ଖେଳ ଖବର

ଅଦିତି, ଦୀକ୍ଷାଙ୍କୁ ପ୍ୟାରିସ୍‌ ଟିକେଟ୍‌ – Kalinga News

[ad_1]

ନୂଆଦିଲ୍ଲୀ: ଭାରତୀୟ ଗଲ୍‌ଫର ଅଦିତି ‌ଅଶୋକ ଓ ଦୀକ୍ଷା ଡଗର ଆଗାମୀ ପ୍ୟାରିସ୍‌ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଉଭୟ ବିଶ୍ବମାନ୍ୟତା ଆଧାରରେ ଏହି ଟିକେଟ୍‌ ନିଶ୍ଚିତ କରିଛନ୍ତି। ପୂର୍ବରୁ ଦୁଇ ପୁରୁଷ ଭାରତୀୟ ଗଲ୍‌ଫର ଶୁଭଙ୍କର ଶର୍ମା ଓ ଗଗନଜୀତ ଭୁଲାର ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଥିଲେ। ଫଳରେ ଜୁଲାଇ ୨୬ରୁ ଅଗ‌ଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ବିବିଧ କ୍ରୀଡ଼ା ପ୍ରତିଯୋଗିତାରେ ୪ ଭାରତୀୟ ଗଲ୍‌ଫରଙ୍କୁ ଦେଖିବାକୁ ମିଳିବ। ଅଦିତି ତୃତୀୟ ଏବଂ ଦୀକ୍ଷା ଦ୍ବିତୀୟ ଥର ଲାଗି ଅଲିମ୍ପିକ୍ସରେ ଭାଗନେବାକୁ ଥିବା ବେଳେ ଶୁଭଙ୍କର ଓ ଗଗନଜୀତ ପଦାର୍ପଣ କରିବେ। ଗତ ଟୋକିଓ ଅଲିମ୍ପିକ୍ସ ଅଦିତି ଚମତ୍କାର ପ୍ରଦର୍ଶନ କରି ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ରହିଥିଲେ। ବିଶ୍ବ ଗଲ୍‌ଫ ମାନ୍ୟତାରେ ଶୀର୍ଷ ୬୦ରେ ଥିବା ‌ଖେଳାଳି ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବାର ନିୟମ ରହିଛି। ବିଶ୍ବ ମାନ୍ୟତାରେ ଅଦିତି ୨୪ ଓ ଦୀକ୍ଷା ୪୦ରେ ରହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button