ଏଏସଆଇଙ୍କୁ ଗୁଳି କରି ହତ୍ୟା କଲେ କନଷ୍ଟେବଳ ସାଙ୍ଗ – Kalinga News

[ad_1]
ନୂଆଦିଲ୍ଲୀ: ଝାଡ଼ଖଣ୍ଡର ଲୋହରଦଗ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଏସଆଇଙ୍କୁ ଜଣେ କନଷ୍ଟେବଳ ଗୁଳି କରି ହତ୍ୟା କରିଛନ୍ତି। ଏହି ହତ୍ୟା ଘଟଣାରେ ଝାଡ଼ଖଣ୍ଡ ପୁଲିସ ହତ୍ୟାକାରୀ କନଷ୍ଟେବଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତ ଏଏସଆଇଙ୍କ ପରିଚୟ ଧମେନ୍ଦ୍ର ସିଂହ ଓ ହତ୍ୟାକାରୀ କନଷ୍ଟେବଳଙ୍କ ନାମ ଅନନ୍ତ ସିଂହ ବୋଲି ଜଣାପଡ଼ିଛି।

Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ସୂତ୍ରରୁ ପ୍ରକାଶ, ଏଏସଆଇ ଧର୍ମେନ୍ଦ୍ର ସିଂହ ଓ କନଷ୍ଟେବଳ ଅନନ୍ତ ସିଂହ ମୁଣ୍ଡା ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ମିଶି ଏକ ଭଡ଼ା ଘରେ ରହୁଥିଲେ। ଧର୍ମେନ୍ଦ୍ର ସିଂହ ଓ କନଷ୍ଟେବଳ ଅନନ୍ତ ସିଂହ ଦୁହେଁ ସାଙ୍ଗ ଭଳି ଚଳୁଥିଲେ। ଏକାଠି ଖିଆପିଆ କରିବା ସହିତ ବୁଲିବାକୁ ବି ସାଙ୍ଗ ହୋଇ ଯାଉଥିଲେ।
ଗତ ବୁଧବାର ରାତି ୯ଟାରେ କନଷ୍ଟେବଳ ଅନନ୍ତ ସିଂହ ମୁଣ୍ଡା ଓ ଏଏସଆଇ ଧର୍ମେନ୍ଦ୍ର ସିଂହଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ କଳହ ହୋଇଥିଲା। ଏହି କଳହକୁ କେନ୍ଦ୍ର କରି ଅନନ୍ତ ସିଂହ ଏଏସଆଇ ଧର୍ମେନ୍ଦ୍ର ସିଂହଙ୍କୁ ଗୁଳି କରି ହତ୍ୟା କରିଥିଲେ।
ହତ୍ୟାପରେ ହତ୍ୟାକାରୀ ଅନନ୍ତ ନିଜକୁ ଏକ କୋଠରିରେ ବନ୍ଦ କରି ଦେଇଥିଲେ। ଏହି ହତ୍ୟା ଘଟଣା ସମ୍ପର୍କରେ ପୁଲିସ ବିଶେଷ ସୂତ୍ରରୁ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଅନନ୍ତଙ୍କୁ ଗିରଫ କରି ହେପାଜତକୁ ନେଇ ପଚରାଉଚରା ଜାରି ରଖିଛି।
ଏଏସଆଇଙ୍କୁ ଅନନ୍ତ କାହିଁକି ହତ୍ୟା କଲେ ସେନେଇ ଏଯବତ ମୁହଁ ଖୋଲି ନାହାନ୍ତି। ପୁଲିସ ଅନନ୍ତ ବିରୋଧରେ ମାମଲା ରୁଜୁ କରି ଧର୍ମେନ୍ଦ୍ର ସିଂହଙ୍କ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାରଲୋକଙ୍କୁ ହସ୍ତାନ୍ତର କରି ଦେଇଛି।
[ad_2]