ଅପରାଧ

ବିହାରୀ ଗ୍ୟାଙ୍ଗର ଆତଙ୍କରାଜ୍: ପାନ ଓ ପାନୀୟରେ ନିଶା ଦେଇ ଲୁଟ୍‌ – Kalinga News

[ad_1]

୪ ଦିନରେ ୪ ଫଳ ବ୍ୟବସାୟୀ ଶିକାର

କଟକ: କଟକ ବାଦାମବାଡ଼ି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଲୁଟେରା ଦଳ ମୃଦୁ ପାନୀୟ ଓ ପାନରେ ଏନ୍-୧୦ ଟାବଲେଟ୍ ମିଶାଇ ଲୁଟପାଟ କରୁଛନ୍ତି। ଲୁଟେରା ଦଳ କୌଶଳକ୍ରମେ ଖାଦ୍ୟରେ ଟାବଲେଟ୍ ମିଶାଇ ବାଦାମବାଡ଼ିରେ ସିରିଜ୍ ଲୁଟ୍ ଘଟାଇଛନ୍ତି। ଲୁଟେରା ବିହାରରୁ ଆସିଥିବା ପୁଲିସ ସନ୍ଦେହ କରୁଥିବା ବେଳେ କଟକରେ ରହି କବାଡ଼ିଆ କାମ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାଡ଼ିଛି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବୟାଳିଶମୌଜା ଓ ବାରଙ୍ଗ ଅଞ୍ଚଳରେ ପୁଲିସ ଟିମ୍ ଏକ ସମୟରେ ଚଢ଼ଉ ଆରମ୍ଭ କରିଛି। ଗ୍ୟାଙ୍ଗ ସଦସ୍ୟଙ୍କ ଚେହେରା ପୁଲିସ ଠାବ କରିଥିବା ବେଳେ ସେମାନଙ୍କୁ ଧରିବାକୁ ସେହି ଅଞ୍ଚଳରେ ପଚରାଉଚରା ଆରମ୍ଭ କରିଛି।

ବାଦାମବାଡ଼ି ଅଞ୍ଚଳରେ ୧୬ ତାରିଖରୁ ୧୯ ତାରିଖ ମଧ୍ୟରେ ଫଳ ବ୍ୟବସାୟୀଙ୍କୁ ନିର୍ଦ୍ଦିଷ୍ଟ ଭାବେ ଟାର୍ଗେଟ୍ କରୁଥିବା ଏକ ଲୁଟେରା ଗ୍ୟାଙ୍ଗ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହ‌ାତେଇଛି ବାଦାମବାଡ଼ି ଥାନା ପୁଲିସ। କଟକ ବୟାଳିଶମୌଜା ଆଇତଳଙ୍ଗ, ବାରଙ୍ଗ ଷଣ୍ଢକୁଦ ଅଞ୍ଚଳରେ ରହି ଏମାନେ କବାଡ଼ିଆ କାମ କରୁଛନ୍ତି। ଏହି ଅଞ୍ଚଳରେ ରହୁଥିବା ବିହାରୀ ଲୋକଙ୍କୁ ପୁଲିସ ଟିମ୍ ପହଞ୍ଚି ପଚରାଉଚରା ଆରମ୍ଭ କରିଦେଇଛି। ଏହି ଲୁଟେରା ଦୋଳମୁଣ୍ଡାଇ, ହରିପୁର ଏବଂ ଛତ୍ରବଜାର ଆଡ଼ୁ ଚାଲିଚାଲି ଆସୁଥିବା ସିସି କ୍ୟାମେରା ଫୁଟେଜରେ ଦେଖିବାକୁ ମିଳୁଛି। ଫଳ ଦୋକାନରେ ପହଞ୍ଚିବା ପରେ ବାହାଘର ଓ ନିର୍ବନ୍ଧ ପାଇଁ ଫଳର ଆବଶ୍ୟକତା ଥିବା କହୁଛନ୍ତି। ପାଖାପାଖି ୧୦ରୁ ୧୫ କେଜି ଫଳ କିଣିବା ନେଇ ଦୋକାନୀଙ୍କୁ କହୁଛନ୍ତି। ଦୋକାନୀ ଫଳ ଓଜନ କରିବା ସମୟରେ କଥା ପ୍ରସଂଗରେ ସେମାନେ ତାଙ୍କର ବିଶ୍ବାସ ଜିତିବାକୁ ଉଦ୍ୟମ କରୁଛନ୍ତି। ଏହି ସମୟରେ ଏହି ଗ୍ୟାଙ୍ଗ୍ ମୃଦୁ ପାନୀୟ ଓ ପାନରେ ଏନ-୧୦ ଟାବଲେଟ୍ ମିଶାଇ ଖାଇବାକୁ ଦେଉଛନ୍ତି। ଫଳ ଦୋକାନୀ ଏହାକୁ ଖାଇବାର ମାତ୍ର ଗୋଟିଏ ମିନିଟ୍ ଭିତରେ ଅଚେତ୍ ହୋଇଯାଉଛନ୍ତି। ଏହାପରେ ଲୁଟେରା ଫଳ ଦୋକାନୀଙ୍କ ଟଙ୍କା ଲୁଟି ସେଠାରୁ ଫେରାର ହୋଇଯାଉଛନ୍ତି। ଏମାନେ ମୁଖ୍ୟତଃ ଅଟୋରେ ବସି ବାଦାମବାଡ଼ି ଆଡ଼କୁ ଯାଉଥିବା ସିସି କ୍ୟାମେରା ଫୁଟେଜରେ ଠାବ ହୋଇଛି।

ଲୁଟେରାଙ୍କ ଲୁଟର ଶିକାର ହୋଇଥିବା ଫଳ ବ୍ୟବସାୟୀ ଗିରିଧାରୀ ବେହେରାଙ୍କ କହିବା ଅନୁଯାୟୀ, ଲୁଟେରା ଦଳ ନିର୍ବନ୍ଧ ପାଇଁ ୧୫ କେଜି ଫଳ କିଣିବାକୁ କହିଥିଲେ। ଫଳ ରେଟ୍ ମୂଲଚାଲ କରିବା ପରେ ଚା ପିଇବାକୁ ପ୍ରଥମେ ଯାଚିଥିଲେ। କିନ୍ତୁ ଚା ପିଇବାକୁ ମନା କରିବାରୁ ମୃଦୁ ପାନୀୟ କିଣିବାକୁ ନିକଟରେ ଥିବା ଏକ ଦୋକାନକୁ ଯାଇଥିଲେ। ସେଠାରୁ ମୃଦୁ ପାନୀୟ କିଣିବା ସହିତ ଦୁଇଟି ଗ୍ଲାସ୍ ବି ସାଙ୍ଗରେ ଆଣିଥିଲେ। ଗୋଟିଏ ଗ୍ଲାସରେ ଥିବା ମୃଦୁ ପାନୀୟ ପିଇବାକୁ ଦେଇଥିଲେ। ଏହାକୁ ପିଇବାର ମାତ୍ର ଗୋଟିଏ ମିନିଟ୍ ଭିତରେ ସେ ଚେତା ହରାଇଥିଲେ। ବଡ଼ ଡାକ୍ତରଖାନାରେ ଚେତା ଫେରିବା ପରେ ଦୋକାନରେ ଥିବା ୭ ହଜାର ଟଙ୍କା ସମ୍ପୃକ୍ତ ବ୍ୟକ୍ତି ଲୁଟି ନେଇଥିବା ଜଣାପଡ଼ିଥିଲା। ସେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଭଳି ଲାଗୁ ନଥିବା ଶ୍ରୀ ବେହେରା କହିଛନ୍ତି। ଗଲା ୧୬ ତାରିଖରେ ଦୋଳମୁଣ୍ଡାଇ ଛକରେ ଗିରିଧାରୀ ବେହେରାଙ୍କୁ ମୃଦୁ ପାନୀୟରେ ନିଶା ଦେଇ ୭ ହଜାର ଟଙ୍କା ଲୁଟିଥିଲେ। ୧୭ ରେ ଦୋଳମୁଣ୍ଡାଇ ବିଦ୍ୟୁତ୍‌ ଅଫିସ ନିକଟରେ ଫଳ ବ୍ୟବସାୟୀ ଜଗନ୍ନାଥ ସାହୁଙ୍କୁ ଦୁର୍ବୃତ୍ତ ଏଭଳି ଢଙ୍ଗରେ ପାନ ଖୁଆଇ ଲୁଟିଥିଲେ। ୧୮ରେ ବାଦାମବାଡ଼ି ଦୁର୍ଗାମଣ୍ଡପ ନିକଟରେ ଫଳ ବ୍ୟବସାୟୀ ବାବୁଲି ପ୍ରଧାନଙ୍କୁ ରକ୍ସିଲେନକୁ ଡାକି ନେଇ ମୃଦୁ ପାନୀୟରେ ନିଶା ଦେଇ ସେମାନେ ଲୁଟିଥିବା ବେଳେ ୧୯ରେ ଶ୍ରଦ୍ଧାନନ୍ଦ ପ୍ରଧାନଙ୍କୁ ବଜ୍ରକବାଟୀ ବିଏସ୍‌ଏନ୍‌ଏଲ୍‌ ଅଫିସ୍‌ ନିକଟରେ ନିଶା ଦେଇ ୮ ହଜାର ୫ଶହ ଟଙ୍କା ଲୁଟି ନେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button