ଆଜି ନିଷ୍ପତ୍ତି ଜଣାଇବ ଇଭିଏମ୍: କାହା ଦଖଲରେ ରହିବ ଦିଲ୍ଲୀ – Kalinga News
[ad_1]
ନୂଆଦିଲ୍ଲୀ: କେନ୍ଦ୍ରରେ ନୂଆ ସରକାର କିଏ ଗଠନ କରିବ, ତାହା ଆସନ୍ତାକାଲି ଜଣାପଡ଼ିବ। ଲୋକସଭାର ୫୪୩ଟି ଆସନ ପାଇଁ ଅନୁଷ୍ଠିତ ନିର୍ବାଚନର ଫଳାଫଳ ଆସନ୍ତାକାଲି ପ୍ରକାଶ ପାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ଏନ୍ଡିଏ କ୍ରମାଗତ ତୃତୀୟ ଥର ଲାଗି ସରକାର ଗଠନ ପାଇଁ ଲକ୍ଷ୍ୟ ରଖିଥିବା ବେଳେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ମଧ୍ୟ କ୍ଷମତା ଦଖଲ ଲାଗି ଆଶା ରଖିଛି। ନିର୍ବାଚନରେ ଏନ୍ଡିଏ ବିଜୟୀ ହେଲେ ଜବାହରଲାଲ ନେହେରୁଙ୍କ ପରେ ମୋଦୀ ହେବେ ଭାରତର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏକି କ୍ରମାଗତ ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ପଦରେ ଆସୀନ ହେବେ।
ଜୁନ୍ ପହିଲାରେ ସମାପ୍ତ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପରେ ପ୍ରକାଶ ପାଇଥିବା ଏକଜିଟ୍ ପୋଲ୍ (ଭୋଟ୍ ବାହୁଡ଼ା ମତ) ଅନୁଯାୟୀ ଏନ୍ଡିଏ ଉଲ୍ଳେଖନୀୟ ସଫଳତା ସହିତ ସରକାର ଗଠନ କରିବ। ବିରୋଧୀଙ୍କ ଦ୍ବାରା ଗଠିତ ଇଣ୍ଡିଆ ମଣ୍ଟକୁ ବିଶେଷ ସଫଳତା ମିଳିବ ନାହିଁ ବୋଲି ସର୍ଭେରେ କୁହାଯାଇଛି। କିନ୍ତୁ ବିରୋଧୀ ମେଣ୍ଟ ଏକଜିଟ୍ ପୋଲ୍କୁ ପ୍ରତ୍ୟାଖ୍ୟାନ କରିବା ସହିତ କହିଛି ଯେ ଏହି ମେଣ୍ଟକୁ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟକ ଆସନ ମିଳିବ।
Sambad is now on WhatsApp
Join and get latest news updates delivered to you via WhatsApp
କେବଳ ଲୋକସଭା ନୁହେଁ, ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶ ବିଧାନସଭା ଲାଗି ହୋଇଥିବା ନିର୍ବାଚନର ଫଳାଫଳ ମଧ୍ୟ ଆସନ୍ତାକାଲି ପ୍ରକାଶ ପାଇବ। ଅରୁଣାଚଳ ପ୍ରଦେଶ ଏବଂ ସିକ୍ମିମ ବିଧାନସଭା ପାଇଁ ମଧ୍ୟ ଲୋକସଭା ସହିତ ଏକ ସଙ୍ଗରେ ଭୋଟ୍ ଗ୍ରହଣ କରାଯାଇଥିଲା। କିନ୍ତୁ ଗତକାଲି ଭୋଟଗଣତି ପରେ ଏହି
ଦୁଇ ରାଜ୍ୟ ଫଳାଫଳ ପ୍ରକାଶ ପାଇଥିଲା। ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ସାଧାରଣ ନିର୍ବାଚନ ଗତ ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହୋଇ ଜୁନ୍ ୧ରେ ଶେଷ ହୋଇଥିଲା। ଆସନ୍ତାକାଲି (ମଙ୍ଗଳବାର) ସକାଳ ୮ଟାରେ ଭୋଟ ଗଣତି ଆରମ୍ଭ ହେବ। ମଧ୍ୟାହ୍ନ ସୁଦ୍ଧା ଫଳାଫଳର ଧାରା ଜଣାପଡ଼ିବ। ଅପରାହ୍ନ ସୁଦ୍ଧା ସଂପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇଯିବ। ଗତ ଲୋକସଭା ନିର୍ବାଚନରେ ମୋଦୀଙ୍କ ନେତୃତ୍ବରେ ଏନ୍ଡିଏ ଏକତରଫା ବିଜୟ ହାସଲ କରିଥିଲା। କିନ୍ତୁ ଏଥର ବିରୋଧୀଙ୍କ ଦ୍ବାରା ଗଠିତ ଇଣ୍ଡିଆ ମେଣ୍ଟ ଏହାକୁ କଡ଼ା ଟକ୍କର ଦେଇଥିଲା। ଏହି ଟକ୍କର କେତେ ସଫଳ ହୋଇଛି ତାହା ମଙ୍ଗଳବାର ଫଳାଫଲରୁ ଜଣାପଡ଼ିବ। ତେବେ ଗତ ପହିଲା ତାରିଖରେ ବିଭିନ୍ନ ସଂସ୍ଥା ଦ୍ବାରା କରାଯାଇଥିବା ସର୍ଭେ ଅନୁଯାୟୀ ଏନ୍ଡିଏ ୩୪୦ରୁ ୪୦୦ରୁ ଅଧିକ ଆସନ ପାଇବାର ସମ୍ଭାବନା ରହିଛି। ସେହିଭଲି ବିରୋଧୀ ମେଣ୍ଟ ୧୫୦ରୁ ୨୦୦ ପର୍ଯ୍ୟନ୍ତ ଆସନ ପାଇପାରେ। କିନ୍ତୁ କଂଗ୍ରେସ ନେତା ଖଡ୍ଗେ ଏବଂ ରାହୁଲ ଗାନ୍ଧୀ ଏକଜିଟ୍ ପୋଲ୍ ସର୍ଭେକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ସେମାନଙ୍କ ମେଣ୍ଟ ୨୯୫ ଆସନ ପାଇ ସରକାର ଗଠନ କରିବ।
ଏଥର ନିର୍ବାଚନରେ ସମସ୍ତଙ୍କର ନଜର ପଶ୍ଚିମ ବଙ୍ଗ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ବିହାର, ଉତ୍ତର ପ୍ରଦେଶ ଏବଂ ତାମିଲନାଡ଼ୁ ତଥା କେରଳ ଉପରେ ରହିଛି। ଉତ୍ତର ଏବଂ ମଧ୍ୟ ଭାରତରେ ଦୃଢ଼ ସ୍ଥିତିରେ ଥିବା ବିଜେପି ଏଥର ଦକ୍ଷିଣ ଭାରତରେ ଏବଂ ବିଶେଷ କରି ତାମିଲନାଡ଼ୁ ଓ କେରଳରେ ନିଜର ସ୍ଥିତି ଜାହିର କରିବା ଲାଗି ଉଦ୍ୟମ କରିଛି। କୁହାଯାଉଥିଲା ଯେ ଉତ୍ତର ପ୍ରଦେଶ, ବିହାର ଏବଂ ମହାରାଷ୍ଟ୍ରରେ ଆଞ୍ଚଳିକ ଦଳମାନେ ଏନ୍ଡିଏକୁ କଡ଼ା ଟକ୍କର ଦେଇଛନ୍ତି। ଏହି ରାଜ୍ୟମାନଙ୍କରେ ଗତ ଲୋକସଭା ନିର୍ବାଚନ ଭଳି ବିଜେପିକୁ ଏଥର ସଫଳତା ମିଳିନପାରେ। ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି, ବିହାରରେ ଲାଲୁଙ୍କ ଆରଜେଡି ଏବଂ ମହାରାଷ୍ଟ୍ରରେ ଶରଦ ପାୱାର ଏବଂ ଉଦ୍ଧବ ଠାକରେଙ୍କ ଦଳ ପକ୍ଷରୁ ବିଜେପିକୁ କଡ଼ା ଚାଲେଞ୍ଜ୍ର ସମ୍ମୁଖୀନ ହେବାକୁ ପଡ଼ିଛି। ପଶ୍ଚିମ ବଙ୍ଗରେ ମମତାଙ୍କ ତୃଣମୂଳ କଂଗ୍ରେସ, ଓଡ଼ିଶାରେ ନବୀନଙ୍କ ବିଜେଡି ଏବଂ ଆନ୍ଧ୍ର ପ୍ରଦେଶରେ ଜଗନମୋହନ ରେଡୀଙ୍କ ୱାଇଏସ୍ଆର୍ କଂଗ୍ରେସ କ୍ଷମତାରେ ଅଛନ୍ତି। ଏହି ତିନିଟି ରାଜ୍ୟରେ କ୍ଷମତାସୀନ ଦଳମାନଙ୍କ ସହିତ ବିଜେପିର କଡ଼ା ମୁକାବିଲା ହୋଇଛି। ଏହି ମୁକାବିଲାରେ କାହାର ବାଜିମାତ୍ ହୋଇଛି, ତାହା କାଲି ଫଳାଫଳରୁ ହିଁ ଜଣାପଡ଼ିବ। ତେବେ ବିଜେପିର ଦକ୍ଷିଣ ଭାରତ ଅଭିଯାନକୁ ବିଶେଷ ସଫଳତା ମିଳି ନଥିବା ଏକଜିଟ୍ ପୋଲ୍ରୁ ଜଣାପଡ଼ିଛି।
ଆସନ୍ତାକାଲି ଯେଉଁ ପ୍ରାର୍ଥୀମାନଙ୍କ ଭାଗ୍ୟ ନିଣ୍ଣୟ ହେବ, ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ, ତାଙ୍କ ପତ୍ନୀ ଡିମ୍ପଲ ଯାଦବ, ଆରଜେଡି ମୁଖ୍ୟ ଲାଲୁଙ୍କ ଦୁଇ ଝିଅ ମିସା ଓ ରୋହିଣୀ, ପାୱାରଙ୍କ ଝିଅ ସୁପ୍ରିୟା ସୁଲେ, ଅସୁଦୁଦ୍ଦିନ ଅୱେସୀ, କଂଗ୍ରେସ ନେତା ଶଶୀ ଥରୁର, ଅଭିନେତ୍ରୀ ହେମାମାଳିନୀ, କଙ୍ଗନା ରଣାୱତ୍, ଅଭିନେତା ଶତୃଘ୍ନ ସିହ୍ନା, ଅରୁଣ ଗୋଭିଲ ପ୍ରମୁଖ।
[ad_2]