ଖେଳ ଖବର

ଏସୀୟ ବ୍ୟାଡ୍‌ମିଣ୍ଟନ୍‌: ଭାରତୀୟ ମହିଳା ଦଳ ବିଜେତା – Kalinga News

[ad_1]

ନୂଆଦିଲ୍ଲୀ: ମାଲେସିଆରେ ଆୟୋଜିତ ଏସୀୟ ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଅନ୍‌ସିପ୍‌ରେ ଭାରତୀୟ ମହିଳା ଦଳ ବିଜେତା ହୋଇ ଇତିହାସ ରଚିଛି। ରବିବାର ଫାଇନାଲ୍‌ରେ ଭାରତ ୩-୨ରେ ଥାଇଲାଣ୍ଡକୁ ପରାସ୍ତ କରି ପ୍ରଥମ ଥର ଲାଗି ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି। ପିଭି ସିନ୍ଧୁଙ୍କ ନେତୃତ୍ବାଧୀନ ଭାରତ ଯୁବା ଖେଳାଳିଙ୍କୁ ନେଇ ଏହି ପ୍ରତିଯୋଗିତାରେ ଖେଳିଥିଲା ବେଳେ ୨ ଥରର କାଂସ୍ୟ ବିଜେତା ଥାଇଲଣ୍ଡ ଦୁଇ ଜଣ ତାରକା ଖେଳାଳି ବିଶ୍ବର ୧୩ ନମ୍ବର ରା‌ଚାନୋକ ଇନ୍ତାନନ୍‌ ଓ ୧୬ ନମ୍ବର ପର୍ଣ୍ଣପାୱି ଚୋଚୁୱଙ୍ଗ ବିନା ଖେଳିଥିଲା। ଆହତ ଯୋଗୁ ୪ ମାସ କୋର୍ଟରୁ ଦୂରେଇ ରହିଥିବା ୨ ଅଲିମ୍ପିକ୍‌ ପଦକ ବିଜୟିନୀ ସିନ୍ଧୁ ଚମତ୍କାର ଖେଳିଥିଲେ। ଫାଇନାଲ୍‌ରେ ସେ ୨୧-୧୨, ୨୧-୧୨ରେ ବିଶ୍ବର ୧୭ ନମ୍ବର ସୁପାନିଦା କାଟେଥଙ୍ଗଙ୍କୁ ହରାଇ ଭାରତକୁ ୧-୦ରେ ଆଗୁଆ କରିଥିଲେ। ଯୁଗଳରେ ବିଶ୍ବର ୨୩ ନମ୍ବର ତ୍ରିଶା ଜଲି ଓ ଗାୟତ୍ରୀ ଗୋପୀଚାନ୍ଦ ୨୧-୧୬, ୧୮-୨୧, ୨୧-୧୬ରେ ୧୦ ନମ୍ବର ଯୋଡ଼ି ଜଙ୍ଗକୋଲଫାନ୍‌ କିତିଥାରାକୁଲ ଓ ରାୱିନ୍ଦା ପ୍ରା ଜଙ୍ଗଜାଇଙ୍କୁ ମାତ୍‌ ଦେଇ ଭାରତକୁ ଆଗରେ ରଖିଥିଲେ।

ଦ୍ବିତୀୟ ଏକକରେ କିନ୍ତୁ ଅସ୍ମିତା ଚାଲିହା ୧୧-୨୧, ୧୪-୨୧ରେ ୧୮ ନମ୍ବର ବୁସାନାନ ଓଙ୍ଗବାମ୍ରୁଙ୍ଗଫାନ୍‌ଙ୍କଠୁ ହାରି ଯାଇଥିଲେ। ସେହିପରି ଦ୍ବିତୀୟ ଯୁଗଳ ମ୍ୟାଚ୍‌ରେ ଶ୍ରୁତି ମିଶ୍ରା ଓ ପ୍ରିୟା କୋଜେଙ୍ଗବାମ ୧୧-୨୧, ୯-୨୧ରେ ବେନ୍ୟାପା ଏମସାର୍ଦ ଓ ନୁନ୍‌ତାକର୍ନ ଏମସାର୍ଦଙ୍କଠୁ ପରାସ୍ତ ହେବାରୁ ସ୍ଥିତି ୨-୨ ‌ସମାନ ସ୍ତରରେ ରହିଥିଲା। ଶେଷ ତଥା ନିର୍ଣ୍ଣାୟକ ଏକକ ମୁକାବିଲାରେ ଅନମୋଲ ଖାର୍ବ ୨୧-୧୪, ୨୧-୯ରେ ‌ପର୍ନପିଚା ଚୋଇକିୱଙ୍ଗଙ୍କୁ ହରାଇ ଦେଇ ବିଜୟ ମୁଣ୍ଡି ମାରିଥିଲେ। ପୂର୍ବରୁ ଏହି ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଦଳ ଦୁଇ ଥର (୨୦୧୬ ଓ ୨୦୨୦) କେବଳ କାଂସ୍ୟ ପଦକ ପାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button