ଅପରାଧ

ବିମାନ ଯାତ୍ରୀଙ୍କ ଖାଦ୍ୟରେ ‌‌‌ବ୍ଲେଡ ବାହାରିବା ପରେ ଏୟାର ଇଣ୍ଡିଆର ପ୍ରତିକ୍ରିୟା – Kalinga News

[ad_1]

ନୂଆଦିଲ୍ଲୀ: ବାଙ୍ଗାଲୋରରୁ ସାନ ଫ୍ରାନ୍ସିସ୍କୋ ଅଭିମୁଖେ ଏକ ଏୟାର ଇଣ୍ଡିଆ ବିମାନରେ ଅବହେଳାର ଏକ ମାମଲା ସାମ୍ନାକୁ ଆସିଛି।

ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଖାଦ୍ୟରେ ଏକ ବ୍ଲେଡ୍ ଦେଖିବାକୁ ମିଳିଛି। ଜଣେ ଯାତ୍ରୀ ଦାବି କରିଛନ୍ତି ଯେ ଗତ ସପ୍ତାହରେ ବେଙ୍ଗାଲୁରୁରୁ ସାନ ଫ୍ରାନ୍ସିସ୍କୋ ଅଭିମୁଖେ ଏୟାର ଇଣ୍ଡିଆ ବିମାନ ଏଆଇ୧୭୫ରେ ତାଙ୍କୁ ଦିଆଯାଇଥିବା ଖାଦ୍ୟରେ ଏକ ବ୍ଲେଡ୍ ମିଳିଥିଲା।

ଏହି ଘଟଣାକୁ ସୋସିଆଲ ମିଡିଆରେ ସେୟାର କରି ସାମ୍ବାଦିକ ମଥୁରେସ ପଲ ଲେଖିଛନ୍ତି ଯେ, ଏୟାର ଇଣ୍ଡିଆ ବିମାନରେ ତାଙ୍କୁ ଦିଆଯାଇଥିବା ଖାଦ୍ୟରେ ସେ ଏକ ଲୁହାଖଣ୍ଡ ପାଇଥିଲେ। ଖାଇଲାବେଳେ ସେ ପାଟିରେ କିଛି ଧାତୁ ଖଣ୍ଡ ଅନୁଭବ କରିଥିଲେ ଏବଂ ତାକୁ ଅତି ନିକଟରୁ ଦେଖିବା ପରେ ଏହା ଏକ ବ୍ଲେଡ୍ ବୋଲି ଜଣାପଡିଥିଲା।

ସୌଭାଗ୍ୟର କଥା ଏଥିରେ ମୋର କୌଣସି କ୍ଷତି ହୋଇନାହିଁ। କିନ୍ତୁ ଥରେ ଭାବି ଦେଖନ୍ତୁତ ଯଦି କୌଣସି ଶିଶୁକୁ ଏହି ଖାଦ୍ୟ ଦିଆଯାଇଥାନ୍ତା ତେବେ କ’ଣ ହୋଇଥାନ୍ତା?’

ଏୟାରଲାଇନ୍ସର ମୁଖ୍ୟ ଗ୍ରାହକ ଅଧିକାରୀ ରାଜେଶ ଡୋଗ୍ରା ଏହି ଘଟଣାର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏୟାର ଇଣ୍ଡିଆ ନିଶ୍ଚିତ କରିଛି ଯେ ଆମର ଗୋଟିଏ ବିମାନରେ ବସିଥିବା ଅତିଥିଙ୍କ ଖାଦ୍ୟରେ ଏକ ଧାତୁ ଖଣ୍ଡ ଦେଖିବାକୁ ମିଳିଥିଲା ।

 

ଏହାର ଅନୁସନ୍ଧାନ ବେଳେ ଜଣାପଡିଛି ଯେ ପନିପରିବା କାଟିବା ସମୟରେ କ୍ୟାଟରିଂ କର୍ମଚାରୀଙ୍କ ଦ୍ୱାରା ବ୍ୟବହୃତ ଯନ୍ତ୍ରର ଏକ ଖଣ୍ଡ ଭାଙ୍ଗି ଯାଇଥିଲା। ଏହିପରି କୌଣସି ଘଟଣା ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଦୃଢ଼ ପଦକ୍ଷେପ ନିଆଯିବ। ଏହା ସହିତ ଏୟାରଲାଇନ୍ସ ଏହି ଘଟଣା ପାଇଁ ଯାତ୍ରୀଙ୍କୁ କ୍ଷମା ମାଗିଛି।’

 

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button