ଶିଶୁ ଶ୍ରମିକ ଉଦ୍ଧାର ବେଳେ କର୍ମଚାରୀଙ୍କୁ ମାଡ଼: ହୋଟେଲ ମାଲିକଙ୍କ ସମେତ ୩ ଅଟକ – Kalinga News
[ad_1]
ଯାଜପୁରସଦର: ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ଯାଇ ଯାଜପୁର ସହରର ଏକ ହୋଟେଲରେ ମାଡ଼ ଖାଇଛନ୍ତି ଚାଇଲ୍ଡ ହେଲ୍ପଲାଇନ୍ର କର୍ମକର୍ତ୍ତା। ଏହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ହୋଟେଲ ମାଲିକ ସମେତ ୩ ଜଣଙ୍କୁ ପୁଲିସ ଅଟକ ରଖିଛି।
ଯାଜପୁର ଟାଉନ ଥାନା ଅନ୍ତର୍ଗତ ଲଳିତେଶ୍ବର ନଗରଠାରେ ଥିବା ଗୁଗୁଲି ରେଷ୍ଟୁରାଣ୍ଟରେ ଶିଶୁ ଶ୍ରମିକମାନେ କାମ କରୁଥିଲେ। ଏହି ହୋଟେଲରେ ଶିଶୁ ଶ୍ରମିକ କାମ କରୁଥିବା ସଂପର୍କରେ ଗତକାଲି ମଧ୍ୟାହ୍ନରେ ୧୦୯୮କୁ ଫୋନ୍ କରି କେହି ଜଣେ ଅଭିଯୋଗ କରିଥିଲେ। ପରେ ଚାଇଲ୍ଡ ହେଲପ ଲାଇନର ମୁଖ୍ୟ ବରେନ୍ଦ୍ର ଦାଶଙ୍କ ନିର୍ଦେଶକ୍ରମେ ସାଇପ୍ରଭା ପଣ୍ଡା, ଲୋପାମୁଦ୍ରା ପଣ୍ଡା ଓ ବିନ୍ଦୁସାଗର ସାହୁ ସେଠାରେ ପହଞ୍ଚିଥିଲେ। ପରେ ୱାନ୍ ଷ୍ଟପ୍ ପକ୍ଷରୁ କେନ୍ଦ୍ର ପରିଚାଳିକା ନିବେଦିତା ଶରଣ ସେଠାରେ ପହଞ୍ଚିଥିଲେ। ଏହି ସମୟରେ ଉକ୍ତ କର୍ମଚାରୀମାନେ ଶିଶୁ ଶ୍ରମିକର ଗତିବିଧି ଜାଣିବା ପାଇଁ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବା ସହ ନାବାଳିକା ଶିଶୁ ଶ୍ରମିକଙ୍କ କାର୍ଯ୍ୟକୁ ନିରୀକ୍ଷଣ କରିଥିଲେ। ଶିଶୁଟି ସେଠାରେ ପ୍ଲେଟ୍ ଉଠାଇବା ସହ ଖାଇବାକୁ ଦେଇଥିଲେ। ପରେ କର୍ମଚାରୀମାନେ ଯାଜପୁରରୋଡ ଅଞ୍ଚଳର ନାବାଳିକା (୧୧)ଙ୍କୁ ନିଜ ସାଙ୍ଗରେ ନେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ହୋଟେଲର ମୁଖ୍ୟ ପରିଚାଳିକା ଏବଂ ତାଙ୍କ ସହଯୋଗୀମାନେ ବିରୋଧ କରିଥିଲେ। କର୍ମଚାରୀମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ସେମାନଙ୍କ ମୋବାଇଲଫୋନ୍କୁ ମଧ୍ୟ ଛଡ଼ାଇ ନେଇଥିଲେ। ନାବାଳିକା ଶିଶୁ ଶ୍ରମିକଙ୍କୁ ମଧ୍ୟ କର୍ମଚାରୀମାନଙ୍କଠାରୁ ଛଡ଼ାଇ ନେଇ ଯାଇଥିଲେ। ଏ ସଂପର୍କରେ ଖବର ପାଇ ପୁଲିସ ପହଞ୍ଚି ହୋଟେଲର ମାଲିକ, ତାଙ୍କ ପତ୍ନୀ ଓ ଝିଅଙ୍କୁ ଥାନାକୁ ନେଇ ଅଟକ ରଖିଛି। ଆହତ କର୍ମଚାରୀମାନେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ଟାଉନ ଥାନାରେ ପୃଥକ ପୃଥକ ଭାବେ ଦୁଇଟି ଲିଖିତ ଅଭିଯୋଗ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା, ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଶିଶୁ ଶ୍ରମିକ ଆଇନକୁ ଖୋଲା ଉଲ୍ଲଂଘନ ଏବଂ ପ୍ରମାଣ ନଷ୍ଟ ଉଦ୍ୟମ କରିଥିବାର ଅଭିଯୋଗରେ ହୋଟେଲ ମାଲିକଙ୍କ ବିରୋଧରେ ଟାଉନ ପୁଲିସ ତଦନ୍ତ ଆରମ୍ଭ କରିଛି। ଏ ସଂକ୍ରାନ୍ତରେ ୨୭୮/୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଛି ବୋଲି ଥାନାଧିକାରୀ ବିଲ୍ବମଙ୍ଗଳ ସେଠୀ କହିଛନ୍ତି।
[ad_2]