ଜେଡିୟୁର ପୋଲିଂ ଏଜେଣ୍ଟ ଅନୀଲ କୁମାରଙ୍କୁ ହତ୍ୟା – Kalinga News

[ad_1]
ପାଟଣା: ବିହାରର ଶାସକ ଜନତା ଦଳ ସଂଯୁକ୍ତ (ଜେଡିୟୁ)ର ସ୍ଥାନୀୟ ନେତା ତଥା ପୋଲିଂ ଏଜେଣ୍ଟଙ୍କୁ ଦୁର୍ବୃତ୍ତମାନେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଘଟଣାଟି ନାଳନ୍ଦା ଜିଲ୍ଲାର ମଉଆ ଗାଁରେ ସକାଳ ୪ଟା ୩୦ ମିନିଟରେ ଘଟିଛି। ସବୁ ଦିନ ଭଳି ସକାଳେ ଜେଡିୟୁର ସ୍ଥାନୀୟ ନେତା ଅନୀଲ କୁମାର (୬୨) ମର୍ଣ୍ଣିଂ ୱାକ୍ରେ ଯାଇଥିଲେ। ଏହି ସମୟରେ କେତେକ ସଶସ୍ତ୍ର ବ୍ୟକ୍ତି ତାଙ୍କୁ ଘେରିଯାଇଥିଲେ। ପ୍ରଥମେ ଠେଙ୍ଗାରେ ବାଡ଼େଇଥିଲେ ଓ ପରେ ଛୁରୀରେ ଭୁସିଦେଇଥିଲେ। ଜିଲ୍ଲାପାଳ ଶଶାଙ୍କ ଶୁଭଙ୍କର କହିଛନ୍ତି ଯେ ଅନୀଲଙ୍କ ପରିବାର ଲୋକ ଆକ୍ରମଣ ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅନୀଲଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ସେଠାମରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ିନାହିଁ। ଏନେଇ ଏକ ମାମଲା ରୁଜୁ କରାଯାଇଛି। ସ୍ବତନ୍ତ୍ର ପୁଲିସ୍ ଟିମ୍ ଗଠନ କରାଯାଇଛି। ଖୁବ୍ ଶୀଘ୍ର ଆକ୍ରମଣକାରୀଙ୍କୁ ଧରାଯିବ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଜୁନ୍ ୧ ମତଦାନ ଦିନ ଜେଡିୟୁ ଓ ଆର୍ଜେଡି ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଯେଉଁ ବୁଥ୍ରେ ଗଣ୍ଡଗୋଳ ହୋଇଥିଲା ସେହି ବୁଥ୍ରେ ଅନୀଲ କୁମାର ପୁଲିଂ ଏଜେଣ୍ଟ ଥିଲେ।
[ad_2]