ପାକିସ୍ତାନର ପରାଜୟ ପଛରେ ଭାରତୀୟ – Kalinga News

[ad_1]
ଡାଲସ୍: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ରୋମାଞ୍ଚକ ମ୍ୟାଚ୍ ରବିବାର ଅନୁଷ୍ଠିତ ହେବ। କିନ୍ତୁ ଭାରତକୁ ସାମ୍ନା କରିବାକୁ ଯିବା ପୂର୍ବରୁ ପାକିସ୍ତାନ କ୍ରିକେଟ୍ ଦଳକୁ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଛି। ବିଶ୍ବ କ୍ରିକେଟ୍ରେ ଏକ ନୂଆ ଦଳ ଆମେରିକାଠୁ ସୁପର ଓଭରରେ ୫ ରନ୍ରେ ହାରିଯାଇଛି ବାବର ଆଜମଙ୍କ ଦଳ। ଆପଣଜାଣି ଚକିତ ହେବେ, ପୂର୍ବତନ ବିଜେତା ପାକିସ୍ତାନର ଏହି ପରାଜୟ ପଛରେ ଏକାଧିକ ଭାରତୀୟ କ୍ରିକେଟର୍ଙ୍କ ହାତ ରହିଛି। ଏହି କ୍ରିକେଟର୍ମାନେ ଭାରତୀୟ ଦଳର ଅଂଶ ନୁହନ୍ତି, କିନ୍ତୁ ଆମେରିକାର ନାଗରିକତ୍ବ ଗ୍ରହଣ କରି ଏହି ଦେଶକୁ ବିଶ୍ବକପ୍ରେ ପ୍ରତିନିଧିତ୍ବ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମୋନାଙ୍କ ପଟେଲ: ଆମେରିକାର ଅଧିନାୟକ ମୋନାଙ୍କଙ୍କ ଜନ୍ମ ହେଉଛି ଅହମଦାବାଦରେ। ପାକିସ୍ତାନ ବିପକ୍ଷରେ ଅର୍ଦ୍ଧଶତକୀୟ ପାଳି ପାଇଁ ତାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ୨୦୧୦ରେ ସେ ଆମେରିକାରେ ଗ୍ରିନ୍ କାର୍ଡ ପାଇଥିଲା ବେଳେ ୨୦୧୬ରେ ସେ ସ୍ଥାୟୀ ଭାବେ ନ୍ୟୁଜର୍ସିରେ ଅବସ୍ଥାପ କରୁଛନ୍ତି। ମୋନାଙ୍କ କେବଳ ଦେଶ ପାଇଁ କ୍ରିକେଟ୍ ଖେଳୁନାହାନ୍ତି ବରଂ ପ୍ରତି ସପ୍ତାହରେ ତିନି ଦିନ ଛୋଟ ପିଲାମାନଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି। ଆମେରିକାରେ ଟର୍ଫ ପିଚ୍ ନଥିଲେ ମଧ୍ୟ ମୋନାଙ୍କ ସପ୍ତାହାନ୍ତରେ ମ୍ୟାଟିଂ ୱିକେଟ୍ରେ ୨୦ କିମ୍ବା ୩୦ ଓଭର ବିଶିଷ୍ଟ କ୍ଲବ୍ ମ୍ୟାଚ୍ଗୁଡ଼ିକ ଖେଳିଥାନ୍ତି। ସୌରଭ ନେତ୍ରାଭାଲକର: ୨୦୧୦ରେ ହୋଇଥିବା ୧୯ ବର୍ଷରୁ କମ୍ ବିଶ୍ବକପ୍ରେ ସୌରଭ ଭାରତୀୟ ଦଳର ସଦସ୍ୟ ଥିଲେ। ନ୍ୟୁଜିଲାଣ୍ଡରେ ହୋଇଥିବା ଏହି ବିଶ୍ବକପ୍ରେ ଇଂଲଣ୍ଡର ଜୋ ରୁଟ୍, ଜୋସ୍ ବଟଲର, ବେନ୍ ଷ୍ଟୋକ୍ସଙ୍କ ଭଳି ବିଶ୍ବସ୍ତରୀୟ କ୍ରିକେଟର୍ଙ୍କୁ ସେ ବୋଲିଂରେ ଘାଇଲା କରିଥିଲେ। ସେ ସମୟରେ ‘ନେତ୍ରା’ ନାମରେ ପରିଚିତ ସୌରଭଙ୍କ ସହିତ ଜୟଦେବ ଉନାଡ଼କଟ୍ ଓ ସନ୍ଦୀପ ଶର୍ମା ସାଥୀ ବୋଲର ଭାବେ ରହିଥିଲେ। ମୁମ୍ବାଇ ଜନ୍ମିତ ସୌରଭଙ୍କ ପାଖରେ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ ଡିଗ୍ରି ଥିବା ବେଳେ ନ୍ୟୁୟର୍କସ୍ଥିତ କର୍ନେଲ୍ ବିଶ୍ବବିଦ୍ୟାଳୟରେ ପଢ଼ିବା ପାଇଁ ସ୍କଲାରସିପ୍ ପାଇଥିଲେ। କିନ୍ତୁ କ୍ରିକେଟ୍ଠୁ ଦୂରରେ ରହିପାରି ନଥିଲେ। ଆମେରିକାରେ ଥିବା ବେଳେ ସ୍ଥାନୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ମେଜର ଲିଗ୍ କ୍ରିକେଟ୍ରେ ଭଲ ପ୍ରଦର୍ଶନ ଦେଇଥିଲେ।
ହର୍ମିତ ସିଂହ: ୨୦୧୦ରେ ଭାରତୀୟ ୧୯ ବର୍ଷରୁ କମ୍ ବିଶ୍ବକପ୍ ଦଳରେ ହର୍ମିତ ସାମିଲ ଥିବା ବେଳେ ୨୦୧୨ ସଂସ୍କରଣରେ ମଧ୍ୟ ସେ ଭାରତକୁ ପ୍ରତିନିଧିତ୍ବ କରିଥିଲେ। ୨୦୧୨ରେ ତାଙ୍କର ପ୍ରଦର୍ଶନକୁ ଦେଇ ଇଆନ୍ ଚାପେଲ୍ ତାଙ୍କୁ ବରିଷ୍ଠ ଦଳରେ ସାମିଲ କରାଯିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଏକ ରେଳ ଷ୍ଟେସନ୍ରେ ଗାଡ଼ି ଚଲାଉଥିବାରୁ ସେ ପୁଲିସ ଦ୍ବାରା ଧରାପଡ଼ିଥିଲେ। ବିଶୃଙ୍ଖଳିତ ଆଚରଣ ପାଇଁ ମୁମ୍ବାଇ କ୍ରିକେଟ୍ ସଂଘ ମଧ୍ୟ ତାଙ୍କ ହାତ ଛାଡ଼ି ଦେଇଥିଲା। ଏହାପରେ ସେ ତ୍ରିପୁରା ଚାଲିଆସିଥିଲେ ମଧ୍ୟ ପରେ ଆମେରିକା ପଳାଇଥିଲେ।
ନସଥୁସ୍ କେଞ୍ଜିଗ୍: ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁରେ ଜନ୍ମିତ କେଞ୍ଜିଗ୍ ଉଭୟ ତାମିଲ୍ ଓ ଆମେରିକାର ମିଶ୍ରିତ ବ୍ୟକ୍ତିତ୍ବ। ଏହି ବାମହାତୀ ଦ୍ରୁତ ବୋଲର ୧୩ ବର୍ଷ ବୟସରେ ସ୍ପିନ୍ ବୋଲିଂ ପ୍ରଶିକ୍ଷଣ ନେଇଥିଲେ। ଯୁବାବସ୍ଥାରେ ସେ ତାଙ୍କ ବାପା-ମା’ଙ୍କ ସହିତ ଉଟି ଚାଲିଆସିଥିଲେ। ୧୮ ବର୍ଷ ବୟସରେ ତାଙ୍କୁ ବେଙ୍ଗାଲୁରୁ ପଠାଇ ଦିଆଯାଇଥିଲା। ସେଠାରେ ସେ କେଏସ୍ସିଏର ପ୍ରଥମ ଡିଭିଜନ୍ ଲିଗ୍ରେ ଖେଳୁଥିଲେ। କିନ୍ତୁ ରାଜ୍ୟ ଦଳରେ ସ୍ଥାନ ମିଳୁ ନଥିବାରୁ ଘରକୁ ଫେରି ଆସିଥିଲେ ଓ ବାୟୋ ମେଡିକାଲ୍ ଇଞ୍ଜିନିୟରିଂ ପଢ଼ିଥିଲେ। ଆମେରିକା ଯିବା ପରେ ସେ କ୍ରିକେଟ୍ ଖେଳିବା ଛାଡ଼ିଦେଇଥିଲେ। କିନ୍ତୁ ତାଙ୍କ ସୁଟ୍କେସ୍ ଭିତରେ ମା’ ଏକ କ୍ରିକେଟ୍ ବଲ୍ ଛାଡ଼ିଦେଇଥିବାରୁ ଏହାହିଁ ତାଙ୍କ ଭବିଷ୍ୟତ ବଦଳାଇ ଦେଇଥିଲା। ୱାସିଂଟନ୍ ଡିସିରେ ସେ ସନ୍ଧ୍ୟାବେଳେ ସ୍କାସ୍ ଖେଳିବା ସହ ନ୍ୟୁୟର୍କରେ କ୍ରିକେଟ୍ କ୍ଲବ୍ମାନଙ୍କ ସହିତ ଖେଳିବାକୁ ସୁଯୋଗ ଖୋଜୁଥିଲେ। ପରେ ବାୟୋ ମେଡିକାଲ୍ ଅଧିକାରୀ ପଦ ଛାଡ଼ି ସେ ଆମେରିକାର ଡବ୍ଲ୍ୟୁସିଏଲ୍ ଚତୁର୍ଥ ଡିଭିଜନ୍ ଦଳରେ ଖେଳିବା ଆରମ୍ଭ କରିଥିଲେ।
ମିଲିନ୍ଦ କୁମାର: ୨୦୧୦-୧୧ରେ ଦିଲ୍ଲୀ ପକ୍ଷରୁ ଟ୍ବେଣ୍ଟି-୨୦ ଓ ରଣଜୀ ଟ୍ରଫିରେ ପଦାର୍ପଣ କରିଥିବା ମିଲିନ୍ଦ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ। କିନ୍ତୁ ୭ ବର୍ଷ ପରେ ତାଙ୍କ ପ୍ରଦର୍ଶନ ଆଶାଠୁ କମ୍ ରହିଥିଲା। ଯେଉଥିପାଇଁ ତାଙ୍କୁ ଦଳ ବଦଳାଇ ସିକ୍କିମ୍କୁ ଯିବାକୁ ପଡ଼ିଥିଲା। ସେଠାରେ ଭଲ ଖେଳିଥିଲେ ମଧ୍ୟ ଉଚ୍ଚସ୍ତରକୁ ଆଉ ଆସିପାରି ନଥିଲେ। କୋଭିଡ୍-୧୯ ପରେ ସେ ଆମେରିକା ଚାଲିଆସିଥିଲେ ଓ ସ୍ଥାନୀୟ ପ୍ରତିଯୋଗିତାରେ ଖେଳି ସେ ୧୫ଜଣିଆ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଥିଲେ। ଆଇପିଏଲ୍ରେ ସେ ଦିଲ୍ଲୀ ଡେୟାରଡେଭିଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳିଥିଲା ବେଳେ ଆମେରିକାରେ ମେଜର କ୍ରିକେଟ୍ ଲିଗ୍ରେ କାଲିଫର୍ଣ୍ଣିଆ ନାଇଟ୍ସ ଓ ଟେକ୍ସାସ୍ ସୁପର କିଙ୍ଗ୍ସ ପକ୍ଷରୁ ମଧ୍ୟ ଖେଳିଛନ୍ତି।
ନୀତୀଶ କୁମାର: ନୀତୀଶଙ୍କ ଜନ୍ମ ଭାରତରେ ହୋଇ ନଥିଲେ ମଧ୍ୟ ତାଙ୍କ ପିତାମାତା ମୂଳ ଭାରତୀୟ। କିନ୍ତୁ ୨୦୧୧ ବିଶ୍ବକପ୍ ସମୟରେ ନୀତୀଶ ବିଶ୍ବ କୀର୍ତ୍ତିମାନର ଅଧିକାରୀ ହୋଇଯାଇଥିଲେ। ଭାରତରେ ହୋଇଥିବା ଏହି ବିଶ୍ବକପ୍ ସଂସ୍କରଣରେ ଜିମ୍ବାୱେ ବିପକ୍ଷରେ କାନାଡ଼ାକୁ ପ୍ରତିନିଧିତ୍ବ କରି ୧୬ ବର୍ଷୀୟ ନୀତୀଶ ଦିନିକିଆ ବିଶ୍ବକପ୍ ଇତିହାସରେ ସର୍ବକନିଷ୍ଠ ପଦାର୍ପଣକାରୀ ହୋଇପାରିଥିଲେ। ଆଜିକୁ ୧୩ ବର୍ଷ ତଳେ ଖେଳାଯାଇଥିବା ଏହି ବିଶ୍ବକପ୍ରେ ନୀତୀଶ ଚର୍ଚ୍ଚିତ ଥିବା ବେଳେ ପାକିସ୍ତାନ ବିପକ୍ଷରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍ରେ ହାରିସ୍ ରୌଫ୍ଙ୍କ ବଲ୍କୁ ଚୌକା ମାରି ସେ ମ୍ୟାଚ୍କୁ ଟାଇ ସ୍ଥିତିରେ ଶେଷ କରିଥିଲେ। ସେତେବେଳେ ଭାଷ୍ୟକାର ଇଆନ୍ ବିଶପ୍ ମଧ୍ୟ ଧାରାବିବରଣୀ ବେଳେ କହିଥିଲେ: ‘‘ନୀତୀଶ କୁମାର, ନାମକୁ ମନେ ରଖିଥାଅ।’’
ଯଶଦୀପ ସିଂହ: ନ୍ୟୁଜର୍ସିରେ ଜନ୍ମିତ ଯଶଦୀପ, ଏକ ପଞ୍ଜାବୀ ପରିବାରରେ ବଢ଼ିଛନ୍ତି। ୨୦୧୫ରେ ୱେଷ୍ଟଇଣ୍ଡିଜ୍ ଯାଇଥିବା ଆମେରିକା ଦଳରୁ ତାଙ୍କୁ ବାହାର କରିଦିଆଯାଇଥିଲା। ତେଣୁ ଜାତୀୟ ଦଳରେ ପୁଣିଥରେ ସ୍ଥାନ ପାଇବାକୁ ସବୁକିଛି ଛାଡ଼ି ସେ ଅଭ୍ୟାସକୁ ଦ୍ବିଗୁଣା କରିଥିଲେ। ଆମେରିକାର ପୂର୍ବତନ ପ୍ରଶିକ୍ଷକ ପୁବୁଡୁ ଦାସନାୟକ ୨୦୧୬ରେ ଶ୍ରୀଲଙ୍କାରେ ୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଆୟୋଜନ କରିଥିଲା ବେଳେ ସେଠାରେ ସେ ଯଶଦୀପଙ୍କ ଦକ୍ଷତା ବିଷୟରେ ଜାଣିବାକୁ ପାଇଥିଲେ। ଫଳରେ ସେ ଗତ କିଛି ବର୍ଷ ଧରି ଆମେରିକା ଦଳରେ ପାକିସ୍ତାନୀ ବୋଲର ଅଲୀ ଖାନ୍ଙ୍କ ବୋଲିଂ ପାର୍ଟନର ହୋଇଯାଇଛନ୍ତି। ଗୁରୁବାର ମ୍ୟାଚ୍ରେ ବାବର ଆଜମ୍ଙ୍କୁ ଆଉଟ୍ କରିଥିବା ବଲ୍ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ବଲ୍ ବୋଲି ସେ ବିବେଚିତ କରିଛନ୍ତି।
ନିସର୍ଗ ପଟେଲ: ଅମଦାବାଦରେ ଜନ୍ମିତ ଏହି ଅଲରାଉଣ୍ଡର ଗୁରୁବାର ମ୍ୟାଚ୍ରେ ଖେଳି ନଥିଲେ। ୨୦୧୭ରୁ ଆମେରିକା ଜାତୀୟ ଦଳର ସ୍ଥାୟୀ ସଦସ୍ୟ ପାଲଟିଥିବା ନିସର୍ଗ ଅହମଦାବାଦରେ ସ୍କୁଲ୍ ଶିକ୍ଷା ଶେଷ କରିଛନ୍ତି। ପରେ ତାଙ୍କ ପରିବାର ସହ ସେ କାଲିଫର୍ଣ୍ଣିଆ ଚାଲିଯାଇଥିଲେ। ୨୦୦୬ରେ ସେ ଆମେରିକାର ୧୯ ବର୍ଷରୁ କମ୍ ବିଶ୍ବକପ୍ ଦଳରେ ସେ ସ୍ଥାନ ପାଇ ଶ୍ରୀଲଙ୍କା ଯାଇଥିଲେ। ୨୦୧୫ରେ ସେ ଦେଶର ଟ୍ବେଣ୍ଟି-୨୦ ଦଳରେ ମଧ୍ୟ ସାମିଲ ହୋଇଥଲେ। ଫାର୍ମାସ୍ୟୁଟିକାଲ୍ ସାଇନ୍ସରେ ସେ ମାଷ୍ଟର ଡିଗ୍ରି ପାଇଥିଲା ବେଳେ ଇଂଲଣ୍ଡରେ କିଛି ବର୍ଷ ଧରି କାମ କରିଛନ୍ତି। ଏପରିକି ବ୍ରିଟିସ୍ ନାଗରିକତ୍ବ ମଧ୍ୟ ଗ୍ରହଣ କରିଥିଲେ। ପରେ ଲସ୍ ଏଞ୍ଜେଲ୍ସକୁ ସେ ସ୍ଥାନାନ୍ତରିତ ହୋଇଥିଲେ।
[ad_2]