ରାଜନୀତି

ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଭିତରେ ଉଠିଲା ପ୍ରଶ୍ନ: କାହାକୁ ମିଳିବ ଅଧିକ ଲାଭ? – Kalinga News

[ad_1]

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଜୋରଧରିଛି। କଂଗ୍ରେସକୁ ନେଇ ମଧ୍ୟ କିଛି ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି। ମେଣ୍ଟ ଚର୍ଚ୍ଚାକୁ ନେଇ ରାଜ୍ୟର କଂଗ୍ରେସ ଶିବିର ପୁରା ଉତ୍ସାହିତ ଅଛି। କଂଗ୍ରେସ ଭବନକୁ ନେତାଙ୍କ ସୁଅ ଛୁଟୁଛି। ବିଜେପି-ବିଜେଡି ମେଣ୍ଟ ନେଇ ଔପଚାରିକ ଘୋଷଣା ଉପରେ କଂଗ୍ରେସ ନଜର ରଖିଛି। ସେ ନେଇ ରଣନୀତି ମଧ୍ୟ ପ୍ରସ୍ତୁତ କରିଛି। ଦଳ ଆକଳନ କରୁଛି ଯେ, ଆଗାମୀ ଦିନରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ହେବ। ଭୋଟ ପ୍ରତିଶତ ବଢିବା ସହିତ ଆସନ ସଂଖ୍ୟା ମଧ୍ୟ ପୂର୍ବାପେକ୍ଷା ଅଧିକ ମିଳିବ। ଅନେକ ନେତା କଂଗ୍ରେସରେ ମିଶିବେ। ଅଧିକ ନେତା ଦଳ ଛାଡିପାରିବେ ନାହିଁ। ସରକାର ବିରୋଧୀ ଭୋଟ୍ ସିଧାସଳଖ କଂଗ୍ରେସ ଖାତାକୁ ଆସିବ। ଅଧିକାଂଶ ଆସନରେ କଡା ମୁକାବିଲା ହେବ।

ବିଜେଡି-ବିଜେପି ମେଣ୍ଟ ନେଇ ସାରା ରାଜ୍ୟରେ ଖୋଲାଖୋଲି ଆଲୋଚନା ଚାଲିଥିବାବେଳେ କଂଗ୍ରେସର କିନ୍ତୁ ଏ ଯାଏଁ ସ୍ପଷ୍ଟ ନ୍ୟାରେଟିଭ ଆସିନାହିଁ। ସଙ୍ଗଠନ ନାହିଁ କି ଲୋକଙ୍କ ପାଖରେ କୌଣସି ରାଜ୍ୟ ନେତାଙ୍କ ପତିଆରା ନଥିବା ଚର୍ଚ୍ଚା ହେଉଛି। ନିର୍ବାଚନ ପୂର୍ବରୁ ରାଜ୍ୟରେ ସଭାପତି ବଦଳିଛନ୍ତି, ପ୍ରଭାରୀ ବି ବଦଳିଛନ୍ତି। କିନ୍ତୁ ସଙ୍ଗଠନ ଦୁର୍ବଳ ହୋଇ ରହିଛି। ୨୦୧୯ ନିର୍ବାଚନର ସ୍ଥିତିକୁ ଦେଖିଲେ, ବିଜେଡି ୪୪%, ବିଜେପି ୩୨% ଭୋଟ ପାଇଥିଲା। ସେହିପରି କଂଗ୍ରେସକୁ ୧୬% ଭୋଟ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। କଂଗ୍ରେସ ୯ଟି ଆସନରେ ବିଜୟୀ ହୋଇଥିଲା। ୩୧ ଆସନରେ ଦ୍ୱିତୀୟ ଥିବା ବେଳେ ୨୦ ଆସନରେ କଡା ଟକ୍କର ଦେଇଥିଲା।

ବିଶେଷଜ୍ଞଙ୍କ ମତରେ, ବିଜେଡି-ବିଜେପିର ଭୋଟ ପ୍ରତିଶତ ମିଶିବା ସ୍ଥିତିରେ କଂଗ୍ରେସକୁ ଭୋଟ ପ୍ରତିଶତ ବଢାଇବା ପାଇଁ କଡା ପରିଶ୍ରମ କରିବାକୁ ପଡ଼ିବ। ଲୋକପ୍ରିୟ ଚେହେରାଙ୍କୁ ସାମ୍ନାକୁ ଆଣିବାକୁ ହେବ। ତେବେ ନିର୍ବାଚନ ପାଇଁ ସମୟ କମ ଥିବାରୁ ମେଣ୍ଟ ଗଠନ ହେଲେ କଂଗ୍ରେସକୁ କେତେ ଫାଇଦା ହେବ ଓ ଭୋଟ ପ୍ରତିଶତ କେତେ ବଢିବ ସେ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button