କ୍ରିକେଟ ପ୍ରେମୀଙ୍କୁ ଭାବବିହ୍ବଳ କଲା ଧୋନିଙ୍କ ଇସ୍ତଫା ପରେ ରୋହିତ୍ ରଖିଥିବା ଷ୍ଟାଟସ – Kalinga News

[ad_1]
ଚେନ୍ନାଇ: କ୍ରିକେଟ୍ ଜୀବନର ଅନେକ ବଡ଼ ବଡ଼ ନିଷ୍ପତ୍ତି ଅଚାନକ ଓ ଅତି ସହଜ, ସରଳ ଭାବେ ନେଇ ଆସୁଥିବା କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂହ ଧୋନି ଆଇପିଏଲ୍ ଆରମ୍ଭ ହେବାର ମାତ୍ର ଦିନକ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍କେ) ଅଧିନାୟକ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଛନ୍ତି। ଋତୁରାଜ ଗାଏକ୍ବାଡଙ୍କୁ ଦଳର ପରବର୍ତ୍ତୀ ଅଧିନାୟକ ନିଯୁକ୍ତ କରାଯାଇଛି। ତାଙ୍କୁ ସିଏସ୍କେ ଧୋନିଙ୍କ ଉତ୍ତରାଧିକାରୀ ଭାବେ ବାଛିଛି। ଗୁରୁବାର ଧୋନି ଅଧିନାୟକ ପଦ ଛାଡ଼ିବା କଥା ସିଏସ୍କେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଜଣାଇବା ପରେ ତାଙ୍କ ପରବର୍ତ୍ତୀ ଯୋଜନା ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

Sambad is now on WhatsApp
Join and get latest news updates delivered to you via WhatsApp
ଏ ମଧ୍ୟରେ ଷ୍ଟାର କ୍ରିକେଟର ରୋହିତ ଶର୍ମାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି, ଯାହା କ୍ରିକେଟ ପ୍ରେମୀଙ୍କୁ ଭାବବିହ୍ବଳ କରିଛି। ଧୋନିଙ୍କ ଇସ୍ତଫା ଘୋଷଣ ପରେ ରୋହିତ୍ ଏକ ଷ୍ଟାଟସ ରଖିଥିଲେ। ଇନଷ୍ଟାରେ ସେ ଧୋନିଙ୍କ ସହ ନିଜର ଏକ ଫଟୋ ସେୟାର କରିଥିଲେ। ଫଟୋରେ ଦୁହେଁ ହାତ ମିଳାଉଥିବା ଦେଖାଯାଇଥିଲା। ଏହି ଫଟୋ ଦେଖି ଏଭଳି ଦୃଶ୍ୟ ପଡ଼ିଆରେ ଆଉ କେବେ ଦେଖିବାକୁ ମିଳିବନି ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୪୨ ବର୍ଷୀୟ ଧୋନି ୨୦୦୮ ମସିହାରୁ ହିଁ ଚେନ୍ନାଇ ସୁପରକିଙ୍ଗ୍ସର ଅଭିନ୍ନ ଅଙ୍ଗ ହୋଇ ରହିଆସିବା ସହ ତାଙ୍କ ନେତୃତ୍ବରେ ଦଳ ୫ ଆଇପିଏଲ୍ ଓ ୨ ଚାମ୍ପିଅନ୍ସ ଲିଗ୍ ଟ୍ରଫି ଜିତିଛି। ଗତବର୍ଷ ଧୋନିଙ୍କ ଅଧିନାୟକତ୍ବରେ ହିଁ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ରେ ଗୁଜରାଟ ଟାଇଟନ୍ସକୁ ହରାଇ ସିଏସ୍କେ ପଞ୍ଚମ ଥର ପାଇଁ ଆଇପିଏଲ୍ ବିଜେତା ହୋଇଥିଲା। ଧୋନି ୨୫୦ ଆଇପିଏଲ୍ ମ୍ୟାଚ୍ ଖେଳି ୩୮.୭୯ ହାରରେ ୫,୦୮୨ ରନ୍ କରିଛନ୍ତି। ସେଥିମଧ୍ୟରେ ରହିଛି ୨୪ ଅର୍ଦ୍ଧଶତକ। ୨୩୫ ମ୍ୟାଚ୍ରେ ସିଏସ୍କେର ନେତୃତ୍ବ ନେଇଛନ୍ତି। ତାଙ୍କ ଅଧିନାୟକତ୍ବରେ ସିଏସ୍କେ ୨୦୧୦ରୁ ୨୦୧୩ ପର୍ଯ୍ୟନ୍ତ ଲଗାତାର ଚାରିଟିସହ ମୋଟ ୧୦ଟି ଫାଇନାଲ୍ ଖେଳିଛି। ଦୁଇଥର ଉପବିଜେତା ହୋଇଛି।
[ad_2]