ବିଳମ୍ବିତ ରାତିରେ ଫୁଟିଲା ଗୁଳି: ଦୁର୍ବୃତ୍ତ ଛଡ଼େଇ ନେଲେ ଲାପଟପ୍, ମୋବାଇଲ ଓ ଲକ୍ଷାଧିକ ଟଙ୍କା – Kalinga News
[ad_1]
ଭଦ୍ରକ/ରାଣୀତାଲ: ସାବରଙ୍ଗ ଥାନା ଅଂଚଳରେ ଜଣେ ଯୁବକଙ୍କ ଠାରୁ ଗତକାଲି ବିଲମ୍ବିତ ରାତିରେ ୬ ଜଣ ଦୁର୍ବୃତ୍ତ ରାସ୍ତାରେ ବନ୍ଧୁକ ଦେଖାଇ ଲାପଟପ୍, ମୋବାଇଲ ଫୋନ୍ ଓ ୩ ଲକ୍ଷ ୩୦୦ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଆଜି ସବାରଙ୍ଗ ଥାନାରେ ଘଟଣାର ଶିକାର ହୋଇଥିବା ଯୁବକ ଜଣକ ଲିଖିତ ଅଭିଯୋଗ କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଘଟଣାରୁ ପ୍ରକାଶ ଯେ, ସବରଙ୍ଗ ଥାନା ଅନ୍ତର୍ଗତ ଛକପୁର ଗ୍ରାମର ଓମ ପ୍ରକାଶ ସାହୁ ନିଜର ଜନ ସେବା କେନ୍ଦ୍ର ବନ୍ଦ କରି ପାଳିଆ ଛକ ଦେଇ ଘରକୁ ଫେରୁଥିଲେ। ପାଳିଆ ଛକ ନିକଟରେ ୩ଟି ବାଇକରେ ୬ ଜଣ ଦୁର୍ବୃତ୍ତ ଆସି ଓମ ପ୍ରକାଶଙ୍କୁ ବନ୍ଧୁକ ଦେଖାଇବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇ ଫାଙ୍କା ଗୁଳି ଚାଳନା କରିଥିଲେ। ଯୁବକ ଜଣଙ୍କ ନିକଟରୁ ଲାପଟପ୍, ମୋବାଇଲ ଫୋନ, ନଗଦ ୩ ଲକ୍ଷ ୩୦୦ ଟଙ୍କା ଛଡ଼ାଇ ନେଇ ଚମ୍ପଟ ମାରିଥିଲେ।
ଏଇ ଘଟଣା ସମ୍ପର୍କରେ ଓମ ପ୍ରକାଶ ସାବାରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସବାରଂଙ୍ଗ ଥାନା ଅଞ୍ଚଳ ଦିନକୁ ଦିନ ଅଶାନ୍ତ ହୋଇପଡିଥିବା ବେଳେ ଏଠାରେ କୋଇଲା ମାଫିଆ ଓ ମଦ ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିଚାଲିଛି। ସବାରଙ୍ଗା ପୁଲିସ ରାତ୍ରି ପାଟ୍ରୋଲିଂ କଡ଼ା କରୁ ନଥିବାରୁ ପ୍ରତି ଦିନ ଏଭଳି କିଛି ନା କିଛି ଅଘଟଣ ଘଟିଛି।
[ad_2]