ରାଜନୀତି

ଦାଢ଼ା ପଞ୍ଚାୟତରେ ପ୍ରିୟଦର୍ଶୀଙ୍କ ପଦଯାତ୍ରା – Kalinga News

[ad_1]

ଭୁବନେଶ୍ବର: ସୋମବାର ସନ୍ଧ୍ୟାରେ ଦାଢ଼ା ପଞ୍ଚାୟତର ମରିଚିଆ ଓ ଝିଙ୍କରଡିହୀ ଗ୍ରାମରେ ଭୁବନେଶ୍ବର ଉତ୍ତର ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଜନସମ୍ପର୍କ ପଦଯାତ୍ରା କରିଛନ୍ତି। ଏହି ପଦଯାତ୍ରାରେ ମହିଳାଙ୍କ ସହ ଗ୍ରାମବାସୀମାନେ ବିଭିନ୍ନ ଛକରେ ପ୍ରିୟଦର୍ଶୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଗାଁ ଦାଣ୍ଡର ଉଭୟ ପାର୍ଶ୍ବରେ ଲୋକମାନେ ଛିଡ଼ାହୋଇ ଫୁଲ ପକାଇଥିଲେ। ପଦଯାତ୍ରା ମରିଚିଆ ଓ ଝିଙ୍କରଡିହିର ବିଭିନ୍ନ ସାହି ପରିକ୍ରମା କରିଥିଲା। ଲୋକମାନଙ୍କୁ ଭେଟି ପ୍ରିୟଦର୍ଶୀ ମୋଦୀ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ବିଷୟରେ ବୁଝାଇଥିଲେ। ଏହି ଅବସରରେ ସେ କହିଥିଲେ, ‘‘ରାଜନୀତିକୁ ଆଧାର କରି ଜମି ବ୍ୟବସାୟ କରିବା କଥା ଗରିବ ଓ ସାଧାରଣ ଜନତା ବୁଝି ସାରିଲେଣି। ଏଥର ଜନତା କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞିନ ସରକାର ଚାହୁଛନ୍ତି।’’ ଏହି ପଦଯାତ୍ରାରେ ଗ୍ରାମୀଣ ମଣ୍ଡଳ ସଭାପତି ସଂଯୁକ୍ତା ପଢିଆରୀ, ବରିଷ୍ଠ ବିଜେପି ନେତା ଆଲୋକ ପ୍ରାଣିଗ୍ରାହୀ, ରଘୁନାଥପୁର ଗ୍ରାମ ମୁରବୀ ରତ୍ନାକର ପରିଡ଼ା, ଉମାକାନ୍ତ ହାତୀ, ଗୁରୁଚରଣ ରାଉତ ସମେତ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button