ରାଜନୀତି

୨୦୧୯ରେ ଅଭିମାନ କରି କଂଗ୍ରେସ ଛାଡ଼ିଥିଲି, ପୁନର୍ବାର ମୋ ପରିବାରକୁ ଫେରିଛି: ସୋନାଲି ସାହୁ – Kalinga News

[ad_1]

ଭୁବନେଶ୍ବର: ବରିଷ୍ଠ ନେତ୍ରୀ ସୋନଲି ସାହୁ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ସେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତରେ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି ଅବସରରେ ସେ ଗଣମାଧ୍ୟମକୁ କହିଛନ୍ତି, ରାଜନୈତିକ ଜୀବନର ଏକ ନୂଆ ମୋଡ଼ ନେଇଛି। ପୁନର୍ବାର ମୋ ପରିବାରକୁ ଫେରିଛି। ମୁଁ ଏ ପରିବାରର ସଦସ୍ୟ ଥିଲି ଅଛି ରହିବି। ୨୦୧୯ରେ ଅଭିମାନ କରି କଂଗ୍ରେସ ଛାଡ଼ିଥିଲି। ପୁନର୍ବାର ମୋ ପରିବାରକୁ ଫେରିଛି।

ଦଳ ଛାଡ଼ିବା ପରେ ସୋନାଲି ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବିଜେପି କହୁଛି ଲକ୍ଷ୍ମୀଙ୍କ ଚି଼ହ୍ନ ପଦ୍ମ ଚି଼ହ୍ନ ଆଜି ଗୁରୁବାର ଲକ୍ଷ୍ମୀ ଛାଡ଼ିକି ଆସିଲି। ଯେଉଁ ଦଳରେ ସମ୍ମାନ ନାହିଁ ସେଠି ରହିକି ଲାଭ ନାହିଁ। ନିଷ୍ଠାର ସହ ଦଳ ଯେଉଁ ଦାୟିତ୍ୱ ଦେବ ଶୃଙ୍ଖଳିତ ଭାବରେ ତୁଲାଇବି। ଓଡ଼ିଶାର ସ୍ୱରକୁ ଚାପି ଶାସକ ଦଳ ସହ ସାଲିସ କରି ଓଡ଼ିଶାର ସ୍ୱାର୍ଥକୁ ଚାପି ଦିଆଯାଉଛି। ବିଜେପି ବିରୋଧୀ ଦଳର ଅଧିକାର ହରାଇଛି। ୫ ବର୍ଷ ଧରି ମତେ ସକ୍ରିୟ ଭାବରେ ଦେଖିନାହାନ୍ତି। ଆଦର୍ଶଗତ ନିର୍ବାଚନ କଂଗ୍ରେସ ଲଢ଼ୁଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button