‘ଓଡ଼ିଶା ହେବ ଦ୍ରୁତ ଅଭିବୃଦ୍ଧିର ଇଞ୍ଜିନ୍’: ବିରୋଧୀଙ୍କୁ ଚୁପ୍ କରିଦେଇଛି ଇଭିଏମ୍ – Kalinga News

[ad_1]
ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ବିକଶିତ ଭାରତ ସ୍ବପ୍ନ ପୂରଣ ହେବ
ନୂଆଦିଲ୍ଲୀ: ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟର ନବ ନିର୍ବାଚିତ ସାଂସଦମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେମାନଙ୍କର ନେତା ନିର୍ବାଚିତ କରିଛନ୍ତି। ସଂସଦର ସେଣ୍ଟ୍ରାଲ୍ ହଲ୍ରେ ଅନୁଷ୍ଠିତ ବୈଠକରେ ନବ ନିର୍ବାଚିତ ଏନଡିଏ ସାଂସଦମାନେ ମୋଦୀଙ୍କୁ ସେମାନଙ୍କ ସଂସଦୀୟ ଦଳ ନେତା ନିର୍ବାଚିତ କରିବାପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ କରିଛନ୍ତି। ଏନ୍ଡିଏର ନେତା ନିର୍ବାଚିତ ହେବାପେର ମୋଦୀ ଆଜି ମେଣ୍ଟ ସହଯୋଗୀ ଏବଂ ନବ ନିର୍ବାଚିତ ସାଂସଦମାନଙ୍କୁ ଉଦ ବୋଧନ ଦେଇ କହିଛନ୍ତି, କ୍ଷମତା ପାଇଁ ଏନଡିଏର ସହଯୋଗୀ ଦଳ ଏକାଠି ହୋଇନାହାନ୍ତି ବରଂ ଏହା ହେଉଛି ଏକ ସ୍ବାଭାବିକ ମେଣ୍ଟ ଯାହା ଦେଶର ବିକାଶ ଓ ସୁଶାସନ ପାଇଁ ପ୍ରତିଶ୍ରୁତିବଦ୍ଧ। ଓଡ଼ିଶା ପ୍ରସଙ୍ଗ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶାର ବିକାଶ ଇଞ୍ଜିନ୍ ଦ୍ରୁତ ଗତିରେ ଚାଲିବ। ଓଡ଼ିଶା ଦେଶର ପ୍ରମୁଖ ଅଭିବୃଦ୍ଧି ଇଞ୍ଜିନ୍ ମଧ୍ୟରେ ରହିବ। ଯେତେବେଳେ ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ବିଷୟରେ ଚିନ୍ତା କରେ, ମୁଁ ବିଶ୍ୱାସ କରେ ଯେ ସେ ହେଉଛନ୍ତି ଗରିବମାନଙ୍କର ଭଗବାନ। ଓଡ଼ିଶାରେ ଏଥର ବୈପ୍ଳବିକ ଫଳାଫଳ ଆସିଛି। ମୁଁ ନିଶ୍ଚିତ ଯେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ବିକଶିତ ଭାରତର ସ୍ୱପ୍ନ ପୂରଣ ହେବ। ଓଡ଼ିଶା ଆଗାମୀ ୨୫ ବର୍ଷ ମଧ୍ୟରେ ଦେଶର ବିକାଶ ଯାତ୍ରାର ଅଭିବୃଦ୍ଧି ଇଞ୍ଜିନ୍ରେ ପରିଣତ ହେବ।

Sambad is now on WhatsApp
Join and get latest news updates delivered to you via WhatsApp
ମୋଦୀ କହିଛନ୍ତି, ଭାରତୀୟ ଇତିହାସରେ ଏହା ହେଉଛି ସବୁଠାରୁ ସଫଳପ୍ରଦ ମେଣ୍ଟ। ଆମର ସମସ୍ତ ନିଷ୍ପତ୍ତିରେ ସହମତି ରହିବା ହେଉଛି ଆମର ଲକ୍ଷ୍ୟ। ମୋଦୀ ଆଜିର ବୈଠକରେ ବିରୋଧୀ ଇଣ୍ଡି ମେଣ୍ଟକୁ କଟାକ୍ଷ କରିଛନ୍ତି। ମୋଦୀ କହିଛନ୍ତି, ଯେଉଁମାନେ ନିର୍ବାଚନ ସମୟରେ ଇଭିଏମ୍ ଏବଂ ନିର୍ବାଚନ କମିସନ୍ଙ୍କୁ ନେଇ ପ୍ରଶ୍ନ କରୁଥିଲେ ସେମାନେ ଜୁନ୍ ୪ ତାରିଖରେ ନିରବ ହୋଇଯାଇଛନ୍ତି। ବିରୋଧୀମାନେ ଲଗାତାର ଇଭିଏମ୍ ବିରୋଧରେ ବୟାନ ଦେଇ ନିର୍ବାଚନର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଥିଲେ ଏବଂ ପୂରା ବିଶ୍ବରେ ଦେଶକୁ ବଦନାମ କରୁଥିଲେ। ଏବେ ଇଭିଏମ୍ ସେମାନଙ୍କୁ ନିରବ କରିଦେଇଛି। ଏହା ହେଉଛି ଭାରତୀୟ ଗଣତନ୍ତ୍ରର ଶକ୍ତି। ବିରୋଧୀମାନେ ୨୦୨୪ ନିର୍ବାଚନ ଫଳକୁ ବିଜେପି-ଏନଡିଏର ପରାଜୟ ବୋଲି ଦେଖାଇବାକୁ ଚାହିଛନ୍ତି। କିନ୍ତୁ ଲୋକେ ଏହାକୁ ଗ୍ରହଣ କରିନାହାନ୍ତି। କଂଗ୍ରେସକୁ କଡ଼ା କଟାକ୍ଷ କରି ମୋଦୀ କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଯେତିକି ଆସନରେ ବିଜୟୀ ହୋଇଛି କଂଗ୍ରେସ ଏହା ପୂର୍ବରୁ ହୋଇଥିବା ୩ଟି ଲୋକସଭା ନିର୍ବାଚନରେ ମଧ୍ୟ ଏକାଠି ସେତିକି ସଂଖ୍ୟା ହାସଲ କରିପାରିନାହିଁ। ପରବର୍ତ୍ତୀ ୧୦ ବର୍ଷ ପର୍ଯ୍ୟନ୍ତ ସରକାରଙ୍କ ଏଜେଣ୍ଡା ସ୍ଥିର କରି ମୋଦୀ କହିଛନ୍ତି, ସୁଶାସନ, ବିକାଶ ଏବଂ ନାଗରିକଙ୍କ ଜୀବନରେ ଅତି କମ୍ ହସ୍ତକ୍ଷେପ କରିବା ଉପରେ ନୂଆ ସରକାରଙ୍କ ଫୋକସ୍ ରହିବ।
[ad_2]