ଖେଳ ଖବର

କିରଣ ଭାରତୀୟ ବାଳିକା ଦଳ ପ୍ରଶିକ୍ଷକ – Kalinga News

[ad_1]

ଭୁବନେଶ୍ବର: ଓଡ଼ିଶାର ପ୍ରଥମ ଡବଲ୍ୟୁଜିଏମ୍‌ କିରଣ ମନୀଷା ମହାନ୍ତି ଏସୀୟ ୟୁଥ୍‌ ଚେସ୍‌ ପ୍ରତିଯୋଗିତା ଲାଗି ଭାରତୀୟ ବାଳିକା ଦଳର ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଏହି ପ୍ରତିଯୋଗିତା ଚଳିତ ମାସ ୯ରୁ ୨୧ତାରିଖ ପର୍ଯ୍ୟନ୍ତ କାଜାଖସ୍ତାନର ଆଲ୍‌ମାଟିରେ ଖେଳାଯିବ। କାଜାଖସ୍ତାନ ଚେସ୍‌ ମହାସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ଏସୀୟ ପ୍ରତିଯୋଗିତାରେ ୮, ୧୦, ୧୨, ୧୪, ୧୬ ଓ ୧୮ ବର୍ଷରୁ କମ୍‌ ବୟସ ବର୍ଗରେ ଉଭୟ ବାଳକ ଓ ବାଳିକା ଖେଳାଳିମାନେ ଖେ‌ଳିବେ।

କିରଣ ୨୦୦୩ରେ କେରଳ କାଲିକଟଠାରେ ଏସୀୟ ୟୁଥ ପ୍ରତିଯୋଗିତାରେ ଖେଳି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ୪ ବର୍ଷ ପରେ ସେ ତାସ୍‌କେଣ୍ଟଠାରେ ଆୟୋଜିତ ଏସୀୟ ୟୁଥ ପ୍ରତିଯୋଗିତାର ୧୮ ବର୍ଷରୁ କମ୍‌ ବାଳିକା ବର୍ଗରେ କାଂସ୍ୟ ଜିତିଥିଲେ। ଦ୍ବିତୀୟ ଥର ଲାଗି କିରଣ ଜାତୀୟ ଦଳର ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ଏସୀୟ କଣ୍ଟିନେଣ୍ଟାଲ ଚେସ୍‌ ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳର ପ୍ରଶିକ୍ଷକ ରହିଥିଲେ। ଆଲମାଟିରେ ଗତ ବର୍ଷ ଜୁନ୍‌ ୩ରୁ ୧୨ ପର୍ଯ୍ୟନ୍ତ ଆୟୋଜିତ ଏହି ପ୍ରତିଯୋଗିତାରେ ତାଙ୍କ ପ୍ରଶିକ୍ଷଣରେ ଭାରତୀୟ ଡବୁଲ୍ୟଜିଏମ୍‌ ଦିବ୍ୟା ଦେଶମୁଖ ଓ ମାରିଆନ ଗୋମ୍ସ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ଜିତିଥିଲେ। ଏହି ଦୁଇ ଜଣ ମଧ୍ୟ ୨୦୨୩ ଫିଡେ ବିଶ୍ବକପ୍‌କୁ ଯୋଗ୍ୟତା ଅର୍ଜନ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button