ରାଜନୀତି

ତୃତୀୟ ପର୍ଯ୍ୟାୟ ଭୋଟିଂ ସହ ସଂଖ୍ୟାଗରିଷ୍ଠତା ପାଇବାକୁ ଯାଉଛି ବିଜେପି: କନକ ବର୍ଦ୍ଧନ ସିଂଦେଓ – Kalinga News

[ad_1]

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ଭୋଟିଂ ସହ ସଂଖ୍ୟାଗରିଷ୍ଠତା ପାଇବାକୁ ଯାଉଛି ବିଜେପି। ଆସନ୍ତା ୪ ତାରିଖରେ ବିଜେପି ସରକାର ହେବାକୁ ଯାଉଛି। ଆଜି ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ ବିଜେପି ପୂର୍ବତନ ସଭାପତି କନକ ବର୍ଦ୍ଧନ ସିଂଦେଓ ଦୃଢୋକ୍ତି କରିଛନ୍ତି।

ସେ ଆହୁରି କହିଛନ୍ତି, ୨୫ ବର୍ଷରେ ୨୪ ଟି ତଦନ୍ତ ରିପୋର୍ଟ ଚାପିଛନ୍ତି ସରକାର। କିନ୍ତୁ ବିଜେପି ସରକାରକୁ ଆସିଲେ ସବୁ ତଦନ୍ତ ରିପୋର୍ଟ ସାର୍ବଜନୀନ କରିବ। ବିଜେଡି ଶାସନକାଳରେ ଯେଉଁ ସବୁ ତଦନ୍ତ କମିଶନ ବସିଛି, ସେ ସବୁ ରିପୋର୍ଟକୁ ଚାପି ଦେଇଛନ୍ତି ବିଜେଡି ସରକାର। ବିଜେପି ସରକାରକୁ ଆସିଲେ ସବୁ ତଦନ୍ତ କମିଶନ ଗୁଡିକର ରିପୋର୍ଟ ସର୍ବଜନୀନ କରିବ।

ଏହାସହ  ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ ରିପୋର୍ଟ ଲୋକଙ୍କ ପାଖରେ ପହଞ୍ଚାଯିବ । ଏହାସହ ଖଣି ଦୁର୍ନୀତି ତଦନ୍ତ ରିପୋର୍ଟକୁ ଖୋଲିବୁ, ୨୫ ବର୍ଷ ଭିତରେ ରାଜ୍ୟ ସରକାର କରିଥିବା ସବୁ ଦୁର୍ନୀତିର ଗୁମର ଫିଟାଇବ ବିଜେପି। ଏହା ସହ ୩ ମାସରେ ଚିଟଫଣ୍ଡ ତଦନ୍ତ ରିପୋର୍ଟ ବି ଲୋକଲୋଚନକୁ ଆଣିବ ଏବଂ ଟଙ୍କା ଫେରାଇବାର ବ୍ୟବସ୍ଥା କରିବ ବୋଲି କହିଛନ୍ତି ରାଜ୍ୟ ବିଜେପି ପୂର୍ବତନ ସଭାପତି କନକ ବର୍ଦ୍ଧନ ସିଂଦେଓ ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button