ରାଜନୀତି

ମହାରାଷ୍ଟ୍ରରେ ସେନା ବନାମ ସେନା ପାଇଁ ପ୍ରଥମ ପରୀକ୍ଷା: ୫ଟି ଆସନରେ ସ୍ଥିତି ଅସ୍ପଷ୍ଟ – Kalinga News

[ad_1]

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମହାରାଷ୍ଟ୍ର‌ରେ ୪୮ ଆସନରୁ ପ୍ରାୟ ୨୮-୩୨ ଆସନରେ ଜିତିବ ବୋଲି ଇଣ୍ଡିଆ ଟୁଡେ-ଆକ୍ସିସ୍‌ ମାଇଁ ଇଣ୍ଡିଆ ବୁଥ୍‌ ବାହୁଡ଼ା ମତରୁ ଜଣାପଡ଼ିଛି। ତେବେ ୨୦୨୨ରେ ଶିବସେନାରେ ଫାଟ ସୃଷ୍ଟି ହେବା ପରଠାରୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ୨ ଗୋଷ୍ଠୀର ଲୋକପ୍ରିୟତା ପରୀକ୍ଷା ପାଇଁ ଏହା ହେଉଛି ପ୍ରଥମ ବଡ଼ ନିର୍ବାଚନ। ୨ ଶିବସେନା ଗୋଷ୍ଠୀ ୧୩ଟି ଆସନରେ ପରସ୍ପର ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି। ସିନ୍ଦେଙ୍କ ନେତୃତ୍ବାଧୀନ ଗୋଷ୍ଠୀ ୫ ଆସନ ଓ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ଗୋଷ୍ଠୀ ୩ ଆସନରେ ସହଜରେ ଜିତିବ। କିନ୍ତୁ ବାକି ୫ ଆସନରେ କଡ଼ା ଟକ୍କର ହେବ ବୋଲି ଏକଜିଟ୍‌ ପୋଲ୍‌ ତଥ୍ୟ କହୁଛି। ଏହି ୫ଟି ଗୁରୁତ୍ବପୂର୍ଣ୍ଣ ଆସନ ଗୁଡ଼ିକ ହେଉଛି ୟବତମାଲ, ଶାମ୍ଭାଜୀ ନଗର, ଉତ୍ତରପଶ୍ଚିମ ମୁମ୍ବାଇ, ହାତକଣଙ୍ଗଲେ ଏବଂ ସାଉଥ୍‌ ସେଣ୍ଟ୍ରାଲ ମୁମ୍ବାଇ।

ଉକ୍ତ ୫ଟି ଆସନରୁ ସିନ୍ଦେ ସେନାର ୟବତମାଲ, ଶାମ୍ଭାଜୀ ନଗର ଏବଂ ଉତ୍ତରପଶ୍ଚିମ ମୁମ୍ବାଇ‌ରେ ଭଲ ଦବ୍‌ଦବା ରହିଛି। ଅନ୍ୟପକ୍ଷେ ୟୁବିଟି ଗୋଷ୍ଠୀର ସ୍ଥିତି ହାତକଣଙ୍ଗଲେ ଏବଂ ସାଉଥ୍‌ ସେଣ୍ଟ୍ରାଲ ମୁମ୍ବାଇରେ ସୁଦୃଢ଼ ରହିଛି। ଏକଜିଟ୍‌ ପୋଲ୍‌ ଆକଳନ ଅନୁଯାୟୀ ସିନ୍ଦେ ଗୋଷ୍ଠୀ ୮-୧୦ ଆସନରେ ଜିତ‌ିବେ ଏବଂ ସେମାନଙ୍କ ଭୋଟ୍‌ ସେୟାର ୧୩ ପ୍ରତିଶତ ରହିବ। ଅନ୍ୟପ‌କ୍ଷେ ୟୁବିଟି ଗୋଷ୍ଠୀକୁ ୯-୧୧ ଆସନ ମିଳିବ ଏବଂ ସେମାନଙ୍କ ଭୋଟ୍‌ ସେୟାର ପାଖାପାଖି ୨୦ ପ୍ରତିଶତ ରହିବ। ଇଣ୍ଡିଆ ଟୁଡେ-ଆକ୍ସିସ୍‌ ମାଇଁ ଇଣ୍ଡିଆ ବୁଥ୍‌ ବାହୁଡ଼ା ମତ ଅନୁଯାୟୀ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମହାରାଷ୍ଟ୍ରରେ ୪୮ ଆସନରୁ ପ୍ରାୟ ୨୮-୩୨ ଆସନରେ ଜିତିବ। ଅନ୍ୟପକ୍ଷେ ଇଣ୍ଡି ମେଣ୍ଟ ୧୬-୨୦ ଆସନରେ ଜିତିପାରେ। ୪୮ ଲୋକସଭା ଆସନରୁ ବି‌ଜେପି ୨୦ରୁ ୨୨ ଆସନ ଏବଂ ଶିବସେନା (ସିନ୍ଦେ) ୮-୧୦ ଆସନ, ଶରଦ ପାୱାରଙ୍କ ଏନ୍‌ସିପି ୩-୫ ଏବଂ ଅଜିତ ପାୱାରଙ୍କ ଏନ୍‌ସିପି କେବଳ ୧-୨ ଆସନରେ ଜିତିବା ସମ୍ଭାବନା ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button