ରାଜ୍ୟର ଶତବାର୍ଷିକୀ ଯାଏଁ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା: କ୍ରୀଡ଼ାମନ୍ତ୍ରୀ – Kalinga News

[ad_1]
ଭୁବନେଶ୍ବର: ଭାରତୀୟ ହକି ଦଳର ୨୦୩୬ ଯାଏଁ ଓଡିଶା ପ୍ରାୟୋଜକ ରହିବ। ୨୦୩୬ ଯାଏଁ ପ୍ରାୟୋଜକ ହେବାକୁ ସରକାର ଘୋଷଣା କରିଛନ୍ତି। ପୂର୍ବରୁ ୨୦୩୩ ଯାଏଁ ପ୍ରାୟୋଜକ ହେବାର ଥିଲା। ଆଉ ୩ ବର୍ଷ ପ୍ରାୟୋଜକ ହେବା ନେଇ ସରକାର ଘୋଷଣା କରିଛନ୍ତି। ୨୦୧୮ରୁ ହକି ଇଣ୍ଡିଆର ପ୍ରାୟୋଜକ ରହିଛି ଓଡିଶା।
Sambad is now on WhatsApp
Join and get latest news updates delivered to you via WhatsApp
କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ୨୦୩୬ ପର୍ଯ୍ୟନ୍ତ ହକି ଇଣ୍ଡିଆର ପ୍ରାୟୋଜକ ରହିବ ଓଡ଼ିଶା। ପୂର୍ବରୁ ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ଥିଲା ଓଡ଼ିଶା। ରାଜ୍ୟ ସରକାର ଏହାକୁ ଆହୁରି ୩ ବର୍ଷ ବଢାଇଛନ୍ତି। ଆସନ୍ତା ୨୦୩୬କୁ ଓଡ଼ିଶାକୁ ୧୦୦ ବର୍ଷ ହେବ। ସେହିବର୍ଷ ଗୁଜୁରାଟରେ ଆୟୋଜିତ ହୋଇପାରେ ଅଲମ୍ପିକ୍ସ।ଏଥିରେ ଓଡ଼ିଶାର ଗର୍ବ ବଢିବ।
ସୂଚନାଯୋଗ୍ୟ, ହକି ଇଣ୍ଡିଆର ପ୍ରାୟୋଜକ ହେଲା ପରେ ୨୦୧୮ ମସିହା ଠାରୁ ଏପର୍ଯ୍ୟନ୍ତ ଓଡ଼ିଶାରେ ଅନେକଗୁଡ଼ିଏ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି। ଓଡ଼ିଶାରେ ୨୦୧୮ ଓ ୨୦୨୩ରେ ପୁରୁଷ ହକି ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଛି। ସେହିପରି ୨୦୧୯ରେ ମହିଳା ଅଲିମ୍ପିକ୍ସ କ୍ବାଲିଫାୟର, ପୁରୁଷ ହକି କ୍ବାଲିଫାୟର, ୨୦୨୦-୨୧ରେ ପୁରୁଷ ପ୍ରୋ ଲିଗ, ପୁରୁଷ ହକି କନିଷ୍ଠ ବିଶ୍ବକପ, ୨୦୨୧-୨୨ରେ ପୁରୁଷ ପ୍ରୋ ଲିଗ, ୨୦୨୨-୨୩ରେ ମହିଳା ପ୍ରୋ ଲିଗ, ୨୦୨୩ରେ ମହିଳା ପ୍ରୋ ଲିଗ, ୨୦୨୩-୨୪ରେ ମହିଳା ପ୍ରୋ ଲିଗ, ୨୦୨୩-୨୪ରେ ପୁରୁଷ ପ୍ରୋ ଲିଗ ଆଦି ଓଡ଼ିଶାରେ ଆୟୋଜନ ହୋଇଛି।
[ad_2]




