ରାଜନୀତି

କଂଗ୍ରେସ ଗଡ଼ରେ ବିଜେଡିର ବିଭୂତି – Kalinga News

[ad_1]

ଜଟଣୀ: ଜଟଣୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବିଭୂତି ଭୂଷଣ ବଳବନ୍ତରାୟ ବିଜୟୀ ହୋଇଛନ୍ତି। ଜଟଣୀକୁ କଂଗ୍ରେସ ଗଡ଼ କୁହାଯାଇ ଆସୁଥିବା ବେଳେ ଏଠାରୁ ସୁରେଶ କୁମାର ରାଉତରାୟ ୬ଥର ବିଧାୟକ ହୋଇଥିଲେ। କିନ୍ତୁ ଏଥର ସେଥିରେ ପରିବର୍ତ୍ତନ ହୋଇଛି। ୨୦୦୯ ମସିହାରେ ବିଭୂତି ବଳବନ୍ତରାୟ ନିର୍ବାଚନ ଜିତିଥିବା ବେଳେ ୧୫ ବର୍ଷ ପରେ ପୁଣି ଲୋକଙ୍କ ଆସ୍ଥାଭାଜନ ହୋଇ ଚଳିତ ନିର୍ବାଚନରେ ବାଜିମାତ୍ କରିଛନ୍ତି।

ଆଜି ଭୋଟ୍‌ ଗଣତି ଆରମ୍ଭରୁ ବିଭୂତି ଆଗରେ ରହି ଆସିଥିବା ବେଳେ ତାଙ୍କ ପଛକୁ ନିକଟତମ ପ୍ରତିଦ୍ବନ୍ଦୀ ଭାବେ ବିଜେପିର ବିଶ୍ୱରଞ୍ଜନ ବଡ଼ଜେନା ରହିଥିଲେ। କିନ୍ତୁ ଗଣତିର ୧୧ନଂ ରାଉଣ୍ଡରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ଜେନା ବିଶ୍ୱରଞ୍ଜନଙ୍କୁ ଟକ୍କର ଦେଇ ଆଗକୁ ପଳାଇଥିଲେ। ପୁଣି ୧୩ନଂ ରାଉଣ୍ଡରେ ବିଶ୍ୱରଞ୍ଜନ ସନ୍ତୋଷଙ୍କୁ କାଟି ଆଗକୁ ପଳାଇଥିବା ବେଳେ ୧୬ନମ୍ବର ରାଉଣ୍ଡରେ ପୁଣି ସନ୍ତୋଷ ବିଶ୍ୱରଞ୍ଜନ ପଛରେ ପକାଇ ଦେଇଥିଲେ। ପରେ ପୁଣି ବିଶ୍ୱରଞ୍ଜନ ବିଭୂତିଙ୍କ ପଛକୁ ଶେଷ ରାଉଣ୍ଡ ପର୍ଯ୍ୟନ୍ତ ରହିଥିବା ଦେଖିବାକୁ ମିଳିଥିଲା। ସମୁଦାୟ ୧୯ ରାଉଣ୍ଡରେ ଏଭଳି ଚିତ୍ର ଦେଖିବାକୁ ମିଳିଥିଲା। ଶେଷରେ ବିଭୂତିଙ୍କର ବିଜୟ ହୋଇଥିଲା। ଫଳାଫଳ ଘୋଷଣା ପରେ ଜଟଣୀରେ ବିଭୂତିଙ୍କ ସମର୍ଥକମାନେ ବିଜୟୀଉତ୍ସବ ପାଳନ କରିଛନ୍ତି। ସେମାନେ ବାଣ ଫୁଟାଇ ଆନନ୍ଦର ସହ ଏହାକୁ ପାଳନ କରିଥିବା ଦେଖିବାକୁ ମିଳିଛି।

ସୂଚନାଥାଉକି ୨୦୦୯ ମସିହାରେ ବିଭୂତି ବଳବନ୍ତରାୟ ବିଜେଡି ଟି‌କେଟରେ ନିର୍ବାଚନ ଲଢ଼ି ୫୫,୫୭୩ ଖଣ୍ଡ ଭୋଟ୍‌ ପାଇଥିଲେ। ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସୁରେଶ କୁମାର ରାଉତରାୟଙ୍କୁ ସେ ୧୪,୯୨୫ ଖଣ୍ଡ ଭୋଟରେ ହରାଇ ବିଜୟୀ ହୋଇଥିଲେ। ସେହିପରି ୨୦୧୪ମସିହାରେ ବିଜେଡି ପକ୍ଷରୁ ଭାଗିରଥୀ ବଡ଼ଜେନା ପ୍ରାର୍ଥୀ ହୋଇଥିଲେ ଏବଂ କଂଗ୍ରେସର ଶ୍ରୀ ରାଉତରାୟଙ୍କ ଠାରୁ ୭,୫୨୨ଖଣ୍ଡ ଭୋଟ ଅଧିକ ପାଇଁ ବିଜୟୀ ହୋଇଥିଲେ। ୨୦୧୯ ରେ ପୁଣି ବିଭୂତି ବିଜେଡି ଟିକେଟ ହାତେଇଥିଲେ ଓ ନିର୍ବାଚନ ଲଢ଼ି ୬୧,୩୫୬ ଭୋଟ ପାଇଥିବା ବେଳେ କଂଗ୍ରେସର ଶ୍ରୀ ରାଉତରାୟଙ୍କ ଠାରୁ ୭,୫୨୨ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ। ସେହି ୨୦୧୯ ନିର୍ବାଚନରେ ବିଜେପିରୁ ବିଶ୍ୱରଞ୍ଜନ ନିର୍ବାଚନ ଲଢ଼ି ୨୬,୨୫୬ ଖଣ୍ଡ ଭୋଟ ହାତେଇଥିଲେ। ଏଥର ବିଭୂତି ବଳବନ୍ତରାୟ ୬୮,୧୬୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଶ୍ୱରଞ୍ଜନ ବଡ଼ଜେନା ୪୨, ୯୪୧ ଓ ସନ୍ତୋଷ ଜେନା ୪୨, ୬୨୯ ଖଣ୍ଡ ଭୋଟ ପାଇଛନ୍ତି। ଶ୍ରୀ ବଳବନ୍ତରାୟ ୨୫,୨୨୧ ଖଣ୍ଡ ଭୋଟରେ ବିଜୟ ହାସଲ କରିଛନ୍ତି। ସେହିପରି ଏହି ଆସନରେ ୧,୪୪୯ ଖଣ୍ଡ ଭୋଟ୍‌ ନୋଟାରେ ପଡ଼ିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button