ଅପରାଧ

ଦୁର୍ଘଟଣାରେ ଯାଇଥିଲା ବୃଦ୍ଧଙ୍କ ଜୀବନ, ପରେ ଧରାପଡ଼ିଲା ବୋହୂର ଷଡ଼ଯନ୍ତ୍ର – Kalinga News

[ad_1]

ନାଗପୁର: ସମ୍ପତ୍ତି ସଜାଇଲା ହତ୍ୟାକାରୀ। ସମ୍ପର୍କ ଭୁଲି ଶଶୁରକୁ ହତ୍ୟା କଲା ବୋହୂ। ମେ’ ୨୧ରେ କାର୍ ଦୁର୍ଘଟଣାରେ ଶଶୁରଙ୍କ ମୃତ୍ୟୁ ହେବା ପରେ ପୁଲିସ ଧକ୍କା କରିଥିବା କାର୍ ଚାଳକକୁ ଗିରଫ କରିଥିଲା। ହେଲେ ପରେ ଦୁର୍ଘଟଣା ପଛରେ ଏତେ ବଡ଼ ଷଡ଼ଯନ୍ତ୍ର ଥିବା ପୁଲିସ ଜାଣିବାକୁ ପାଇଥିଲା। ଏବେ ସିବିଆଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅର୍ଚ୍ଚନ‌ା ପୁଟ୍ଟେୱାରକୁ ଗିରଫ କରି ରିମାଣ୍ଡରେ ନେଇଛି। ମୃତକଙ୍କ ନାମ ପୁରୁଷୋତ୍ତମ ପୁଟ୍ଟେୱାର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ପୁରୁଷୋତ୍ତମ ୩୦୦କୋଟିର ମାଲିକ ଥିଲେ। ତାଙ୍କ ସମ୍ପତ୍ତି ଉପରେ ବୋହୂ ଅର୍ଚ୍ଚନାଙ୍କ ନଜର ରହିଥିଲା। ବଞ୍ଚିିଥିବା ପର୍ଯ୍ୟନ୍ତ ପୁରୁଷୋତ୍ତମ ସମ୍ପତ୍ତି ଦେବେ ନାହିଁ ବୋଲି ଅର୍ଚ୍ଚନା ଜାଣିବା ପରେ ହତ୍ୟା ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ। ସେ ନିଜର ୨ସହଯୋଗୀ ଡ୍ରାଇଭର ସାର୍ଥକ ବାଗଡେ ଓ ଧାର୍ମିକଙ୍କ ସହ ମିଶି ଏକ ପୁରୁଣା କାର୍ କିଣିଥିଲେ। କାର କିଣିବା ପାଇଁ ସାର୍ଥକ ବାଗଡେ ଓ ଧାର୍ମିକ ମିଶି ଟଙ୍କା ଦେଇଥିଲେ। ହତ୍ୟା ସଫଳ ହେବା ପରେ ଅର୍ଚ୍ଚନା ସେମାନଙ୍କୁ ୧କୋଟି ଦେବେ ବୋଲି କହିଥିବାରୁ ଦୁହେଁ ଏହି ଅପରାଧ କରିବାକୁ ରାଜି ହୋଇଯାଇଥିଲେ। ମେ’ ୨୧ରେ ପୁରୁଷୋତ୍ତମ ବାହାରକୁ ଯାଇଥିବା ବେଳେ ଯୋଜନା ମୁତାବକ, ତାଙ୍କ ଉପରେ କାର୍ ଚଢ଼ାଇ ତାଙ୍କୁ ହତ୍ୟା କରିଥିଲେ ସାର୍ଥକ। ପ୍ରଥମେ ଏହା ଦୁର୍ଘଟଣା ବୋଲି ଭାବି ପୁଲିସ ତଦନ୍ତ କରୁଥିବା ବେଳେ ସାର୍ଥକ ଦଣ୍ଡ ମିଳିବା ଭୟରେ ଅର୍ଚ୍ଚନାଙ୍କ ସମ୍ପୃକ୍ତି ବିଷୟରେ କହିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button