ଓଡ଼ିଶା ମନ୍ତ୍ରୀଙ୍କୁ ଓଜନିଆ ବିଭାଗ: ଅଶ୍ବିନୀଙ୍କ ଦାୟିତ୍ବ ବଢ଼ିଲା – Kalinga News

[ad_1]
ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ତୃତୀୟ ପାଳିରେ କ୍ୟାବିନେଟ ମନ୍ତ୍ରୀଭାବେ ଗତକାଲି ଶପଥ ନେଇଥିବା ଓଡ଼ିଶାର ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ଅଶ୍ବିନୀ ବୈଷ୍ଣବଙ୍କୁ ଓଜନିଆ ବିଭାଗ ମିଳିଛି। ଆରମ୍ଭରୁ ୧୦ ବର୍ଷ ଧରି ମୋଦୀ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ରହି ଆସିଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ବିଭାଗ ଦିଆଯାଇଥିବା ବେଳେ ଜୁଏଲ ଓରାମଙ୍କୁ ପୁଣି ଆଦିବାସୀ ବ୍ୟାପାର ବିଭାଗ ଦିଆଯାଇଛି। ରାଜ୍ୟସଭା ସଦସ୍ୟ ଥିବା ଅଶ୍ବିନୀ ବୈଷ୍ଣବଙ୍କୁ ପୂର୍ବ ଭଳି ରେଳ ଏବଂ ଆଇଟି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରାଳୟ ଦିଆଯାଇଛି। ଏଥିସହିତ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ମଧ୍ୟ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ଏଥର ଓଡ଼ିଶାରୁ ବିଜେପିର ୨୦ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଏଥିସହିତ ଓଡ଼ିଶାରେ ମଧ୍ୟ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ଏଭଳି ସ୍ଥଳେ ମୋଦୀ ତାଙ୍କ ମନ୍ତ୍ରିମଣ୍ଡଳରେ ୩ ଜଣଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ସ୍ଥାନିତ କରିବା ସହିତ ଗୁରୁତ୍ବପୂର୍ଣ୍ଣ ବିଭାଗ ମଧ୍ୟ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅଶ୍ବିନୀଙ୍କ ଦାୟିତ୍ବ ବଢ଼ିଲା
ରେଳ ସହିତ ସୂଚନା ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ମିଳିଲା
ଧର୍ମେନ୍ଦ୍ରଙ୍କ ହାତରେ ରହିଲା ଶିକ୍ଷା, ଜୁଏଲଙ୍କୁ ଆଦିବାସୀ ବ୍ୟାପାର
[ad_2]




