ମନୋରଞ୍ଜନ

ବାବା ବାଗେଶ୍ୱରଙ୍କୁ ଭେଟିବା ପରେ ସଞ୍ଜୟ କହିଲେ, ‘ମୁଁ ଏଠାକୁ ବାରମ୍ବାର ଆସିବି’ – Kalinga News

[ad_1]

ବିହାର: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଗତ ଜୁନ୍୧୫ ତାରିଖରେ ଛତ୍ରପୁର ଜିଲ୍ଲାରେ ଅବସ୍ଥିତ ବାଗେଶ୍ୱର ଧାମରେ ​​ପହଞ୍ଚିଥିଲେ । ପ୍ରଥମେ  ସେ ପ୍ରଭୁ ବାଲାଜୀଙ୍କ ଦର୍ଶନ କରିବା ପରେ ଧାମର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ ।

ସଞ୍ଜୟ ବାଗେଶ୍ୱର ଧାମକୁ ଆସି ନିଜର ଅନୁଭବ ବଖାଣି କହିଥିଲେ, ”ଏହା ଦେଶ ଏବଂ ବିଶ୍ୱବାସୀଙ୍କ ପାଇଁ ଏକ ବଡ଼ ବିଶ୍ୱାସର କେନ୍ଦ୍ର ଅଟେ।  ଏଠାରେ ଭକ୍ତଙ୍କ ବିଶ୍ୱାସ ଦେଖି ମୁଁ ଭାବବିହ୍ବଳ ହୋଇପଡ଼ିଥିଲି।

ମହାରାଜ ଜୀଙ୍କୁ ଭେଟିବା ପରେ ମୋତେ ଅଦ୍ଭୁତ ପ୍ରକାର ଅନୁଭବ ହେଲା। ଯେମିତି ଲାଗିଲା ମୁଁ ତାଙ୍କୁ ବର୍ଷ ବର୍ଷ ଧରି ଜାଣିଛି । ମୁଁ ତାଙ୍କ ସହିତ ବିତାଇଥିବା ସମୟ ମୋ ଜୀବନର ସର୍ବୋତ୍ତମ ସମୟ ହୋଇ ରହିଯି।  ମୁଁ ବାରମ୍ବାର ବାଗେଶ୍ୱର ଧାମକୁ ଆସିବି । ଏହା ଏକ ବହୁତ ସୁନ୍ଦର ସ୍ଥାନ । ବାଲାଜୀଙ୍କ ଏକ ସୁନ୍ଦର ଅନୁଗ୍ରହ ବି ଏହି ସ୍ଥାନରେ ରହିଛି ।”

ସଞ୍ଜୟ ଦତ୍ତଙ୍କର କର୍ମମୟ ଜୀବନ କଥା କହିଲେ ଖୁବ୍ ଶୀଘ୍ର ତାଙ୍କର ଏକାଧିକ ଚଳଚ୍ଚିତ୍ର ‌ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ସଜବାଜ ହେଉଛି । ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ୱେଲ କମ ଟୁ ଦ ଜଙ୍ଗଲ’ରେ ସଞ୍ଜୟଙ୍କ ସହିତ ଅକ୍ଷୟ କୁମାର ମଧ୍ୟ ନଜର ଆସିବେ ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button