ରାଜନୀତି

ନବୀନ ନିବାସରେ ବିଜେଡି ବିଧାୟକ ଏକାଠି: ପାଣ୍ଡିଆନଙ୍କ ବିନା ବୈଠକ – Kalinga News

[ad_1]

ଆଶ୍ବାସନା ଦେଲେ ନବୀନ, ରାଜ୍ୟବାସୀଙ୍କ ସେବା କରିବାକୁ କହିଲେ

ଭୁବନେଶ୍ବର: ନବୀନ ନିବାସରେ ବିଜେଡିର ବିଧାୟକମାନେ ଏକାଠି ହେଲେ। ପରସ୍ପର ଭିତରେ ଘଣ୍ଟାଏ ଆଲୋଚନା କଲେ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କ ସହ ସିଧାସଳଖ କଥା ହେଲେ। କିନ୍ତୁ ପାଞ୍ଚ ବର୍ଷ ହେଲା ଜାରି ରହିଥିବା ଏକ ଧାରା ଆଜି ଭାଙ୍ଗି ଯାଇଥିଲା। ସେଠାରେ ଦଳର ଦ୍ବିତୀୟ କ୍ଷମତାକେନ୍ଦ୍ର ଭି କେ ପାଣ୍ଡିଆନ ନଥିଲେ କି ନବୀନଙ୍କ ନାଁ ନେଇ ବିଧାୟକମାନଙ୍କୁ ଟ୍ୟୁସନ୍ କରୁ ନଥିଲେ। ଏହି ଘଟଣାଟି ଦଳ ଭିତରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ଆଜି ଦଳର ସବୁ ବିଜୟୀ ବିଧାୟକମାନଙ୍କୁ ନବୀନ ନିବାସ ଡକାଯାଇଥିଲା। ଅପରାହ୍ନ ୫ଟା ବେଳକୁ ସେମାନେ ପହଞ୍ଚିଥିଲେ। ୫/୬ ଜଣ ବିଧାୟକ ଅନୁପସ୍ଥିତ ଥିଲେ। ନିଜେ ନବୀନ ପଟ୍ଟନାୟକ ବିଧାୟକମାନଙ୍କ ସହ ଅନୌପଚାରିକ ବୈଠକ କରିଥିଲେ। ବିଧାୟକମାନଙ୍କୁ ବୁଝାଇଥିଲେ, ରାଜନୀତିରେ ହାର୍‌ଜିତ୍ ଲାଗି ରହେ। ଏହା ଏକ ସ୍ବାଭାବିକ ପ୍ରକ୍ରିୟା। କ୍ଷମତା ନଥିଲେ ବି ବିଜୁ ଜନତା ଦଳ ରାଜ୍ୟବାସୀଙ୍କ ସେବା ଜାରି ରଖିବ। ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲି ସେତେବେଳେ ଓଡ଼ିଶାରେ ୭୦ ପ୍ରତିଶତ ଗରିବୀ ରହିଥିଲା। କିନ୍ତୁ ବର୍ତ୍ତମାନ ଓଡ଼ିଶାରେ ୧୦ ପ୍ରତିଶତ ଗରିବୀ ରହିଛି। ଶିକ୍ଷା କ୍ଷେତ୍ର ହେଉ କି ମହିଳାଙ୍କ କଥା, ସବୁଠି ଆମେ ସେମାନଙ୍କୁ ଆଗକୁ ନେଇଛୁ। ଓଡ଼ିଶା ଲୋକଙ୍କ ପାଇଁ ପରିଶ୍ରମ କରିଛୁ, ଆଉ ଆଗକୁ ମଧ୍ୟ କରିବୁ। ଓଡ଼ିଶାବାସୀଙ୍କ ସାଙ୍ଗରେ ରହିଛୁ, ଆଉ ସବୁ ସମୟରେ ଆମେ ରହିଥିବୁ। ତେଣୁ ବିଧାୟକମାନେ ଦଳର ସାଂଗଠନିକ କାର୍ଯ୍ୟ ସହ ଲୋକଙ୍କ ସେବା କରିବାକୁ ସେ ପରାମର୍ଶ ଦେଇଥିଲେ।

ବିଧାୟକମାନଙ୍କୁ କାହାର କ’ଣ କହିବାର ଅଛି ବୋଲି ନବୀନ ପଚାରିଥିଲେ। ତେବେ କେହି କିଛି କହି ନଥିଲେ। ସମସ୍ତେ ନବୀନଙ୍କ ବ୍ୟକ୍ତିତ୍ବ ଓ ନେତୃତ୍ବକୁ ପ୍ରଶଂସା କରିଥିଲେ। ବିଜେଡି ଏକ ଦାୟିତ୍ବବାନ ବିରୋଧୀ ଦଳ ଭାବେ କାମ କରିବ ବୋଲି ସମସ୍ତେ କହିଥିଲେ। ନବୀନ ନିବାସ ବାହାରେ ଗଣମାଧ୍ୟମକୁ ସୂଚନା ଦେଇ ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁ କହିଥିଲେ, ଦଳର ବରିଷ୍ଠ ନେତାମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ। ଏହି କମିଟି ପରାଜୟର କାରଣ ଖୋଜିବ। ଦଳ କିଭଳି ଆଗକୁ ବଢ଼ିବ ଏବଂ ବିରୋଧୀ ଦଳ ଭାବେ ବିଜେଡିର କ’ଣ ଭୂମିକା ରହିବ, ସେ ସମ୍ପର୍କରେ ଆଲୋଚନା ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button