୀର୍ଷକ୍ରମରେ ୨୧ବର୍ଷୀୟ ନୀତୀଶ ଖେଳି ବହୁତ ଭଲ ପ୍ରଦର୍ଶନ କରିଥିଲେ। ଆଇପିଏଲ୍-୨୦୨୪ରେ ସେ ୩୦୩ ରନ୍ କରିବା ସହ ୩ ୱିକେଟ୍ ଅକ୍ତିଆର କରିଥିଲେ। ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଖେଳି ଦ୍ରୁତ ବୋଲର ତୁଷାର ୧୭ ୱିକେଟ୍ ନେଇଥିଲେ।
ଭାରତୀୟ ଦଳ: ଶୁବମନ ଗିଲ୍ (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାଏକ୍ବାଡ୍, ଅଭିଷେକ ଶର୍ମା, ରିଙ୍କୁ ସିଂହ, ସଞ୍ଜୁ ସାମସନ୍, ଧ୍ରୁବ ଜୁରେଲ, ନୀତୀଶ କୁମାର ରେଡ୍ଡୀ, ୱାସିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ଆୱେସ ଖାନ୍, ଖଲିଲ ଅହମଦ, ମୁକେଶ କୁମାର, ତୁଷାର ଦେଶପାଣ୍ଡେ।
[ad_2]




