ଅପରାଧ

ବୁଲେଟ୍‌ ସୋ’ରୁମ୍ ନାମରେ ନବରଂଗପୁରରୁ ୨୭ ଲକ୍ଷ ଟଙ୍କା ଠକିଥିଲେ ୨ ବିହାରୀ ଯୁବକ, ବେଙ୍ଗାଲୁରୁରୁ ଗିରଫ – Kalinga News

[ad_1]

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ବୁଲେଟ୍‌ ସୋ’ ରୁମ୍ ନାରେ ୨୭ ଲକ୍ଷ ଟଙ୍କା ଠକି ଥିବା ୨ ଜଣ ବିହାରୀ ଯୁବକଙ୍କୁ  ଉମରକୋଟ ପୁଲିସ ବେଙ୍ଗାଲୁରୁରୁ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ହବିଉର ରହେମାନ୍‌ (୩୨) ଓ ମହମ୍ମଦ ମସରୁଲ ଆଲ୍ଲମ (୨୫)।

ଉମରକୋଟ ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ସୁଶୀଲ ପାଲ ଗତବର୍ଷ ନଭେମ୍ବର ୧୭ ତାରିଖ ଦିନ ଗୁଗଲକୁ ଯାଇ ଇମେଲରେ ରୟାଲ ଏନିଫିଲ୍ଡ ବୁଲେଟ ସୋ’ ରୁମ୍ ପାଇଁ ଆବେଦନ କରି ଥିଲେ। ପରେ ସେଠାରୁ ଫୋନ ଆସିଲା ଯେ ଆଧାର, ପାନ, ବ୍ୟାଙ୍କର ବିସ୍ତୃତ ବିବରଣୀ ଇତ୍ୟାଦି ତୁରନ୍ତ ପଠାଇବ। ପାଇଁ। ଫଳରେ ସୁଶୀଳ ତାଙ୍କ ସାନଭାଇ ସପନ ପାଲଙ୍କ ସମସ୍ତ କାଗଜ ପାତ୍ର ମେଲ କରି ପଠାଇଥିଲେ। ପରେ ଚେନ୍ନାଇର ଟି ନଗରସ୍ଥିତ ପଞ୍ଜାବ ନେସନାଲ ବ୍ୟାଙ୍କର ଆକାଉଣ୍ଟ ନମ୍ବର ଦେଇ ୨୭,୫୦,୦୦୦ ଟଂକା ପଠାଇବା ପାଇଁ ସେଠାରୁ ଫୋନ ଆସିଥିଲା।

ସପନ ଡିସେମ୍ବର ୨୧ ତାରିଖଷର ୨,୫୦,୦୦୦ ଟଙ୍କା, ଡିସେମ୍ବର ୨୨ରେ ୧୦ ଲକ୍ଷ ଟଙ୍କା ଓ ଡିସେମ୍ବର ୨୬ରେ ୧୫ ଲକ୍ଷ ଟଙ୍କା ଆରଟିଜିଏସ୍‌ ମ।ଧ୍ୟମରେ ଉକ୍ତ ଆକାଉଣ୍ଟକୁ ପଠାଇ ଥିଲେ। ପରେ ଯେତେବେଳେ ଯେଉଁ ନମ୍ବର୍‌ରୁ ଫୋନ ଆସୁଥିଲା ସେହି ନମ୍ୱର୍‌କୁ କଲା ବେଳକୁ କୌଣସି ଉତ୍ତର ନ ଆସିବା ପରେ ଜାଣିଲେ ଯେ ଠକାମୀର ଶିକାର ହେଇଛନ୍ତି। ସୁଶୀଲ ତୁରନ୍ତ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଘଟଣାକୁ ଗୁରୁତର ନେଇ ଉମରକୋଟ ଥାନା ଆଇଆଇସି ଡମ୍ବରୁଧର ପ୍ରଧାନ ନିଜେ କେସର ତଦନ୍ତ ଅଧିକାରୀ ରହି ଏକ ଟିମ୍ ଗଠନ କରିଥିଲେ। ପରେ ଯେଉଁ ଫୋନରୁ କଲ ଆସୁଥିଲା ଟ୍ର।କିଂରୁ ଜଣାପଡ଼ିଲା ଯେ ଫୋନ କଲଟି ବେଙ୍ଗାଲୁରୁରୁ ଆସୁଥିଲା। ତୁରନ୍ତ ଆଇଆଇସି ଉମରକୋଟ ଥାନାର ସବଇନ୍ସପେକ୍ଟର ସଂତୋଷ କୁମାର ମାଝୀ ଓ ଅକ୍ଷୟ ମିଶ୍ରଙ୍କୁ ବେଙ୍ଗାଲୁରୁ ପଠାଇ ଥିଲେ। ସେଠାରୁ ହବିବର ରେହେମ।ନ ଓ ମହମ୍ମଦ ମସରୁଲ ଅ।ଲ୍ଲମ ଗିରଫ ହୋଇଥିଲେ।

ତେବେ ୨ ଅଭିଯୁକ୍ତଙ୍କ ଘର ବିହାରର କିଶନଗଞ୍ଜ ଜିଲା ସ।ହ।ପୁର ଗ୍ରାମ ଅଟେ। ଆଜି ୨ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବ। ପରେ ୨ ଅଭିଯୁକ୍ତଙ୍କୁ ଜେଲ ପଠାଇ ଦିଆ ଯାଇଛି। ତେବେ ଏହି ଘଟଣାରେ ଆହୁରି କିଛି ବ୍ୟକ୍ତିଙ୍କ ସଂପୃକ୍ତି ରହିଛି। ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି ଉମରକୋଟ ଥାନା ଆଇଆଇସି ଡମ୍ବରୁ ଧର ପ୍ରଧାନ ସୁଚନା ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button