ଆଇପିଏଲ ୨୦୨୪: ସବୁଠୁ କମ ପାରିଶ୍ରମିକ ନେଉଛନ୍ତି ଏହି ଦଳର ଅଧିନାୟକ – Kalinga News

[ad_1]
ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୪। ବିଭିନ୍ନ ଦଳ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି। ଦଳର ଅଧିନାୟକମାନେ ନିଜ ନିଜର ଟିମକୁ ଅଭ୍ୟାସରେ ନିଯୋଜିତ ରଖିଛନ୍ତି। କ୍ରିକେଟପ୍ରେମୀମାନେ ମ୍ୟାଚ୍ ଆରମ୍ଭକୁ ଅପେକ୍ଷା କରିଥିବା ବେଳେ ଏଥର କେଉଁ ଦଳ ଆଇପିଏଲ ଟ୍ରଫି ଉଠାଇବ, ତା’ ଉପରେ ଆଲୋଚନା ଚାଲିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏହି ଚର୍ଚ୍ଚା ମଧ୍ୟରେ କେଉଁ ଦଳର ଅଧିନାୟକ କେତେ ପାରିଶ୍ରମିକ ନେଉଛନ୍ତି ଏବଂ ସବୁଠୁ କମ ପାରିଶ୍ରମିକ କିଏ ନେଉଛନ୍ତି, ସେ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ। ଆଇପିଏଲ ଇତିହାସର ସବୁଠୁ ଦାମୀ ଅଧିନାୟକ ହେଉଛନ୍ତି ସନରାଇଜର୍ସ ହାଇଦ୍ରାବାଦର ପ୍ୟାଟ୍ କମିନ୍ସ। ଟିମ୍ ତାଙ୍କୁ ୨୦.୫୦କୋଟିରେ କିଣିଥିଲା। ତାଙ୍କ ତଳକୁ ଅଛନ୍ତି କେଏଲ ରାହୁଲ। ଲକ୍ଷ୍ନୌ ସୁପର ଜିଆଣ୍ଟସର ଅଧିନାୟକ ରାହୁଲଙ୍କୁ ଟିମ୍ ୧୭କୋଟି ପାରିଶ୍ରମିକ ଦେଉଛି।
ଦୁର୍ଘଟଣା ପରେ ବିଶ୍ରାମ କରୁଥିବା ଋଷବ ପନ୍ତ ଏବେ ପୁଣି ଥରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକତ୍ବ କରିବେ। ଏଥିପାଇଁ ତାଙ୍କୁ ୧୬କୋଟି ଟଙ୍କା ମିଳିବ। ସେହିଭଳି ଗୁଜରାଟ ଟାଇଟନ୍ସର ହାତ ଛାଡ଼ି ମୁମ୍ବାଇ ଇଣ୍ଡିଆନ୍ସକୁ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚଳିତ ଆଇପିଏଲ ପାଇଁ ୧୫କୋଟି ଟଙ୍କା ମିଳିବ।
ତାଙ୍କ ପଛକୁ ରହିଛନ୍ତି ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ। ସେ ଆଇପିଏଲ ୨୦୨୪ ପାଇଁ ୧୪କୋଟି ନେଉଥିବା ଜଣାପଡ଼ିଛି। ଏବେ ଆଇପିଏଲ ୨୦୨୪ ପାଇଁ ପୁଣି ଥରେ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ହେବେ ଶ୍ରେୟସ ଅୟର। ତାଙ୍କୁ ଏଥିପାଇଁ ୧୨.୨୫କୋଟି ଟଙ୍କା ମିଳିବ।
ଅନ୍ୟପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସ ଛାଡ଼ିବା ପରେ ଏବେ ଏହାର ଅଧିନାୟକତ୍ବ କରୁଛନ୍ତି ଶୁଭମନ ଗିଲ୍। ଏଥିପାଇଁ ଦଳ ତାଙ୍କୁ ୮କୋଟି ଟଙ୍କା ଦେଉଛି, ଯାହା ଭାରତୀୟ ଅଧିନାୟକଙ୍କୁ ମିଳୁଥିବା ପାରିଶ୍ରମିକଠାରୁ ସବୁଠୁ କମ।
[ad_2]