ରାଜନୀତି
ନିର୍ବାଚନ ଫଳ ଏକଜିଟ୍ ପୋଲ୍ର ସମ୍ପୂର୍ଣ୍ଣ ବିପରୀତ ହେବ – Kalinga News

[ad_1]
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳ ଘୋଷଣା ହେବାର ଦିନକ ପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି କହିଛନ୍ତି, ନିର୍ବାଚନ ଫଳ ଏକଜିଟ୍ ପୋଲ୍(ବୁଥ୍ ବାହୁଡ଼ା ମତ) ର ସମ୍ପୂର୍ଣ୍ଣ ବିପରୀତ ହେବ। ବୁଥ୍ ବାହୁଡ଼ା ମତ ସଂକ୍ରାନ୍ତରେ ଏକ ପ୍ରଶ୍ନ କରାଯିବାରୁ ସୋନିଆ କହିଛନ୍ତି, ଆମକୁ ଅପେକ୍ଷା କରିବାକୁ ପଡ଼ିବ ଏବଂ ଦେଖିବାକୁ ପଡ଼ିବ। ବୁଥ୍ ବାହୁଡ଼ା ମତ ଯାହା କହୁଛି ନିର୍ବାଚନ ଫଳ ଠିକ୍ ତାହାର ଓଲଟା ହେବ ବୋଲି ଆମେ ଆଶା ରଖିଛୁ। ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏକଜିଟ୍ ପୋଲ୍ ଗଣନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଇଣ୍ଡି ମେଣ୍ଟ ୨୯୫ରୁ ଅଧିକ ଆସନରେ ଜିତିବ ବୋଲି ରାହୁଲ ଦୃଢ଼ୋକ୍ତି ବାଢ଼ିଛନ୍ତି। ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ବୁଥ୍ ବାହୁଡ଼ା ମତକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଇଣ୍ଡି ମେଣ୍ଟକୁ ହିଁ ସଫଳତା ମିଳିବ ଏବଂ ଇଣ୍ଡି ମେଣ୍ଟ ହିଁ ସରକାର ଗଠନ କରିବ ବୋଲି କେଜ୍ରିୱାଲ କହିଛନ୍ତି।
[ad_2]




