ଅପରାଧ

ପୁରୁଣା କଳିରୁ ମରଣାନ୍ତକ ଆକ୍ରମଣ: ଅଟୋ ଚାଳକ ଗୁରୁତର, ମୁଖ୍ୟ ଅଭିଯୁକ୍ତ ଫେରାର – Kalinga News

[ad_1]

ଖଇରା ଥାନାରେ ୨ ଅଟକ

ଖଇରା: ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍‌ ତୁଡ଼ିଗଡ଼ିଆ ବଜାରରେ  ଗଣ୍ଡଗୋଳ ଘଟି ଜଣେ ଗୁରୁତର ଆହତ ହୋଇଥିବା ବେଳେ ୨ ଜଣ ଅଟକ ଅଛନ୍ତି। ଏନେଇ ଥାନାରେ ଅଭିଯୋଗ ହୋଇଛି। ଉତ୍ତେଜନାମୂଳକ ସ୍ଥିତିକୁ ଦେଖି ଘଟଣାସ୍ଥଳରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।
ସୂଚନା ମୁତାବକ; ଶନିବାର ଦିନ ଖଇରା ବ୍ଲକ୍‌ ଡାଲଙ୍ଗ ଗ୍ରାମର ଅଜୟ କୁମାର ସାହୁ ନିଜ ଅଟୋ ନେଇ ଯାଉଥିବା ବେଳେ ତୁଡ଼ିଗଡ଼ିଆ ବଜାରରେ ଛିଡ଼ା ହୋଇଥିବା ସ୍ଥାନୀୟ ଶିବ ନାଥଙ୍କୁ ସାଇଡ୍‌ ମାରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ବଜାର କମିଟିର ସଦସ୍ୟମାନେ ଦୁହିଁଙ୍କୁ ବୁଝାସୁଝା କରି ଘରକୁ ପଠାଇଦେଇଥିଲେ। ହେଲେ ଶିବଙ୍କ ରାଗ ଥମି ନଥିଲା।

ଗତକାଲି ଅପରାହ୍ନରେ ଅଜୟ କୌଣସି କାମରେ ତୁଡ଼ିଗଡ଼ିଆ ବଜାରକୁ ଆସିଥିବା ବେଳେ ଶିବ ସହଯୋଗୀଙ୍କ ସହ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଅଜୟ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ବାଲେଶ୍ବର ଡାକ୍ତରଖାନା ଏବଂ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏପରି ସମୟରେ ଅଜୟଙ୍କ ଗ୍ରାମର କିଛି ଲୋକ ଶିବଙ୍କ ଘରେ ପହଞ୍ଚିଥିଲେ। ସେଠାରେ ଶିବଙ୍କୁ ନପାଇ ତାଙ୍କ ସହଯୋଗୀମାନଙ୍କୁ ଆକ୍ରମଣ ସହ ଘର ଭାଙ୍ଗିବା ପାଇଁ ପ୍ରୟାସ କରିଥିଲେ।

ଖବର ପାଇ ଖଇରା ପୁଲିସ ଆସିଥିଲା। ଏହି ସମୟରେ ଅଜୟଙ୍କ ଗ୍ରାମର ଲୋକମାନେ ପୁଲିସକୁ ଘେରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଫଳରେ ପୁଲିସ ଶିବଙ୍କ ୨ ଜଣ ସହଯୋଗୀଙ୍କୁ ଥାନା ନେଇଯାଇ ପଚରାଉଚରା ଜାରି ରଖିଥିଲା। ଅନ୍ୟପଟେ ଅଜୟଙ୍କ ପତ୍ନୀ ତାପସ୍ବିନୀ ସାନ୍ତରା ଖଇରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଶିବ ଫେରାର୍‌ ଥିବା ବେଳେ ସମ୍ଭାବ୍ୟ ଗଣ୍ଡଗୋଳକୁ ଆଖିଆଗରେ ରଖି ଫୋର୍ସ ସହ ଖଇରା ଓ ସୋର ପୁଲିସ ତୁଡ଼ିଗଡ଼ିଆ ବଜାରରେ ଡେରା ପକାଇଥିବା ଜଣାପଡ଼ିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button