ଅପରାଧ

ଝୁମ୍ପୁଡ଼ି ଉପରେ ଓଲଟି ପଡ଼ିଲା ବାଲି ବୋଝେଇ ଟ୍ରକ: ଚାଲିଗଲା ୮ଜଣଙ୍କ ଜୀବନ – Kalinga News

[ad_1]

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାର ମଲ୍ଲାୱାସ୍ଥିତ ‌କୋତବାଲି ଅଞ୍ଚଳସ୍ଥ ଉନ୍ନାଓ ରାସ୍ତାରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଏଠାରେ ବାଲି ବୋଝେଇ ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ରାସ୍ତାପାର୍ଶ୍ବରେ ଥିବା ଏକ ଝୁମ୍ପୁଡ଼ି ଆଡକୁ ମାଡ଼ି ଆସି ଓଲଟି ପଡ଼ିଥିଲା। ଏହି ଭୟାବହ ଦୁର୍ଘଟଣାରେ ଝୁମ୍ପୁଡ଼ିରେ ଶୋଇଥିବା ପିଲାଙ୍କ ସମେତ ୮ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଚାଳକ ଓ ଖଲାସୀଙ୍କୁ ଗିରଫ କରି ନେଇଛି।

ଦୁର୍ଘଟଣାସ୍ଥଳରେ ପହଞ୍ଚିଥିବା କିଛିଲୋକ ଘଟଣାର ଭିଡିଓ କରିଥିଲେ। ଯାହାକି ସୋସିଆଲ ମିଡିଆ ଜରିଆରେ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଟ୍ରକଟି ଝୁମ୍ପୁଡ଼ି ଉପରେ ପଡ଼ି ଯାଇଛି। ଝୁମ୍ପୁଡ଼ି ନିକଟରେ ଆମ୍ବୁଲାନ୍ସ ଛିଡ଼ା ହୋଇଥିବା ବେଳେ ପୁଲିସ ଓ ସ୍ଥାନୀୟଲୋକଙ୍କ ଭିଡ଼ ଜମିଛି। ଏହି ସମୟରେ ପୁଲିସ ସ୍ଥାନୀୟଲୋକଙ୍କ ସାହାଯ୍ୟରେ  ଝୁମ୍ପୁଡ଼ିରୁ ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସରେ ଭର୍ତ୍ତି କରୁଛନ୍ତି।

 

ଏହି ଦୁର୍ଘଟଣାକୁ ନେଇ ମୃତକଙ୍କ ପଡ଼ିଶାଲୋକ କହିଛନ୍ତି। ପ୍ରତିଦିନ ଭଳି ମଙ୍ଗଳବାର ଓ ବୁଧବାର ରାତିରେ ଅବଧେଶ ଓ ତାଙ୍କ ପରିବାର ଖାଇପିଇ ରାତିରେ ‌ଶୋଇବାକୁ ଯାଇଥିଲେ। ହଠାତ ଏକ ଭୟଙ୍କର ଶବ୍ଦ ହୋଇଥିଲା। ଆମେ ବାହାରକୁ ଆସି ଦେଖିଲା ବେଳକୁ ଏକ ବାଲି ବୋଝେଇ ଟ୍ରକ ଅବଧେଶଙ୍କ ଘର ଉପରକୁ ମାଡ଼ି ଯାଇଛି। ଆମେ ଭିତରକୁ ଯାଇ ଦେଖିଲା ବେଳକୁ ଅବଧେଶଙ୍କ ସମେତ ତାଙ୍କ ପରିବାରର ୮ଜଣ ସଦସ୍ୟଙ୍କ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button