ଓଡ଼ିଶା କ୍ରୀଡ଼ାକୁ ଜାତିସଂଘର ପ୍ରଶଂସା: ପାଣ୍ଡିଆନଙ୍କୁ ଭେଟିଲେ ସୋମ୍ବି ଶାର୍ପ – Kalinga News

[ad_1]
ଜାତିସଂଘର ସହଯୋଗ ପାଇଁ ଆଶା
ଭୁବନେଶ୍ବର: ଓଡ଼ିଶାର କ୍ରୀଡ଼ା ଭିତ୍ତିଭୂମି ଓ ବ୍ୟବସ୍ଥା ବିଶ୍ବବ୍ୟାପୀ ପ୍ରଶଂସା ସାଉଁଟି ସାରିଥିବା ବେଳେ ଶେଷରେ ଜାତିସଂଘର ଦୃଷ୍ଟି ଆକର୍ଷଣ କରିଛି। ମଙ୍ଗଳବାର ଜାତିସଂଘର ଆବାସିକ ସଂଯୋଜକ ସୋମ୍ଭି ଶାର୍ପ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟିବା ସହ କଳିଙ୍ଗ ଷ୍ଟାଡିୟମ୍ରେ ଥିବା ବିଶ୍ବସ୍ତରୀୟ ଭିତ୍ତିଭୂମି ବୁଲି ଦେଖିଥିଲେ। ଓଡ଼ିଶା ସରକାରଙ୍କ ପ୍ରୟାସ କାରଣରୁ ଏହି ରାଜ୍ୟ କିଭଳି କ୍ରୀଡ଼ା ହବ୍ରେ ପରିଣତ ହୋଇପାରିଛି ସେଥିପାଇଁ ଉଚ୍ଚ ପ୍ରଶଂସା କରିଛନ୍ତି। ଶାର୍ପ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଥିବା ଅନନ୍ୟ ବ୍ୟବସ୍ଥା ଯଥା- ଇଣ୍ଡୋର ଆଥଲେଟିକ୍ସ ସେଣ୍ଟର, କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଓ ଆକ୍ୱାଟିକ୍ ସେଣ୍ଟର ସମେତ ଅତ୍ୟାଧୁନିକ ସୁବିଧା ସୁଯୋଗ ପରିଦର୍ଶନ କରିଥିଲେ। ଏହିସବୁ ସୁବିଧାକୁ ପ୍ରଶଂସା କରି ଆବାସିକ ସଂଯୋଜକ କ୍ରୀଡ଼ା ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ଏବଂ କ୍ରୀଡ଼ାବିତ୍ଙ୍କ ପାଇଁ ବିଶ୍ୱସ୍ତରୀୟ ଭିତ୍ତିଭୂମି ଯୋଗାଇଦେବା ପାଇଁ ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp

ଓଡ଼ିଶାରେ ବିଶ୍ୱସ୍ତରୀୟ କ୍ରୀଡ଼ା ସୁବିଧା ସୁଯୋଗ ଦେଖି ମୁଁ ଆଶ୍ଚର୍ଯ୍ୟ। ସେମାନେ ପ୍ରକୃତରେ ଚମତ୍କାର ଏବଂ ମୁଁ ପୂର୍ବରୁ ଦେଖିଥିବା କୌଣସି ଜିନିଷ ଠାରୁ ଏହା ଭିନ୍ନ। ଏହା ମୋତେ ବଡ଼ ହେବା ସମୟରେ କଲରାଡୋର ଅଲିମ୍ପିକ୍ ପ୍ରଶିକ୍ଷଣ କେନ୍ଦ୍ରରେ ବିତାଇଥିବା ସମୟକୁ ମନେ ପକାଇଦେଇଛି। ଓଡ଼ିଶାରେ ଯାହା ହାସଲ ହୋଇଛି ତାହା ପ୍ରକୃତରେ ଅବିଶ୍ୱସନୀୟ ଏବଂ ଏହା ରାଜ୍ୟରେ କ୍ରୀଡ଼ାର ଏକ ଉଜ୍ଜ୍ୱଳ ଭବିଷ୍ୟତର ସଙ୍କେତ ବୋଲି ମୁଁ ବିଶ୍ୱାସ କରେ ବୋଲି ଉଲ୍ଲେଖ କରିବା ସହିତ ତାଙ୍କର ଏହି ବକ୍ତବ୍ୟକୁ ସୋମ୍ବି ଶାର୍ପ ସେୟାର କରିଛନ୍ତି। ଶାର୍ପଙ୍କୁ ଧନ୍ୟବାଦ ଜଣାଇବା ସହ ଓଡ଼ିଶା ଓ ଭାରତୀୟ କ୍ରୀଡ଼ାକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ ଜାତିସଂଘ ସହ ସହଯୋଗ କରିବାକୁ ଶ୍ରୀ ପାଣ୍ଡିଆନ ଆଗ୍ରହ ପ୍ରକାଶ କରିଛନ୍ତି। ସାମ୍ପ୍ରତିକ ସମୟରେ ଓଡ଼ିଶା, ଭାରତର ଏକ ପ୍ରମୁଖ କ୍ରୀଡ଼ାର ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କ୍ରୀଡ଼ା ପାଇଁ ୧୦୦୦ କୋଟିରୁ ଅଧିକ ଟଙ୍କାର ବଜେଟ୍ ରହିଛି ଏବଂ ସାରା ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମି ଦ୍ରୁତ ଗତିରେ ନିର୍ମାଣ କରୁଛି। ଭୁବନେଶ୍ୱର ଓ ରାଉରକେଲା (ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ) ରେ ଶ୍ରେଷ୍ଠ ଷ୍ଟାଡିୟମ ସହ ଓଡ଼ିଶା ହକିର ଗ୍ଲୋବାଲ ହବ୍ ପାଲଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଯୁବପିଢ଼ିଙ୍କ ପାଇଁ କ୍ରୀଡ଼ା, ଭବିଷ୍ୟତ ପାଇଁ ଯୁବପିଢ଼ିର ପରିକଳ୍ପନା’ ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି।
[ad_2]




