ଦେଶ- ବିଦେଶ

ତୃତୀୟ ଥର ପାଇଁ ସାଂସଦ ଭାବରେ ଶପଥ ନେଲେ ନରେନ୍ଦ୍ର ମୋଦି – Kalinga News

[ad_1]

ନୂଆଦିଲ୍ଲୀ : ଆରମ୍ଭ ହୋଇଛି ସଂସଦର ସ୍ୱତନ୍ତ୍ର ଅଧିବେଶନ। ପ୍ରଥମେ ସାଂସଦ ଭାବେ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କୁ ଶପଥ ପାଠ କରାଇଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ପ୍ରଧାନମନ୍ତ୍ରୀଙ୍କ ପରେ ପରେ ଅନ୍ୟ ସମସ୍ତ ସାଂସଦମାନେ ମଧ୍ୟ ଶପଥ ଗ୍ରହଣ କରୁଛନ୍ତି।

ଅଧିବେଶନ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ‘ ବିକଶିତ ଭାରତର ଲକ୍ଷ୍ୟର ସଙ୍କଳ୍ପ ନେଇ ଆଜି ୧୮ତମ ଲୋକସଭାର ପ୍ରାରମ୍ଭ ହେଉଛି ।ଆଜି ହେଉଛି ଗୌରବର ଦିନ। ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ନୂତନ ସଂସଦରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେଉଛି। ଏହି ମହାନ ଦିନରେ ମୁଁ ସମସ୍ତ ନୂତନ ନିର୍ବାଚିତ ଏମ୍‌ପିମାନଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ସମସ୍ତଙ୍କର ଶୁଭକାମନା କରୁଛି।

ସେହିପରି ଓଡିଶାରୁ ସମ୍ବଲପୁରରୁ ସାଂସଦ ନିର୍ବାଚିତ ହୋଇ ଯାଇଥିବା ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଓଡିଆରେ ଶପଥ ନେଇଛନ୍ତି ଧର୍ମେନ୍ଦ୍ର ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button