ରାଜନୀତି

ଅପରାଜିତା ଅପରାଜିତା – Kalinga News

[ad_1]

ଭୁବନେଶ୍ବର: ବିଜେଡିର ଆଗଧାଡ଼ିର ନେତାମାନଙ୍କର ଘନଘନ ବାକ୍‌ ଆକ୍ରମଣ ଓ ବ୍ୟକ୍ତିଗତ ଉଦ୍ୟମ ପରେ ମଧ୍ୟ ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ବିଜେପିର ବିଜୟବାନା ଉଡ଼ାଇଛନ୍ତି ଅପରାଜିତା ଷଡ଼ଙ୍ଗୀ। ଭୁବନେଶ୍ବର ଲୋକସଭା କ୍ଷେତ୍ରର ୭ଟି ବିଧାନସଭା ଆସନରୁ ୫ଟିରେ ବିଜେଡି ପ୍ରାର୍ଥୀ ଜିତିଥିବାବେଳେ ୨ଟିରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ତା’ସ‌ତ୍ତ୍ବେ ବିଜେପି ପ୍ରାର୍ଥୀ ଅପରାଜିତା ସମସ୍ତଙ୍କୁ ଚକ୍‌ମା ଦେଇ ଲୋକସଭା ଆସନ ଦଖଲ କରିଛନ୍ତି। ପାଖାପାଖି ଦୁଇ ଦଶନ୍ଧି ଧରି ଖୋର୍ଦ୍ଧା ଜିଲ୍ଲାବାସୀଙ୍କ ସହ ଯୋଡ଼ି ହୋଇ ରହିଥିବା ଅପରାଜିତା ଏଥର ସମସ୍ତ ବିରୋଧୀ ନେତାଙ୍କୁ ପଛରେ ପକାଇ ଅପରାଜୟ ରହିଛନ୍ତି। ତାଙ୍କ ପରାଜୟ ପାଇଁ ବିଭିନ୍ନ ସ୍ତରରେ ବିରୋଧୀ ଉଦ୍ୟମ କରିଥିଲେ ହେଁ ଖୋର୍ଦ୍ଧା ଜିଲ୍ଲାପାଳ, ବିଏମ୍‌ସି କମିସନର ରହିବା ସହ ୫ ବର୍ଷ ଧରି ଲୋକଙ୍କ ସହ ଯୋଡ଼ିହୋଇ ରହିବାର ପୁରସ୍କାର ଆଜି ଅପରାଜିତାଙ୍କୁ ମିଳିଛି। ମୋଦୀ ହାୱା ଓ ନିଜ ପ୍ରଚାର ବଳରେ ସବୁ ଗଣିତକୁ ଓଲଟପାଲଟ କରି ସେ ବିଜୟ ହାସଲ କରିଛନ୍ତି।

ବିଜେଡିର ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କଠାରୁ ସେ ୩୫ହଜାର ୧୫୨ ଅଧିକ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି, ଯାହାକି ୨୦୧୯ ତୁଳନାରେ ଅଧିକ। ଭୁବନେଶ୍ବରର ୩ଟି ଯାକ ନିର୍ବାଚନମଣ୍ଡଳୀ ସମେତ ଖୋର୍ଦ୍ଧା ଶ୍ରୀମତୀ ଷଡ଼ଙ୍ଗୀ ବିଜେଡି ପ୍ରାର୍ଥୀଙ୍କଠାରୁ ଆଗରେ ରହିଛନ୍ତି। ଅନ୍ୟପକ୍ଷରେ ବିଜେଡି ପ୍ରାର୍ଥୀ ଶ୍ରୀ ରାଉତରାୟ ଜଟଣୀ, ଜୟଦେବ, ବେଗୁନିଆ ନିର୍ବାଚନମଣ୍ଡଳୀରେ ଅପରାଜିତାଙ୍କଠାରୁ ଆଗରେ ରହିଛନ୍ତି। ବିଜେପି ପ୍ରାର୍ଥୀ ଅପରାଜିତା ମୋଟ୍‌ ୫ଲକ୍ଷ ୧୨ହଜାର ୫୧୯ ଭୋଟ ପାଇଥିବା ବେଳେ ମନ୍ମଥ ୪ଲକ୍ଷ ୭୭ହଜାର ୩୬୭ ଭୋଟ ହା‌ତେଇବାରେ ସକ୍ଷମ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ୬୬ ହଜାର ୩୬୨ ଭୋଟ ପାଇଥିବା ବେଳେ ସିପିଆଇଏମ୍‌ ପ୍ରାର୍ଥୀ ସୁ‌ରେଶ କୁମାର ପାଣିଗ୍ରାହୀ ୪,୧୪୮, ହୁଲାସ ସେନାପତି ୨,୨୫୧, କିଶୋର କୁମାର ସୂତାର ୨,୨୦୩, ସୁଧାଂଶୁ ଶେଖର ଦାଶ ୧୭୫୮, ସନ୍ତୋଷ କୁମାର ମିଶ୍ର ୧୭୪୪, ସଙ୍ଗୀତା ପଟ୍ଟନାୟକ ୧୫୩୦, ପ୍ରଦୀନ କୁମାର ସାହୁ ୧୫୦୩, ଶାନ୍ତିଲତା ରାଉତ ୧୪୪୧, ନଟବର ମହାରଣା ୧୦୮୭ ଭୋଟ ପାଇଛନ୍ତି। ୮ହଜାର ୩୦୨ ଜଣ ଭୋଟରଙ୍କୁ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର କୌଣସି ପ୍ରାର୍ଥୀ ପସନ୍ଦ ଆସି ନାହାନ୍ତି। ତେ‌ଣୁ ସେମାନେ ନୋଟାକୁ ଆପଣାଇ ନେଇଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button