ଶ୍ରୀଲଙ୍କାକୁ ହରାଇଲା ଦକ୍ଷିଣ ଆଫ୍ରିକା – Kalinga News

[ad_1]
ନ୍ୟୁୟର୍କ: ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ଚତୁର୍ଥ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୬ ୱିକେଟ୍ରେ ପୂର୍ବତନ ବିଜେତା ଶ୍ରୀଲଙ୍କାକୁ ପରାସ୍ତ କରିଛି। ଅଳ୍ପ ସ୍କୋର୍ ବିଶିଷ୍ଟ ଏହି ମ୍ୟାଚ୍ରେ ୭୮ ରନ୍ର ବିଜୟ ଲକ୍ଷ୍ୟକୁ ହାସଲ ପାଇଁ କିନ୍ତୁ ଦକ୍ଷିଣ ଆଫ୍ରିକାକୁ ଖୁବ୍ କସରତ କରିବାକୁ ପଡ଼ିଛି। ୧୬.୨ ଓଭରରେ ଐଦେନ ମାରକ୍ରମଙ୍କ ଦଳ ୪ ୱିକେଟ୍ ହରାଇ ୮୦ ରନ୍ ସଂଗ୍ରହ କରିନେଇଛି। ଘାତକ ବୋଲିଂ କରିଥିବାରୁ ଅନରିକ୍ ନର୍ଖିୟା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ସୋମବାର ଶ୍ରୀଲଙ୍କା ଲଜ୍ଜାଜନକ ଭାବେ ମାତ୍ର ୭୭ ରନ୍ରେ ଅଲଆଉଟ୍ ହୋଇଯିବାରୁ ଟ୍ବେଣ୍ଟି-୨୦ କ୍ରିକେଟ୍ରେ ନିଜର ସର୍ବନିମ୍ନ ଦଳଗତ ସ୍କୋର୍ କରିବାର ଅଲୋଡ଼ା ରେକର୍ଡ କରିଛି। ଅଜଣା ଓ ଅପରିଚିତ ପିଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେବା ହିଁ ଶ୍ରୀଲଙ୍କା ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା। ସେହିଭଳି ସ୍ଥାନୀୟ ପାଗ ଓ ପରିବେଶକୁ ଆଦୌ ବୁଝି ପାରି ନଥିଲେ ଏହି ଦଳର ବ୍ୟାଟର୍। ଏହିକ୍ରମରେ ୨୦୧୬ ମସିହାରେ ବିଶାଖାପାଟଣାରେ ଭାରତ ବିପକ୍ଷରେ କରିଥିବା ୮୨ ରନ୍ ତଳକୁ ଖସିଥିଲା ଶ୍ରୀଲଙ୍କା। ସେପଟେ ଆଇପିଏଲ୍ରେ ମହଙ୍ଗା ବୋଲିଂ କରି ସମାଲୋଚିତ ହୋଇଥିବା ଅନରିକ ନର୍ଖିୟା ନ୍ୟୁୟର୍କର ଉଠା ପିଚ୍ ଓ ଢିଲା ଆଉଟ୍ ଫିଲ୍ଡର ପୂରା ଫାଇଦା ନେଇ ନିଜ ଜୀବନର ସବୁଠୁ ସ୍ମରଣୀୟ ପ୍ରଦର୍ଶନ ଦେଇଥିଲେ। ତାଙ୍କ ବୋଲିଂ ଚିତ୍ର ଥିଲା ୪-୦-୭-୪। ଏହା ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍ ଇତିହାସର ସବୁଠାରୁ ମିତବ୍ୟୟୀ ସ୍ପେଲ୍ର ମାନ୍ୟତା ପାଇଥିଲା। ନର୍ଖିୟାଙ୍କୁ ଦକ୍ଷିଣ ଆଫ୍ରିକାର ଦକ୍ଷ ସ୍ପିନର୍ କେଶବ ମହାରାଜ (୨/୨୨) ଓ ଅନ୍ୟତମ ସ୍ପିଡଷ୍ଟର୍ କାଗିସୋ ରବାଡା (୨/୨୧) ଭରପୂର ସହଯୋଗ କରିଥିଲେ। ଏହି ତିନିଜଣ ୮ ୱିକେଟ୍ ବାଣ୍ଟି ନେବା ପରେ ଶ୍ରୀଲଙ୍କା ନିଜ ଟ୍ବେଣ୍ଟି-୨୦ ଇତିହାସର ସବୁଠୁ ଶୋଚନୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା।
ସଂକ୍ଷିପ୍ତ ସ୍କୋର୍: ଶ୍ରୀଲଙ୍କା ୧୯.୧ ଓଭରରେ ୭୭ (କୁଶଲ ମେଣ୍ଡିସ୍ ୧୯, ଆଞ୍ଜେଲୋ ମାଥ୍ୟୁସ ୧୬, କାମିନ୍ଦୁ ମେଣ୍ଡିସ୍ ୧୧, ଅନରିକ ନର୍ଖିୟା ୪/୭, କାଗିସୋ ରବାଡା ୨/୨୧, କେଶବ ମହାରାଜ ୨/୨୨, ଓଟେନିଲ୍ ବାର୍ଟମ୍ୟାନ୍ ୧/୯)। ଦକ୍ଷିଣ ଆଫ୍ରିକା ୧୬.୨ ଓଭରରେ ୮୦/୪ (କ୍ବିଣ୍ଟନ ଡି’କକ୍-୨୦, ହେନରିକ୍ କ୍ଲାସେଁ-୧୯*, ତ୍ରିଷ୍ଟାନ୍ ଷ୍ଟବ୍ସ-୧୩, ଏଦୈନ ମାରକ୍ରମ-୧୨, ୱାନିନ୍ଦୁ ହସରଙ୍ଗା-୨/୨୨, ଦାସୁନ ଶଣକା-୧/୬, ନୁୱାନ ତୁଷାରା-୧/୧୮)।
[ad_2]